sambalpur medical
ରୋଗୀ ସମ୍ପର୍କୀୟଙ୍କୁ କାନ ଧରି ଉଠବସ ଘଟଣା, OHRCଙ୍କ ଦ୍ୱାରସ୍ତ ହେଲେ ପରିବାର ଲୋକେ
ବୁର୍ଲା ମେଡିକାଲରେ ରୋଗୀ ସମ୍ପର୍କୀୟଙ୍କୁ କାନ ଧରି ଉଠବସ ଘଟଣା । ଗିରଫ ଯୁବକଙ୍କ ପରିବାର ଲୋକେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି । ପୁଅର କୌଣସି ଭୁଲ ନ ଥିବା ସତ୍ୱେ ତାଙ୍କୁ ମାଡ଼ ମାରି କାନ ଧରି ଉଠବସ କରିଥିଲେ ଡାକ୍ତର ପରେ ପୋଲିସ ତାଙ୍କୁ ବେଆଇନ ଭାବେ ଗିରଫ କରିଥିବା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ସତ୍ୟାସତ୍ୟ ନ ଜାଣି ଡାକ୍ତରଙ୍କ କଥାରେ ପଡ଼ି ପୁଅକୁ ଗିରଫ କରାଯାଇଥିବା ମୁକେଶଙ୍କ ପରିବାର ଲୋକେ ଲିଖିତ ଭାବେ ରାଜ୍ୟ ମାନବାଧିକାର କମିଶନଙ୍କୁ ଜଣାଇଛନ୍ତି ।
Oct 23, 2019, 10:22 PM IST