ଏଣିକି ସେନା କ୍ୟାଣ୍ଟିନରେ ମିଳିବନି ଏହି ସାମଗ୍ରୀ...

ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ମୋଦି ସରକାର ନିରନ୍ତର ଭାବେ ପ୍ରୟାସ ଚଳାଇଛନ୍ତି। ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ବୈପ୍ଳବିକ ଏବଂ ଐତିହାସିକ ନିଷ୍ପତ୍ତି ମଧ୍ୟ ନେଉଛନ୍ତି। ଏବେ ସେନା କ୍ୟାଣ୍ଟିନ ପ୍ରସଙ୍ଗରେ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି।

Last Updated : Oct 24, 2020, 06:39 PM IST
ଏଣିକି ସେନା କ୍ୟାଣ୍ଟିନରେ ମିଳିବନି ଏହି ସାମଗ୍ରୀ...

ନୂଆଦିଲ୍ଲୀ: ମୋଦି ସରକାରଙ୍କ ପ୍ରମୂଖ ଲକ୍ଷ୍ୟ ହେଲା ଭାରତକୁ ଆତ୍ମନିର୍ଭରଶୀଳ କରିବା ଓ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା। ଏଥିପାଇଁ ସେ କ୍ରମାଗତ ଭାବରେ ବୈପ୍ଳବିକ ଏବଂ ଐତିହାସିକ ନିଷ୍ପତ୍ତି ନେଉଛନ୍ତି। ବର୍ତ୍ତମାନ ସେନା କ୍ୟାଣ୍ଟିନରେ ବିଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ବିକ୍ରିକୁ ନିଷିଦ୍ଧ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି ଆଦେଶ ଦେଶର ଚାରି ହଜାରରୁ ଅଧିକ ସାମରିକ ବା ଆର୍ମୀ କ୍ୟାଣ୍ଟିନରେ ଲାଗୁ ହେବ। ଅଦ୍ୟାବଧି ସେନା କ୍ୟାଣ୍ଟିନରୁ ଆମଦାନୀ ହୋଇଥିବା ମଦ, ବୈଦ୍ୟୁତିକ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଥିଲା। ସେନା ଅଧିକାରୀ, ସୈନିକ ଏବଂ ପୂର୍ବତନ ଜବାନଙ୍କୁ ରିହାତି ମୂଲ୍ୟରେ ଏହି ସାମଗ୍ରୀ ଯୋଗାଇ ଦିଆଯାଉଥିଲା। ବର୍ତ୍ତମାନ ସେନା କ୍ୟାଣ୍ଟିନରେ ବିଦେଶୀ ନୁହେଁ ସ୍ୱଦେଶୀ ଉତ୍ପାଦ ବିକ୍ରି ହେବ।

Add Zee News as a Preferred Source

ସେନା କ୍ୟାଣ୍ଟିନରେ ବିଦେଶୀ ଉତ୍ପାଦ ବା ସାମଗ୍ରୀ ବିକ୍ରି ବନ୍ଦ ହେଲେ ଦେଶରେ ସ୍ୱଦେଶୀ ସାମଗ୍ରୀର ଚାହିଦା ବୃଦ୍ଧି ପାଇବ। 'ଭୋକାଲ୍ ଫର ଲୋକାଲ୍' ଅଭିଯାନକୁ ବି ଏହି ନିଷ୍ପତ୍ତି ମଜବୁତ କରିବ ବୋଲି ଆଶା କରାଯାଉଛି। ତବେ ବିଦେଶୀ ଉତ୍ପାଦ ଉପରେ ରୋକ ଲାଗାଇବା ନେଇ ଚଳିତବର୍ଷ ମେ ଏବଂ ଜୁଲାଇ ମଧ୍ୟରେ ସରକାର ସେନା, ନୈସେନା ଏବଂ ବାୟୁସେନା ସହ ଆଲୋଚନା କରିଥିଲେ।

ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ମୋଦୀ ସରକାରଙ୍କ ସଂକଳ୍ପବଦ୍ଧ । କିନ୍ତୁ ସରକାର ଏକା କରିଲେ କିଛି ହେବ ନାହିଁ। ତେଣୁ ଏଥିପାଇଁ ଦେଶବାସୀଙ୍କୁ ମଧ୍ୟ ସରକାରଙ୍କ ସହ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶୀ ଦ୍ରବ୍ୟକୁ ପ୍ରୋତ୍ସାହିତ କରିବା ଅଭିଯାନର ଏକ ଅଂଶ ଭାବରେ ସେନା କ୍ୟାଣ୍ଟିନରୁ ବିଦେଶୀ ସାମଗ୍ରୀ ବିକ୍ରୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

 

 

 

ट्रेंडिंग न्यूज़