Advertisement

Sonpur

alt
(ସୁବର୍ଣ୍ଣପୁର ,ନିରଞ୍ଜନ ମିଶ୍ର )-ସୁବର୍ଣ୍ଣପୁର ଜିଲ୍ଲା ରେଐତିହାସିକ ଶିତଳଷଷ୍ଠି ଯାତ୍ରା ପାଇଁ ସହର ଉତ୍ସବ ମୂଖର ହୋଇ ଉଠିଛି । ଚାରି ଦିନ ଧରି ପାଳିତ ହେଉଥିବା ଏହି ଯାତ୍ରାର ମୁଖ୍ୟ ଆକର୍ଷଣ 108ଭରି ସୁନା ନାଗ ଆଜି ସ୍ଥାନୀୟ ଟ୍ରେଜେରୀରୁ ବାହାରି ବାବା ଚନ୍ଦ୍ରଶେଖରଙ୍କ ମନ୍ଦିରକୁ ବିଜେ କରିଛନ୍ତି । ଦେବ ନିମନ୍ତ୍ରଣ , ଅଳଙ୍କାର ଧାରଣ ଓ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । ବିଗତ ଦୁଇ ବର୍ଷ ହେଲା ଶୀତଳଷଷ୍ଠି ଯାତ୍ରା ଫିକା ପଡିଥିବା ବେଳେ ଚଳିତ ବର୍ଷ ଏହି ଯାତ୍ରାକୁ ବଡଧୁମଧାମରେ ପାଳନ କରିବାକୁ ଯାତ୍ରା କମିଟୀ ତଥା ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତା ୪ତାରିଖରେ ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ପାଳିତ ହେବାକୁ ଥିବା ବେଳେ 5ତାରିଖ ଦିନ ଯୁଗଳ ମୁର୍ତ୍ତିଙ୍କ ସହର ପରିକ୍ରମା କାର୍ଯ୍ୟକ୍ରମ ରହିଛି ।ମନ୍ଦିର ମାଳିନୀ ସୁବର୍ଣ୍ଣପୁର ।ଏହିଐତିହାସିକ ସହର ରେ କାହିଁ କେତେଦିନ ରୁ ପାଳିତ ହେଉଛି ଶିବ,ପାର୍ବତୀଙ୍କ ବିବାହ ଉତ୍ସବ ।ସହରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖରଙ୍କ ବିବାହ କନ୍ୟାମାତା ପାର୍ବତୀଙ୍କ ସହିତ ବେଶ ଜାକଜମକରେ ପାଳିତ ହେଉଛି ପ୍ରତିବର୍ଷ ।ଏଥର ଏହି ବିବାହ ଉତ୍ସବ ପାଇଁ ଦେବଦେବୀ ଙ୍କ ନିର୍ବନ୍ଧ କାମ ସମ୍ପୁର୍ଣ୍ଣ ହୋଇଛି ।ଧୁମଧାମରେ ଏହି ଯାତ୍ରା ପାଳନ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶନିବାର ରାତ୍ରୀ ରେ ବାବା ଚନ୍ଦ୍ରଶେଖର, ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁ ଙ୍କ ସହିତ ଆଡମ୍ବର ପୁର୍ଣ୍ଣ ବରଯାତ୍ରୀ ଦଳରେ ବିବାହ କରିବାକୁ କନ୍ୟାମାତା ପାର୍ବତିଙ୍କ ବାସଭବନ କୁ ଯିବାର କାର୍ଯ୍ୟକ୍ରମ ରହିଛି । ରାଜାରାଜୁଡା ଅମଳରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରା ର କେନ୍ଦ୍ରବିନ୍ଦୁ ୧୦୮ଭରି ସୁନା ତିଆରି ନାଗପ୍ରତିମା, ମହଣ ମହଣ ରୁପାରେ ତିଆରି ବିମାନ ରେ ପାରମ୍ପାରିକ ଅଳଂକାର ପରିଧାନ କରି ବାବା ଚନ୍ଦ୍ରଶେଖର, ଅଷ୍ଟ ଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ସହିତ ଦର୍ଶନ ଦେବେ । ଯାହା ଦେଖିବାକୁ ଦର୍ଶକ ମାନଙ୍କର ସମାଗମ ହେବ । ଏହିଐତିହାସିକ ସହର ରେ  ଦେବଦମ୍ପତିଙ୍କ ବିବାହ ପାଇଁ ଚଳିତ ବର୍ଷ ଭଗବତୀ ପ୍ଲଟର କୃଷ୍ଣଚନ୍ଦ୍ର ମେହେର ଓ ଜାନକୀ ମେହେର କନ୍ୟା ମାତାପିତା ହେବାର ସ୍ୱାଭାଗ୍ୟ ଅର୍ଜନ କରିଛନ୍ତି ।ସେହିପରି ବାବା ଚନ୍ଦ୍ରଶେଖରଙ୍କ ମାତାପିତାର ଦେବ ଦମ୍ପତିଙ୍କ ବିବାହ ସଂମ୍ପନ୍ନ କରିବେ ବଡବଜାର ସ୍ଥିତ ସନ୍ତୋଷ କୁମାର ମେହେର ଓ ଜୋତ୍ସ୍ନାମୟୀ ମେହେର । ସ୍ଥାନୀୟ ଟ୍ରେଜେରିରୁ ଚନ୍ଦ୍ରଶେଖର ବାବା ଙ୍କ ସୁନାପ୍ରତିମା, ରୁପାବିମାନ ଓ ଦେବାଦେବୀ ମାନଙ୍କର ଗହଣା ଆଣିବା ପରେ ଦେବନିମନ୍ତ୍ରଣ କାର୍ଯ୍ୟ ସମାପନ କରାଯିବ ।ଶିତଳଷଷ୍ଠୀଯାତ୍ରା କୁଆକର୍ଷଣ କରିବା ପାଇଁ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ।
Jun 2,2022, 16:34 PM IST
Read More

Trending news