Advertisement
Article Detail0/zeeodisha/odisha2304843
Zee OdishaZee Odishaପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା, ୬ ବର୍ଷ ପାଇଁ ୫ଜଣ ଦଳରୁ ବହିଷ୍କାର

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା, ୬ ବର୍ଷ ପାଇଁ ୫ଜଣ ଦଳରୁ ବହିଷ୍କାର

Pcc president: ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ତାଙ୍କ ଚାମ୍ବରରେ ବସିଥିବା ବେଳେ ତାଙ୍କ ଉପରକୁ କାଳିମାଡ଼ କରାଯାଇଥିଲା। ବହିଷ୍କୃତ ହୋଇଥିବା ଉପରୋକ୍ତ କାର୍ଯ୍ୟକର୍ତ୍ତା ତଥା ପଦାଧିକାରୀମାନେ ତାଙ୍କ ଉପରକୁ କାଳି ମାଡ଼ କରିଥିଲେ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା, ୬ ବର୍ଷ ପାଇଁ ୫ଜଣ ଦଳରୁ ବହିଷ୍କାର

ଭୁବନେଶ୍ଵର: କଂଗ୍ରେସର ପିସିସି ସଭାପତିଙ୍କ ଉପରକୁ କାଳିମାଡ ଘଟଣାରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ କମିଟିର ପଦକ୍ଷେପ ନିଆଯାଇଛି। କଂଗ୍ରେସରୁ ୬ବର୍ଷ ପାଇଁ ୫ଜଣଙ୍କୁ ବହିଷ୍କୃତ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଯୋଗୁ ସେମାନଙ୍କୁ ବହିଷ୍କାର କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେମାନେ ହେଲେ କର୍ମୀ ପ୍ରକାଶ ମିଶ୍ର, ଶ୍ରୀୟାସ୍ମିତା ପଣ୍ଡା, ସନ୍ଦୀପ ରାଉତରାୟ, ଅମରେଶ ପରିଡ଼ା ଓ ଆର୍ୟନ ସାସମଲ ବହିଷ୍କୃତ ହୋଇଛନ୍ତି। ସିସିଟିଭି ଭିଡିଓ ଫୁଟେଜ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜଣାପଡ଼ିଛି। 

ଗତ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ତାଙ୍କ ଚାମ୍ବରରେ ବସିଥିବା ବେଳେ ତାଙ୍କ ଉପରକୁ କାଳିମାଡ଼ କରାଯାଇଥିଲା। ବହିଷ୍କୃତ ହୋଇଥିବା ଉପରୋକ୍ତ କାର୍ଯ୍ୟକର୍ତ୍ତା ତଥା ପଦାଧିକାରୀମାନେ ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। ଏହା ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହିତ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିଥିଲା। ସେଥିପାଇଁ ପିସିସି ସଭାପତି ସେମାନଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛନ୍ତି।

କାଳିମାଡ ସମୟରେ ଶ୍ରୀ ପଟ୍ଟନାୟକ କହିଥିଲ, ଛାତ୍ର ଜୀବନରୁ ମୁଁ ରାଜନୀତି କରି ଆସିଛି।ଏହି ସମୟ ଭିତରେରାଜନୀତିରେ ଉତ୍ଥାନ ଓ ପତ୍ତନ ଦେଖିଛି। ରାଜନୀତିରେ ଏପରି ହୁଏ।ଏଥିରେ ଭୟବୀତ ହେବାର କୌଣସି କାରଣ ନାହିଁ। ସରକାରଙ୍କ ବିରୋଧରେ କିଛି କାର୍ଯ୍ୟକ୍ରମ କରାଯିବାର ଅଛି।ଏଥିପାଇଁ କିଛିଦୁର୍ବୃତ୍ତମାନେ ଆସିଏପରି କାଣ୍ତ କରିଛନ୍ତି। 

Add Zee News as a Preferred Source
About the Author