Zee Rozgar Samachar

ayodhya land dispute case 0

ରାୟ ପ୍ରକାଶ ବେଳେ କ'ଣ କହିଲେ ସର୍ବୋଚ୍ଚ ଅଦାଲତ ?

ଆସିଛି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ । ଉଭୟ ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିରୁ ବେଶ ଗୁରୁତ୍ୱବହନ କରୁଥିବା ଏହି ମାମଲାରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଶୁଣାଣି ବେଳେ ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି, ବାବ୍ରି ମସଜିଦ୍ ଖାଲି ଜମିରେ ତିଆରି ହୋଇନାହିଁ। ତେବେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

Nov 9, 2019, 11:41 AM IST

ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ

ପ୍ରକାଶ ପାଉଛି ଅଯୋଧ୍ୟା ମାମଲାର ରାୟ । ସିଆ ୱାକଫ ବୋର୍ଡର ସିଙ୍ଗଲ ପିଟିସନ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସେହିପରି ବାବ୍ରି ମସଜିଦ ଖାଲି ଜମିରେ ତିଆରି ହୋଇନଥିବା କୋର୍ଟ କହିଛନ୍ତି । ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ଜମି ଯୋଗାଇ ଦିଆଯିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

Nov 9, 2019, 11:17 AM IST