୫ ଦିନ ପରେ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ
Advertisement
Article Detail0/zeeodisha/odisha2332337

୫ ଦିନ ପରେ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ

ଅଗ୍ନିଶମ ବିଭାଗ, ଓଡ୍ରାଫ୍‌, ନାଭାଲ ଟିମ୍‌ ଓ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଓମଙ୍କୁ ଉଦ୍ଧାର କରାଯାଇ ପାରିନଥିଲା। ପରେ କ୍ୟାମେରା ଓ ରୋବଟ୍‌ ମଧ୍ୟ ଓମଙ୍କୁ ଖୋଜିବାରେ ବିଫଳ ହୋଇଥିଲା।

୫ ଦିନ ପରେ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାର ତାପଙ୍ଗ ଖଣି ପାଣିରୁ ୫ ଦିନ ଧରି ନିଖୋଜ ଥିବା ଓମ୍‌ ପ୍ରକାଶ ରଥଙ୍କ ମୃତଦେହ ଆଜି ମିଳିଛି। ଆଜି ସକାଳେ ପାଣିରେ ମୃତଦେହ ଭାସିଥିଲା। ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି। ୫ ଦିନ ପରେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଛାତ୍ର ଓମ ପ୍ରକାଶ ରଥଙ୍କ ମୃତଦେହ ଉଦ୍ଧାର ହୋଇଛି। 

ତେବେ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌, ନାଭାଲ ଟିମ୍‌ ଓ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଓମଙ୍କୁ ଉଦ୍ଧାର କରାଯାଇ ପାରିନଥିଲା। ପରେ କ୍ୟାମେରା ଓ ରୋବଟ୍‌ ମଧ୍ୟ ଓମଙ୍କୁ ଖୋଜିବାରେ ବିଫଳ ହୋଇଥିଲା। ଆଜି ୫ ଦିନ ପରେ ଓମଙ୍କ ମୃତଦେହ ମିଳିଛି। ତାପଙ୍ଗର ଏହି ଖଣି ଅଞ୍ଚଳ ପାହାଡ଼ ଓ ନୀଳ ଜଳରାଶି ପାଇଁ ଲଦାଖର ଭ୍ରମ ସୃଷ୍ଟି କରୁଛି। ତେଣୁ ଅନେକ ଲୋକ ଏଠାରେ ଭିଡ଼ ଜମାଉଛନ୍ତି। ପାଣିରେ ବୁଡ଼ି କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତଥାପି କିଛି ପର୍ଯ୍ୟଟକ ଏଠାକୁ ବୁଲି ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା କୁହାଯାଉଛି।

;