ଆସନ୍ତା କାଲି ଉକ୍ତ ବାଳକକୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୭ରେ ପହଞ୍ଚିଛି । ଅନ୍ୟପକ୍ଷେ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ ହସ୍ପିଟାଲରୁ ଫେରିଛନ୍ତି ।
Trending Photos
)
ରଘୁନାଥ ସାହୁ, ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଜି ଏକ ୬ ବର୍ଷର ବାଳକ କୋରୋନା ଆକ୍ରାନ୍ତ ହୋଇଥିବାର ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ । ଉକ୍ତ ବାଳକ ନିଜ ପିତାମାତାଙ୍କ ସହ ମହାରାଷ୍ଟ୍ରରୁ ଫେରି ସଂଗରୋଧରେ ରହୁଥିଲେ । ଆଜି(ମଙ୍ଗଳବାର) ତାଙ୍କ ନମୁନା ପଜିଟିଭ ଆସିଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।
ଆସନ୍ତା କାଲି ଉକ୍ତ ବାଳକକୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୭ରେ ପହଞ୍ଚିଛି । ଅନ୍ୟପକ୍ଷେ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ ହସ୍ପିଟାଲରୁ ଫେରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ସମୁଦାୟ ୪୭୧୯ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି ।ଏଥିରୁ ୪୩୫୨ଟି ରିପୋର୍ଟ ହସ୍ତଗତ ହୋଇଛି । ଯେଉଁଥିରୁ ୪୩୨୫ଟି ରିପୋର୍ଟ ନେଗେଟିଭ ଥିବାବେଳେ ୩୬୭ଟି ରିପୋର୍ଟର ଫଳାଫଳ ଆସିବା ବାକିଅଛି ।