close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କାରରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଜଣେ ଅଭିଯୁକ୍ତ ଗିରଫ

ଗତକାଲି ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ପ୍ରାଣନାଥ କଲେଜ ନିକଟରେ ଜଣେ ଯୁବତୀକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ଦୁଇ ଯୁବକ ଖଣ୍ଡଗରି ଛକରୁ ଉଠାଇ ନେଇଥିବା ଯୁବତୀ କହିଛନ୍ତି ।

କାରରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ପିଏନ କଲେଜ ନିକଟରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ହେବା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଘଟଣାରେ ବ୍ୟବହୃତ ହେଉଥିବା କାର ଜବତ କରାଯିବା ସହ ବରିଷ୍ଠ ଅଧିକାରୀମାନେ ଘଟଣାର ତଦନ୍ତ କରୁଥିବା ଭୁବନେଶ୍ୱର ଡିସିପି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।  

ଗତକାଲି ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ପ୍ରାଣନାଥ କଲେଜ ନିକଟରେ ଜଣେ ଯୁବତୀକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ରାସ୍ତାରେ ଫୋପାଡି ଚାଲିଯାଇଥିଲେ ଦୁବୃର୍ତ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁଷ୍କର୍ମ ପରେ କାରରୁ ଠେଲି ଦେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା କଥା ଯୁବତୀ ଖଣ୍ଡଗିରି ଥାନାରେ ଲିଖତ ଅଭିଯୋଗ କରିଥିଲେ । ତାଙ୍କୁ ଦୁଇ ଯୁବକ ଖଣ୍ଡଗରି ଛକରୁ ଉଠାଇ ନେଇଥିବା ସେ କହିଛନ୍ତି । ଖଣ୍ଡଗିରି ଥାନାରେ ମହିଳା କମିଶନ ଅଧ୍ୟକ୍ଷା ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।