Raja Queen 2025: କେନ୍ଦୁଝର ଝିଅ ହେଲେ ରଜ କୁଇନ୍ । ଜିଲ୍ଲା ତଥା ସମଗ୍ର ରାଜ୍ୟ ପାଇଁ ଆଣିଲେ ଗୌରବ । ଧରଣୀଧର ବିଶ୍ଵ ବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର କଳା ଛାତ୍ରୀ ସ୍ଵର୍ଣ୍ଣପ୍ରଭା ମହାନ୍ତ ଏକ ଘରୋଇ ଟିଭି ତରଫରୁ ଆୟୋଜିତ ପ୍ରତିଯୋଗିତାରେ ରାଜ୍ୟର ଅନ୍ୟ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଏବର୍ଷର "ରଜ କୁଇନ୍" ମୁକୁଟ ପିନ୍ଧିଛନ୍ତି । ଚମ୍ପୁଆ ବ୍ଲକ ଜଡ଼ିପଦା ଗାଁର ବାପା ରସିକଲାଲ ଓ ମା ଦିପ୍ତିରାଣୀ ଙ୍କ ଝିଅ ସ୍ଵର୍ଣ୍ଣପ୍ରଭାଙ୍କର ପିଲାଟି ବେଳୁ ନୃତ୍ୟ ପ୍ରତି ଥିଲା ଆଗ୍ରହ । ଝିଅର ଆଗ୍ରହ ଦେଖି ପିତା, ମାତା ଝିଅକୁ ନୃତ୍ୟଶିକ୍ଷା ପାଇଁ ପ୍ରୋତ୍ସାହିତ କରିଥିଲେ । ରଜ କୁଇନ୍ ମୁକୁଟ ପିନ୍ଧିବା ପରେ ସ୍ଵର୍ଣ୍ଣପ୍ରଭାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ।
ପ୍ରତିବର୍ଷ ପରି ଅନେକ ଆଶାୟୀ ପ୍ରାର୍ଥୀ ଏହି ସୋ ରେ ଭାଗନେଇ ଅଡିସନ ରାଉଣ୍ଡରୁ ଆଗକୁ ଆସି ଗାଲା ରାଉଣ୍ଡରେ ପହଂଚିଛନ୍ତି । ତେବେ ଚଳିତ ବର୍ଷ 'ରଜ କୁଇନ୍'ର ଗାଲା ରାଉଣ୍ଡରେ ପ୍ରତିଯୋଗୀ ମାନେ ସମ୍ପୂର୍ଣ ଭାବେ ଏକ ଭିର୍ନ୍ନ ଓ ଆକର୍ଷଣୀୟ ପର୍ଯ୍ୟାୟ ମାଧ୍ୟମରେ ଆଗକୁ ବଢିବେ।
Raja Queen: ଚଳିତ ବର୍ଷ ଜଜ୍ ଭାବରେ ନଜର ଆସିବେ ଆମ ସମସ୍ତଙ୍କ ପ୍ରିୟ ଲିପି ମହାପାତ୍ର , ଶ୍ରୀତମ ଦାସ ଓ ଦେବାଶିଷ ପାତ୍ର ଓ ମେଣ୍ଟର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ହିରୋଇନ ଦିବ୍ୟା, ସୁର୍ଯ୍ୟମୟୀ, ଅନୀଷା ଓ ଅନୁଭା ନଜର ଆସିବେ । ୧୫ରୁ ୨୫ ବର୍ଷ ମଧ୍ୟର ଆଶାୟୀ ପ୍ରାର୍ଥୀ ଅଡିସନ୍ ଦେଇ ଅଭିନେତ୍ରୀ ହେବାର ଦେଖିଥିବା ସ୍ବପ୍ନକୁ ପୁରା କରିପାରିବେ l ତେବେ ଡେରି କାହିଁକି ପ୍ରସ୍ତୁତ ହେଇଯାନ୍ତୁ ଖୁବ ଶୀଘ୍ର ଆସୁଛି ଆପଣଙ୍କ ପାଖକୁ ୧୩ତମ 'ରଜ କୁଇନ୍'।