ବିହାର ନିର୍ବାଚନରେ ମାଳମାଳ ଅପରାଧି। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅଛି ଅପରାଧିକ ମାମଲା।
Trending Photos
)
ପାଟନା: ଆରମ୍ଭ ହୋଇଯାଇଛି ବିହାରରେ ନିର୍ବାଚନ। ଆଜି ୧୬ଟି ଜିଲ୍ଲାର ୭୧ଟି ଆସନ ପାଇଁ ପଡୁଛି ଭୋଟ। ଇତି ମଧ୍ୟରେ ଚମକାଇ ଦେଇଛି ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ରିପୋର୍ଟ। ଦ୍ୱିତୀୟ ପର୍ଯ୍ୟାୟରେ ଥିବା ୧୪୬୩ ପ୍ରାର୍ଥୀଙ୍କ ମଧ୍ୟରୁ ୫୦୨ ଜଣଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ରିପୋର୍ଟରୁ ଜଣା ପଡିଛି।
ଏଡିଆର ରିପୋର୍ଟ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୪୬୩ ପ୍ରାର୍ଥୀଙ୍କ ମଧ୍ୟରୁ ୫୦୨ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା। ସେମାନଙ୍କ ମଧ୍ୟରୁ ୩୮୯ ଜଣ ଉପରେ ଗୁରୁତର ଅପରାଧିକ ଅଭିଯୋଗର ହୋଇଛି। ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ୫୬ ପ୍ରାର୍ଥୀରୁ ସର୍ବାଧିକ ୩୬ ଜଣ ଅଭିଯୁକ୍ତ। ସେଥିରୁ ୨୮ ଜଣଙ୍କ ନାରେ ରୁଜୁ ହୋଇଛି ଗୁରୁତର ଅପରାଧିକ ଅଭିଯୋଗ
ଆରଜେଡି ପରେ ସର୍ବାଧିକ ସଂଖ୍ୟକ କଳଙ୍କିତ ପ୍ରାର୍ଥୀ ତିଲାକାରେ ଅଛି ବିଜେପି। ପ୍ରଧାମନ୍ତ୍ରୀଙ୍କ ଏହି ଜାତୀୟ ଦଳର ୪୬ ଜଣଙ୍କ ମଧ୍ୟରୁ ୨୯ ଅପରାଧିକ ଏବଂ ୨୦ ଜଣ ଗୁରୁତର ଅପରାଧିକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ସେହିପରି ଜେଡିୟୁ ଟିକେଟରେ ଦ୍ୱିତୀୟ ପର୍ଯ୍ୟାୟରେ ୪୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣ ଦାଗି ଥିବା ବେଳେ କଂଗ୍ରେସରୁ ୧୪ ଓ ବିଳାଶ ପାୱାନଙ୍କ ଏଲଜେପିରୁ ୨୪ ଜଣ ଗୁରୁତର ଅପରାଧି ଅଛନ୍ତି।
ବିହାର ଅପରାଧି ନିର୍ବାଚନ ଲଢିବା କୌଣସି ନୁଆଁ କଥା ନୁହଁ। କେଉଁ କାଳରୁ ଏଠାରେ ଦାଗିଙ୍କ ପରମ୍ପରା ଚାଲି ଆସୁଛି। କେବଳ ବିଧାନସଭା ନୁହେଁ ସଂସଦରେ ବି ଦାଗି ନେତାଙ୍କ ସଂଖ୍ୟା କମ ନୁହିଁ। ଲୋକଲଭା ଓ ରାଜ୍ୟସଭାର ପ୍ରାୟ ୪୦ ପ୍ରତିଶତ ସଦସ୍ୟଙ୍କ ନାଁରେ ଅପରାଧିକ ମାମଲା ରହିଛି। ଏହାକୁପ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ୍ୟ ମାମଲା ବି ରୁଜୁ ହୋଇଛି।
ଗତ ଜାନୁଆରୀ ୨୦ରେ ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଅପରାଧିମାନେ ଯେଭଳି କୌଣସି ନିର୍ବାଚନ ନ ଲଢିପାରନ୍ତି, ତାହାର ସୁନିଶ୍ଚିତ କରିବାକୁ ନିର୍ବଚନ ଆୟୋଗକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜନୈତିକ କ୍ଷେତ୍ରରେ ସ୍ୱଚ୍ଛତା ଓ ନିର୍ବାଚନ ଟିକଟ ବଣ୍ଟନ ଅନିୟମିତତାର ସମାଧାନ ପାଇଁ ଏକ ଫ୍ରେମୱାର୍କ ପ୍ରସ୍ତୁତ କରିବାକୁ ବି କହିଥିଲେ। ପିଟିସନ ଦାଖଲକାରୀ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ସହ ଆଲୋଚନା କରି ରାଜନୈତକ ସମସ୍ୟାର ସମାଧାନର ପନ୍ଥା ଖୋଜିବାକୁ ନିର୍ବାଚନ ଆୟୋଗକୁପ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ।
ସୁପ୍ରିମକୋର୍ଟଙ୍କ ଆଦେଶ ଦେଇଥିଲେ ସତ କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଯଦି ତାହାକୁ କଡାକଡି ଭାବେ ପାଳନ କରାଯାଇଥାନ୍ତା, ତେବେ ଆଜି ବିହାର ନିର୍ବାଚନକୁ ସ୍ଥଗିତ ହୋଇଥାନ୍ତା। ରାଜନୈତିକ ନେତାଙ୍କ ଅପରାଧିକ ରେକର୍ଡ ସାର୍ବଜନିକ କରିବାକୁ ସେପ୍ଚେମ୍ବର ୨୦୧୮ରେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ କହିଥିଲେ। ୨ ବର୍ଷ ବିତିଗଲା ତଥାପି ତାହା ନହୋଇଲା। ନେତାଙ୍କ ଅପରାଧିକ ମାମଲାର ବିଚାର ପାଇଁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୃତି ଦେଇଥିଲେ। କିନ୍ତୁ ତାହା କିଭଳି କାମ କରୁଛି କେହି ଜାଣି ନାହାନ୍ତି।