sambalpur corona

ଆଶା ଦିଦିଙ୍କୁ Oximeter ବାଣ୍ଟିଲେ ଇଞ୍ଜିନିୟର ବିଧାୟକ

ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମପଞ୍ଚାୟତର ଆଶା ଦିଦିଙ୍କୁ ବିଜେଡି କାର୍ଯ୍ୟକର୍ତ୍ତାମାନେ Oximeter ବାଣ୍ଟିଛନ୍ତି। ଏନେଇ ସମ୍ବଲପୁର ରେଢ଼ାଖୋଲ ବିଧାୟକ ଇଞ୍ଜିନିୟର ରୋହିତ ପୂଜାରୀ (Rohit Pujari) ନିଜେ ସୂଚନା ଦେଇଛନ୍ତି।

मई 24, 2021, 09:51 AM IST

କୋରୋନା ଆକ୍ରାନ୍ତ ନର୍ସଙ୍କୁ ଭୁଲ ଇଞ୍ଜେକସନ୍ ଦିଆଯାଇଥିବା ଅଭିଯୋଗ

ଗତକାଲି ସକାଳେ ତାଙ୍କୁ ଏକ ରେମଡେସିଭିର (Remdedivir) ନାମକ ଇଂଜେକସନ ଦିଆଯାଇଥିଲା। ପୁଣି ସନ୍ଧ୍ୟା ସମୟରେ ତାଙ୍କୁ ଆଉଜଣେ ନର୍ସ ପୁଣିଥରେ ସେହି ଇଂଜେକସନର ଅଧିକ ଗୋଟାଏ ଡୋଜ ଦେଉଥିବା ଅଭିଯୋଗ ହୋଇଛି। ଯାହାକି ତାଙ୍କୁ ଦିଆଯିବା ଉଚିତ ନୁହେଁ ବୋଲି ଖୋଦ ନର୍ସ ଜଣଙ୍କ ପ୍ରକାଶ କରିଛନ୍ତି। 

मई 19, 2021, 10:19 AM IST

Odisha Lockdown: ସମ୍ବଲପୁରରେ ସ୍ଥିତି ପରଖିଲେ ଜିଲ୍ଲା ପୋଲିସ ମୁଖିଆ

ଆଜି ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି। ଗତ ୨୪ ଘଣ୍ଚାରେ ୪୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତଥାପି ଜିଲ୍ଲାରେ କୋରୋନା ସଂକ୍ରମଣ ନିୟନ୍ତ୍ରାଣାଧିନକୁ ଆସିନାହିଁ। ସେପଟେ ଖୋଦ ଏସପି ବାତୁଲା ଗଙ୍ଗାଧର ବିଭିନ୍ନ ବଜାର ଓ ଛକକୁ ଯାଇ ସ୍ଥିତି ପରଖିଛନ୍ତି।

मई 12, 2021, 09:49 AM IST

ସିଲ୍ ହେଉଛି ଶିକ୍ଷା ନଗରୀ ବୁର୍ଲା

କୋଭିଡ଼ ସଂକ୍ରମଣ ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ଲକଡାଉନ, ସଟଡାଉନ ଘୋଷଣା କରାଯାଇଛି। ଯାହାକି ରାଜ୍ୟ ସାରା ବର୍ତ୍ତମାନ ସ୍ଥିତିରେ ଲାଗୁ ମଧ୍ୟ ହୋଇଛି।

मई 9, 2021, 11:48 AM IST

କୋରୋନା ଆକ୍ରାନ୍ତଙ୍କ 'ଆଶାର ଆଲୋକ' ଡାକ୍ତର ଲତିଫ୍

ହସ୍ପିଟାଲରେ ରୋଗୀଙ୍କ ଭିଡ ଯୋଗୁଁ ଅନେକ କୋରୋନା ଆକ୍ରାନ୍ତଙ୍କୁ ବେଡ଼ କମ୍ବା ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ଫଳରେ ଅନେକ ସେମାନେ ମୃତ୍ୟୁମୁଖରେ ପଡୁଛନ୍ତି। ଏପରି ସଙ୍କଟ ସମୟରେ କୋରୋନା ଆକ୍ରାନ୍ତଙ୍କ ପାଇଁ ଦେବଦୂତ ସାଜିଛନ୍ତି ଡାକ୍ତର ଲତିଫ୍।

मई 8, 2021, 10:14 AM IST

କୋରୋନା ଯୁଦ୍ଧରେ ଲଢେଇ ପାଇଁ ଲୋକଙ୍କ ସହାୟତା ଲୋଡିଲେ ଜିଲ୍ଲାପାଳ

କୋରୋନା ମହାମାରୀକୁ ରୋକିବା ପାଇଁ ଲକଡାଉନ ଆରମ୍ଭ ହୋଇଥିବାବେଳେ ସମ୍ବଲପୁରବାସୀଙ୍କୁ କୋଭିଡ ଗାଇଡ଼ଲାଇନ ପାଳନ କରିବାକୁ ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି।

मई 7, 2021, 10:19 AM IST

ପୁଣି କାର୍ଯ୍ୟକ୍ଷମ ହେବ କୋଭିଡ୍ ହସ୍ପିଟାଲ

କିଛି ମାସ ପୂର୍ବରୁ କୋରୋନା ମାମଲା କମି ଯାଇଥିବାରୁ ଏହି କୋଭିଡ୍ ହସ୍ପିଟାଲକୁ ବନ୍ଦ କରି ଦିଆ ଯାଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଦିନକୁ ଦିନ କୋରୋନା ସ୍ଥିତି ଗମ୍ଭୀର ହେଉଥିବା କାରଣରୁ ପୁଣି ଥରେ ସେହି ସଦର ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

Apr 25, 2021, 12:16 PM IST

କୋରୋନା ଭୟ; ମାଆର ମୃତଦେହକୁ ଛୁଇଁଲାନି ବଡ ପୁଅ, ଟ୍ରଲିରେ ବୋହିଲା ସାନ

ଟ୍ରଲି ରିକ୍ସାରେ ବୁହା ହେଇଛି ଜଣେ ମହିଳାଙ୍କ ଶବ। କିଛି ଦିନ ପୂର୍ବରୁ ଏଭଳି ଏକ ହୃଦୟ ବିଦାରକ ସମ୍ବେଦନଶୀଳ ଦୃଶ୍ୟ ଚିପିଲିମାରେ ଦେଖିବାକୁ ମିଳିଥିଲା। ମହିଳାଙ୍କର ମୃତ୍ୟୁ ହେବାପରେ ଗ୍ରାମବାସୀ ଏପରିକି ବଡ ପୁଅ ମଧ୍ୟର କାନ୍ଧ ଦେବାକୁ ପଛ ଘୁଞ୍ଚା ଦେଇଥିଲା। 

Apr 23, 2021, 10:56 AM IST

କଲେକ୍ଟରେଟରେ ଲାଗିଲା ଲଟକା

ରେଡ ଜୋନରେ ଥିବା ସମ୍ବଲପୁରରେ ଗତ ୨୪ ଘଣ୍ଟାରେ ୧୮୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ଜିଲ୍ଲାର କୋରୋନା ସ୍ଥିତିକୁ ନେଇ ଚିନ୍ତିତ ଥିବା BJP ଆଜି ଜିଲ୍ଲାପାଳଙ୍କ ଅଫିସରେ ଲଟକା ଲଗାଇଛି।   

Apr 20, 2021, 02:16 PM IST