ରାହୁଲ ଗାନ୍ଧିଙ୍କ ନାହିଁ ରାଜନୈତିକ ଔକାତ୍: ରବି ଶଙ୍କର

ବିହାର ନିର୍ବାଚନ ବେଳେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ବିସ୍ଫୋରକ ବୟାନ। କହିଲେ ରାହୁଲ ଗାନ୍ଧିଙ୍କ ନାହିଁ ରାଜନୈତିକ ଔକାତ୍।

ରାହୁଲ ଗାନ୍ଧିଙ୍କ ନାହିଁ ରାଜନୈତିକ ଔକାତ୍: ରବି ଶଙ୍କର
ଡିଜାଇନ ଫଟୋ

ପାଟନା: ପ୍ରଧାମନ୍ତ୍ରୀଙ୍କ ବିରୁଦ୍ଧରେ ରାହଲୁ ଗାନ୍ଧି ଦେଇଥିବା ବିବାଦୀୟ ମନ୍ତବ୍ୟର କଡା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ। ବୁଧବାର ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ରାହୁଲ ନିଜର ରାଜନୈତିକ ଔକାତ ହରାଇଲେଣି, ତାଙ୍କର ତଥାକୁ କୌଣସି ବ୍ୟକ୍ତି ବି ଗୁରୁତର ଭାବେ ନିଅନ୍ତି ନାହିଁ।

ବିହାରର ବାଲ୍ମିକୀ ନଗର ରାଲିରେ ରାହୁଲ ଗାନ୍ଧି କହିଥିଲେ ଯେ, ରାବଣଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦହନ ହୋଇଛି। ଏହାକୁ ନେଇ ରବି ଶଙ୍କର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷକୁ ଜୋରଦାର ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧିଙ୍କ ଅଳ୍ପ ମଧ୍ୟ ଔକାତ ବଞ୍ଚି ନାହିଁ। ସେ ସବୁବେଳେ କିଛି ନା କିଛି କୁହନ୍ତି। ଯାହାର କୌଣସି ମତଲବ ନଥାଏ।

କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପୁଣି କହିଛନ୍ତି, ରାହୁଲ ଗାନ୍ଧି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ। ସେ ପ୍ରଧାନମନ୍ତ୍ରୀଙ୍କ  ବିରୁଦ୍ଧରେ ଯେଉଁ ଭଳି ଶବ୍ଦ ବ୍ୟବହାର କରିଛନ୍ତି ତାହା ଗ୍ରହଣୀୟ ନୁହେଁ। ଯେତେବେଳେ ବିହାର ନିର୍ବାଚନର ଫଳାଫଳ ବାହାରିବ ସେତେ ବେଳେ କଂଗ୍ରସର ସ୍ଥିତି ଜଣା ପଡିବ।

ରାଫେଲ ପ୍ରସଙ୍ଗକୁ ନେଇ ବି ରାହୁଲଙ୍କ ଉପରେ ହମଲା କରିଛନ୍ତି ରବି ପ୍ରସାଦ। ରାଫେଲ ସଂକ୍ରାନ୍ତରେ ରାହୁଲ ମିଛ ଖବର ପ୍ରସାରିତ କରିବା ସହ ଭାରତୀୟ ସେନାର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ରାହୁଲଙ୍କ ମନ୍ତବ୍ୟକୁ ଜାତସଙ୍ଘରେ ପାକିସ୍ତାନ ଉପସ୍ଥାପନ କରିଥିଲା। ପାକ୍ ଗଣମାଧ୍ୟରେ ବି ରାହୁଲଙ୍କୁ ନେଇ ଚର୍ଚ୍ଚା ଚାଲିଥାଏ ବୋଲି କେନ୍ଦ୍ରମନ୍ତ୍ରୀ ଅଭିଯୋଗ ଆଣିଛନ୍ତି।