'ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀ ଦିଅ ନ ହେଲେ...'
X

'ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀ ଦିଅ ନ ହେଲେ...'

ସାମ୍ୱାଦିକ ସମ୍ମିଳନୀ କରିଛନ୍ତି ପୀଡିତ ପରିବାର। ସଦର ଥାନା କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦେହୁରୀକୁ ତଳକୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ମୃତ ନାବାଳିକାର ବାପା, ମା ଓ ମାମୁଁ ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟାୟ ପାଇଁ ଦାବି କରିଛନ୍ତି।

'ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀ ଦିଅ ନ ହେଲେ...'

ରଘୁନାଥ ସାହୁ, ଅନୁଗୁଳ: ଝିଅର ମୃତ୍ୟୁରେ ମର୍ମାହତ ଅଭିଭାବକ। ହତ୍ୟାକାଣ୍ଡର ବର୍ଷେ ବିତିଯାଇଥିଲେ ସୁଦ୍ଧା ଏଯାଏଁ ମିଳିନି ନ୍ୟାୟ। ଶେଷରେ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି ପୀଡିତ ପରିବାର। ସଦର ଥାନା କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦେହୁରୀକୁ ତଳକୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ମୃତ ନାବାଳିକାର ବାପା, ମା ଓ ମାମୁଁ ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟାୟ ପାଇଁ ଦାବି କରିଛନ୍ତି। 

୨୦୧୯ ଜାନୁୟାରୀ ୨୦ ତାରିଖରେ ସରୋଜ ମହାରଣାଙ୍କ ୧୨ ବର୍ଷର ଝିଅକୁ ଗାଁ ମଶାଣୀରେ ଅଭିଯୁକ୍ତ ଅନାମ ଦେହୁରୀ ପ୍ରଥମେ ଦୁଷ୍କର୍ମ ପରେ ପଥରେ ଛେଚି ହତ୍ୟା କରିଥିଲା। ନାବାଳିକାଙ୍କ ମୃତଦେହକୁ ବି ସେ ଦୁଷ୍କର୍ମ (Angul Rape Case) କରିଥିବା ଅଭିଯୋଗ ହୋଇଛି। ସେହି ଜଘନ୍ୟ ଘଟଣାରେ ଅଭିଯୁକ୍ତକୁ ସେତେବେଳେ ପୋଲିସ କୋଲକାତା (Kolkata) ରୁ ଗିରଫ କରିଥିଲା। ମାମଲାର ଗୁରୁତ୍ୱକୁ ବିଚାର କରି ଅନୁଗୁଳ (Angul) ସ୍ୱତନ୍ତ୍ର POCSO କୋର୍ଟରେ ବିଚାର ପାଇଁ ଆବେଦନ କରାଯାଇଥିଲା। ଅଦାଲତ ୩୬ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

Also Read: ନାବାଳିକା ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ନିର୍ଧୁମ ଛେଚି ପୋଲିସ ଜିମା ଦେଲେ ଗ୍ରାମବାସୀ

ପରେ POCSO କୋର୍ଟଙ୍କ ରାୟକୁ ହାଇକୋର୍ଟ (Odisha High Court) ରେ ଚ୍ୟାଲେଞ୍ଜ କରାଯାଇଥିଲା। ଆଉ ହାଇକୋର୍ଟ ଫାଶୀ ଦଣ୍ଡାଦେଶ (Death penalty) କୁ ରଦ୍ଦ କରିବା ସହ ମାମଲାର ପୁନଃବିଚାର (Review) ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ଅନାମକୁ ପୂର୍ବ ରାୟ ଅନୁସାରେ ଫାଶୀ ଦିଆଯାଉ ବୋଲି ପରିବାର ନିବେଦନ କରିଛନ୍ତି। ଏହା ନହେଲେ ସମାଜରେ ଏଭଳି ଘଟଣା ଆହୁରି ଘଟିବ ଓ ଅଭିଯୁକ୍ତମାନେ ଆଇନକୁ ମାନିବେ ନାହିଁ। ଅଭିଯୁକ୍ତକୁ ଫାଶୀ ନହେଲେ ସେମାନେ ପରିବାର ସହ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି।

 

 

 

 

 

 

 

 

Trending news