Anubhav Varsha Controversy: ଓଲିଉଡ୍ ର ଚର୍ଚ୍ଚିତ ଯୋଡି଼ ବର୍ଷା ଅନୁଭବ। ଅବଶ୍ୟ ଦୁହିଁଙ୍କର ଛାଡପତ୍ର ହୋଇସାରିଛି। ବର୍ଷା ନିଜ ଜୀବନରେ ଆଗକୁ ବଢିଥିବା ବେଳେ ଅନୁଭବ ମଧ୍ୟ ଲେଖିକା ତଥା ସାମ୍ବାଦିକା ଜାଗ୍ରୃତି ଦ୍ବିତୀୟଙ୍କୁ ବିବାହ କରିଛନ୍ତି। ହେଲେ ଏହାରି ଭିତରେ ଏବେ ଆଉ ଏକ ବିବାଦ ମୁଣ୍ତ ଟେକିଛି। ବର୍ଷାଙ୍କୁ ଲାଗିଛି ଏକ ବଡ଼ ଝଟକା।
ମଙ୍ଗଳବାର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିନେତ୍ରୀ ବର୍ଷା ଏକ ମେମୋ ଦାଖଲ କରିଛନ୍ତି। କୋର୍ଟରେ ଶୁଣାଣି ବେଳେ ସେ ଜଣାଇଛନ୍ତି ଯେ, ଶ୍ୱଶୁରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଧ୍ୟାନରେ ରଖି ନିଜ ଇଚ୍ଛାରେ ଏକାକୀ ଘରୁ ବାହାରି ଯାଇ ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ଷାଙ୍କୁ ନିଜ ମେମୋରେ କୋର୍ଟଙ୍କୁ କହିଥିବା କଥା ବେଶ୍ ଗୁରୁତ୍ୱପୂର୍ଣ୍ଣ।
ମହିଳା କମିଶନ ଅନୁଭବ ଓ ତାଙ୍କ ବାପା-ମାଁଙ୍କୁ ନୋଟିସ ଜାରି କରିଛନ୍ତି। ସେମାନଙ୍କୁ ଆସନ୍ତା ୨୯ ତାରିଖ ଦିନ ହାଜର ହୋବାକୁ କୁହାଯାଇଛି।