ନଅଟି ସେଣ୍ଟର କୁ ମାତ୍ର ଜଣେ କର୍ମୀ, କେମିତି ସୁସ୍ଥ ହେବେ ପିଲା ?
Advertisement

ନଅଟି ସେଣ୍ଟର କୁ ମାତ୍ର ଜଣେ କର୍ମୀ, କେମିତି ସୁସ୍ଥ ହେବେ ପିଲା ?

ନିୟମିତ ଭାବେ ଶିଶୁ ଓ ଗର୍ଭବତୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁ ନ ଥିବା ବେଳେ ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଖାଦ୍ୟ ବଣ୍ଟନର ଦାୟିତ୍ୱ ଦିଆଯାଇଛି। କୋଠାର ଛାତ ନଷ୍ଟ ହୋଇଯିବା ପରେ ଏକ ଅସ୍ଥାୟୀ ଘରେ ପ୍ରାକ୍ ଶିକ୍ଷା ଚାଲିଛି ।ରେଡଜୋନରେ ୧୭୦୮ ଜଣ ଶିଶୁ ରହିଥିବା ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଦେଶ ନାମା ଜାରି କରାଯାଇଛି। 

  • ନିୟମିତ ଭାବେ ଶିଶୁ ଓ ଗର୍ଭବତୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁ ନ ଥିବା ବେଳେ ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଖାଦ୍ୟ ବଣ୍ଟନର ଦାୟିତ୍ୱ ଦିଆଯାଇଛି
  •  କୋଠାର ଛାତ ନଷ୍ଟ ହୋଇଯିବା ପରେ ଏକ ଅସ୍ଥାୟୀ ଘରେ ପ୍ରାକ୍ ଶିକ୍ଷା ଚାଲିଛି 
  • ରେଡଜୋନରେ ୧୭୦୮ ଜଣ ଶିଶୁ ରହିଥିବା ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଦେଶ ନାମା ଜାରି କରାଯାଇଛି

Trending Photos

ନଅଟି ସେଣ୍ଟର କୁ ମାତ୍ର ଜଣେ କର୍ମୀ, କେମିତି ସୁସ୍ଥ ହେବେ ପିଲା ?

ଚାରୁ ଚନ୍ଦନ ଦାଶ, ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଦୁର୍ଗମ ଚନ୍ଦ୍ରପୁର ବ୍ଲକର ପିସ୍କାପଙ୍ଗା ପଞ୍ଚାୟତରେ ଜଣେ ଅଙ୍ଗନୱାଡି କର୍ମୀଙ୍କ ମୁଣ୍ଡରେ ଲଦି ଦିଆଯାଇଛି ୯ଟି ସେଣ୍ଟରର ଦାୟିତ୍ୱ। ମାସକୁ ୨ ଥର ଲେଖାଏଁ ଅନ୍ୟ କେନ୍ଦ୍ରକୁ ଯାଇ ଦିଦି ପିଲା ମାନଙ୍କୁ ପ୍ରାକ୍ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରୁଛନ୍ତି। ସେହିପରି ନିୟମିତ ଭାବେ ଶିଶୁ ଓ ଗର୍ଭବତୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁ ନ ଥିବା ବେଳେ ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଖାଦ୍ୟ ବଣ୍ଟନର ଦାୟିତ୍ୱ ଦିଆଯାଇଛି। ସେହିପରି ରାୟଗଡା ସଦର ବ୍ଲକ ପିତାମହଲ ପଞ୍ଚାୟତ ଅନ୍ତର୍ଗତ ବେହେରାଗୁଡା ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ର ୨୦୦୫ ମସିହାରେ ନିର୍ମାଣ ହୋଇଥିଲା।  କିନ୍ତୁ ଏବେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ।

କୋଠାର ଛାତ ନଷ୍ଟ ହୋଇଯିବା ପରେ ଏକ ଅସ୍ଥାୟୀ ଘରେ ପ୍ରାକ୍ ଶିକ୍ଷା ଚାଲିଛି ।  ଅନ୍ୟପଟେ ସମସ୍ୟାର ସମାଧାନ କରାଯିବା ସହ ଆବଶ୍ୟକସ୍ଥଳେ ମିନି ଅଙ୍ଗନୱାଡି ଗୃହ ନିର୍ମାଣ କରାଯିବ ବୋଲି ରାୟଗଡା ଡିଆରଡିଏ ର ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । 

ସେହିପରି ଉପଯୁକ୍ତ ସୁବିଧା ଅଭାବରୁ ଜିଲ୍ଲାରେ ପୁଷ୍ଟିହୀନତାର ସ୍ଥିତି ଉଦବେଗଜନକ ହୋଇଛି।  ରେଡଜୋନରେ ୧୭୦୮ ଜଣ ଶିଶୁ ରହିଥିବା ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଦେଶ ନାମା ଜାରି କରାଯାଇଛି।  ଏ ସମସ୍ତ ଘଟଣା ହିଁ ବୟାନ କରୁଛି ଯେ, ମାତୃ ଓ ଶିଶୁ ବିକାଶ ଯୋଜନା କେତେ ସଫଳ ହୋଇଛି। ଗୋଟେପଟେ ପ୍ରଶାସନ ମାତୃ ମୃତ୍ୟୁହାର ଏବଂ ଶିଶୁ ମୃତ୍ୟୁ ହାର କମାଇବା ପାଇଁ ଅହରହ ପ୍ରଚେଷ୍ଟା କରୁଥିବାର ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ସ୍ଥିତି ଯେ ପୂରା ଅଲଗା ତାହା  ନ ଦେଖିଲେ ବିଶ୍ୱାସ କରି ହେବନି।