ଜ୍ୟୋତିଷ ବନିଲେ ବିଗ୍ ବି, ଆଲିଆ ଓ ରଣବୀରଙ୍କ ଜାତକ ମିଶାଇଲେ
Advertisement

ଜ୍ୟୋତିଷ ବନିଲେ ବିଗ୍ ବି, ଆଲିଆ ଓ ରଣବୀରଙ୍କ ଜାତକ ମିଶାଇଲେ

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସମ୍ପର୍କ କଥା କହାକୁ ବା ଅଜଣା । ଏହି ଦୁଇ କପଲ୍ ତ ଯେବେଠୁ ରିଲେସନକୁ ଆସିଲେ ସେବେଠୁ ସବୁବେଳେ ଲାଇମ୍ ଲାଇଟରେ ରହିଆସୁଛନ୍ତି । ତାଙ୍କ ପ୍ରତ୍ୟେକ ଖବର ସବୁ ଲାଇମ୍ ଲାଇଟରେ ରହି ଆସୁଛି । ନିକଟ ଅତୀତରେ ତାଙ୍କ ବାହାଘର ଖବରକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା । ଯେତେବେଳେ କ୍ୟାନସର୍ ରୋଗରୁ ଆରୋଗ୍ୟ ହୋଇ ରିଷି କପୁର ଭାରତକୁ ଫେରିଥିଲେ ।  ସେତେବେଳେ ହିଁ ଶୁଣିବାକୁ ମିଳୁଥିଲା ଯେ ବହୁ କମ୍ ସମୟ ମଧ୍ୟରେ ଏହି ଦୁଇ ଲଭ୍ ବାର୍ଡ ବାହାଘର ବନ୍ଧନରେ ବାନ୍ଧିହେବେ ।

ଜ୍ୟୋତିଷ ବନିଲେ ବିଗ୍ ବି, ଆଲିଆ ଓ ରଣବୀରଙ୍କ ଜାତକ ମିଶାଇଲେ

ନୂଆଦିଲ୍ଲୀ: ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସମ୍ପର୍କ କଥା କହାକୁ ବା ଅଜଣା । ଏହି ଦୁଇ କପଲ୍ ତ ଯେବେଠୁ ରିଲେସନକୁ ଆସିଲେ ସେବେଠୁ ସବୁବେଳେ ଲାଇମ୍ ଲାଇଟରେ ରହିଆସୁଛନ୍ତି । ତାଙ୍କ ପ୍ରତ୍ୟେକ ଖବର ସବୁ ଲାଇମ୍ ଲାଇଟରେ ରହି ଆସୁଛି । ନିକଟ ଅତୀତରେ ତାଙ୍କ ବାହାଘର ଖବରକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା । ଯେତେବେଳେ କ୍ୟାନସର୍ ରୋଗରୁ ଆରୋଗ୍ୟ ହୋଇ ରିଷି କପୁର ଭାରତକୁ ଫେରିଥିଲେ ।  ସେତେବେଳେ ହିଁ ଶୁଣିବାକୁ ମିଳୁଥିଲା ଯେ ବହୁ କମ୍ ସମୟ ମଧ୍ୟରେ ଏହି ଦୁଇ ଲଭ୍ ବାର୍ଡ ବାହାଘର ବନ୍ଧନରେ ବାନ୍ଧିହେବେ ।

ଖାଲି ସେତିକି ନୁହେଁ ଏହା ମଧ୍ୟ ଶୁଣିବାକୁ ମିଳୁଥିଲା ଯେ ସେମାନେ ତାଙ୍କ ବାହାଘର ପାଇଁ ସବୁ ପ୍ରିପେରେସନ୍ ମଧ୍ୟ କରିସାରିଛନ୍ତି । ରଣବୀର ଓ ଆଲିଆଙ୍କ ବିବାହ ପାଇଁ ଭଟ୍ଟ ଓ କପୁର ଫ୍ୟାମିଲି ବ୍ୟସ୍ତ ହୁଅନ୍ତୁ ବା ନହୁଅନ୍ତୁ କିନ୍ତୁ ଏମିତି ଲାଗୁଛି ଫିଲ୍ମ ବ୍ରାହ୍ମାଅସ୍ତ୍ରରେ ଦୁହିଁଙ୍କ ସହ ଏକାଠି କାମ କରୁଥିବା ଅମିତାଭ ବଚ୍ଚନ ବର୍ତ୍ତମାନ ଉଭୟଙ୍କୁ ଏକାଠି କରି ହିଁ ନିଶ୍ୱାସ ନେବେ । ଏହି କଥା ଆମେ କହୁ ନାହୁଁ ଏ କଥା ସବୁଆଡ଼େ ଚର୍ଚ୍ଚା ଚାଲିଛି...

ନିକଟରେ ନିଜ ଶୋ କେବିସି(KBC)ରେ ରଣବୀର ଓ ଆଲିଆଙ୍କ ଅଭିନୟର ପ୍ରଶଂସା କରିବା ସହ ଉଭୟଙ୍କର ଜାତକ ମଧ୍ୟ ମିଶାଇ ଦେଇଥିଲେ ବିଗ୍ ବି । କେବିସିରେ ଜଣେ ପ୍ରତିଯୋଗୀ ଆଲିଆଙ୍କର ନାଆଁ ନେବା ମାତ୍ରେ ବିଗ୍ ବି ତାଙ୍କ ପ୍ରଶଂସା କରିବା ଆରମ୍ଭ କରିଦେଇଥିଲେ । ଆଲିଆଙ୍କ କଥା ସହ ରଣବୀରଙ୍କ କଥା ମଧ୍ୟ ଅମିତାଭ ଉଠାଇଥିଲେ । ଅମିତାଭଙ୍କ ଏହି  କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହା ଉପରେ ଲୋକମାନେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି । କିନ୍ତୁ ଏମାନେ କେବେ ବାହା ହେଉଛନ୍ତି ଓ ନୂଆ ଜୀବନ ଆରମ୍ଭ କରିବେ ତାକୁ ହିଁ ଅପେକ୍ଷା...