ଦିନକରେ ୧୫ ପଜିଟିଭ, ଅନୁଗୋଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି

କିଶୋରନଗର ବ୍ଲକ୍ ଅଞ୍ଚଳରୁ ବାହାରିଥିବା ୬ ଜଣ ପଜିଟିଭଙ୍କ ମଧ୍ୟରୁ ପଞ୍ଜାବ ଫେରନ୍ତା ୪ ଜଣ ଓ ଏସ୍ ସି ବି ମେଡିକାଲ କଲେଜ ଫେରନ୍ତା ୨ ଜଣ ଅଟନ୍ତି ।

ଦିନକରେ ୧୫ ପଜିଟିଭ, ଅନୁଗୋଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି

ରଘୁନାଥ ସାହୁ, ଅନୁଗୋଳ: ଅନୁଗୁଳରୁ ୧୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୫ ଜଣ ପଜିଟିଭ ଜଣାପଡ଼ିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି । ମଙ୍ଗଳବାର ବାହାରିଥିବା ୧୫ ଜଣ ପଜିଟିଭଙ୍କ ମଧ୍ୟରୁ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୬ ଜଣ, କିଶୋରନଗର ବ୍ଲକ୍ ଅଞ୍ଚଳରୁ ୬ ଜଣ, ୨ ଜଣ ତାଳଚେର ବ୍ଲକ୍ ଅଞ୍ଚଳରୁ ଓ ଜଣେ ପାଳଲହଡ଼ା ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । 

ବଅଁରପାଳ ବ୍ଳକ୍‌ର ଏକ ଶିଳ୍ପ ସଂସ୍ଥା  ଅଞ୍ଚଳ ମଧ୍ୟରୁ ୪ ଜଣ ଓ ବାହାରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଶିଳ୍ପ ସଂସ୍ଥା ମଧ୍ୟରୁ ୨ ଜଣ ପୁରୁଷ ଯାହାଙ୍କର ବୟସ ୨୭ ବର୍ଷ ଓ ସେ ପୁନେରୁ ଫେରିଥିବା ବେଳେ ୨୮ ବର୍ଷ ବୟସ୍କ ଜଣକ ବିହାରରୁ ଫେରି ହୋମ କ୍ଵାରେଣ୍ଟାଇନରେ ଥିଲେ । ଏମାନେ ସମସ୍ତେ ଲକ୍ଷଣ ବିହୀନ ଅଟନ୍ତି । ଶିଳ୍ପ ସଂସ୍ଥା ମଧ୍ୟରୁ ଚିହ୍ନଟ ହୋଇଥିବା ୨ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର ବୟସ ୭୦ ବର୍ଷ ଓ ସେ ଜମ୍ମୁରୁ ଫେରି ହୋମ କ୍ଵରାଣ୍ଟାଇରେ ଥିଲେ । ସେହିପରି ୧୯ ବର୍ଷ ବୟସ୍କ ମହିଳା ନିଜ ଘରେ ରହୁଥିଲେ ଓ ସେ ଲକ୍ଷଣଯୁକ୍ତ ଅଟନ୍ତି । ଶିଳ୍ପ ସଂସ୍ଥା ବାହାରୁ ଚିହ୍ନଟ ୨ ଜଣ ପୁରୁଷଙ୍କ ମଧ୍ୟରୁ ଜଣଙ୍କର ବୟସ ୪୪ ବର୍ଷ ଓ ଅନ୍ୟ ଜଣଙ୍କର ୫୬ ବର୍ଷ ହୋଇଥିବା ବେଳେ ସେମାନେ ଲକ୍ଷଣ ବିହିନ ଥିଲେ । 

କିଶୋରନଗର ବ୍ଲକ୍ ଅଞ୍ଚଳରୁ ବାହାରିଥିବା ୬ ଜଣ ପଜିଟିଭଙ୍କ ମଧ୍ୟରୁ ପଞ୍ଜାବ ଫେରନ୍ତା ୪ ଜଣ ଓ ଏସ୍ ସି ବି ମେଡିକାଲ କଲେଜ ଫେରନ୍ତା ୨ ଜଣ ଅଟନ୍ତି । ଏମାନଙ୍କ ମଧ୍ୟରୁ ପଞ୍ଜାବ ଫେରନ୍ତା ୨ ପୁରୁଷଙ୍କ ବୟସ ଯଥାକ୍ରମେ ୧୫ ବର୍ଷ ଓ ୪୫ ବର୍ଷ ହୋଇଥିବା ବେଳେ ମହିଳା ୨ ଜଣକର ବୟସ ୭୦ ବର୍ଷ ଓ ୪୦ ବର୍ଷ । 

ସେହିପରି ଏସ୍ ସି ବି ମେଡିକାଲ କଲେଜ ଫେରନ୍ତା ୨ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଯାହାଙ୍କର ବୟସ ୨୪ ବର୍ଷ ଓ ଜଣେ ମହିଳାଙ୍କର ବୟସ ୨୧ ବର୍ଷ । ୧୩ ଓ ୧୪ ନମ୍ବର ଆକ୍ରାନ୍ତ ୨ ଜଣ ତାଳଚେର ବ୍ଳକ୍ ଅଞ୍ଚଳର ଅଟନ୍ତି । ସେମାନଙ୍କ ମଧ୍ୟରୁ ୨୩ ବର୍ଷିୟ ହାଇଦ୍ରାବାଦ ଫେରନ୍ତା ପୁରୁଷ ଜଣକ ବ୍ଳକର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ବେଳେ ଅନ୍ୟ ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଏସ୍ ସି ବି ମେଡିକାଲ କଲେଜରୁ ଫେରି ଘରେ ହୋମ କ୍ଵାରେଣ୍ଟାଇନରେ ଥିଲେ । ୧୫ ନମ୍ବର ଆକ୍ରାନ୍ତ ଜକ ପାଲଲହଡ଼ା ବ୍ଲକ ଅଞ୍ଚଳର ୨୩ ବର୍ଷିୟା ମହିଳା ଯିଏକି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପଜିଟିଭ ବାହାରିଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୧୫ ଜଣ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତମାନଙ୍କୁ ଆଜି(ବୁଧବାର) ସୁଦ୍ଧା ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯିବ ।