• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Angul
  • /ବିଷାକ୍ତ ବଳୟରୁ ସ୍ୱଚ୍ଛ ପବନ

ବିଷାକ୍ତ ବଳୟରୁ ସ୍ୱଚ୍ଛ ପବନ

ସୁଧୁରୁଛି ଅନୁଗୋଳ ବାୟୁମଣ୍ଡଳ

Edited ByZee Odisha Desk
Published: May 18, 2020, 10:03 PM IST|Updated: May 18, 2020, 10:03 PM IST
joinshare
ବିଷାକ୍ତ ବଳୟରୁ ସ୍ୱଚ୍ଛ ପବନ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Rain Alert: ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି, ଏହି ଜିଲ୍ଲାରେ ସ୍କୁଲ୍ ଛୁଟି...

    Rain Alert: ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି, ଏହି ଜିଲ୍ଲାରେ ସ୍କୁଲ୍ ଛୁଟି...

    2

    ସରକାରୀ ଟଙ୍କା ଆତ୍ମସାତ କରି ଆଠଗଡ଼ ବନ ଡିଭିଜନ ପୂର୍ବତନ ବନ ଅଧିକାରୀ ଗିରଫ

    3

    ମୋଦୀଙ୍କ ଜନ୍ମଦିନରେ ରାଜ୍ୟ ବିଜେପି ଆୟୋଜିତ କରିବ ବଡ଼ ରକ୍ତ ଦାନ ଶିବିର

    4

    Vigilance Case: ଭିଜିଲାନ୍ସ ଜାଲରେ ଜୁବା PACS ଲିମିଟେଡର ପୂର୍ବତନ ସଚିବ

    5

    ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାକ୍ଷାତକାର

    ରଘୁନାଥ ସାହୁ, ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ପ୍ରଦୂଷଣ ମାତ୍ରାରେ ଆଶାତୀତ ଭାବେ ସୁଧାର ଆସିଛି । କଳକାରଖାନା, ଖଣିରେ ଭରପୁର ଜିଲ୍ଲାର ସ୍ଥିତି ବିପଦପୂର୍ଣ୍ଣ ସ୍ଥିତିକୁ ଚାଲି ଆସିଥିଲା । କିନ୍ତୁ ଲକଡାଉନର ପ୍ରଭାବରେ ଏବେ ସ୍ଥିତି ବେଶ ସୁଧୁରୁଥିବା ଯୋଗୁଁ ଏକ ସ୍ୱଚ୍ଛ ବାତାବରଣ ସୃଷ୍ଟି ହୋଇଛି ଜିଲ୍ଲାରେ । 

    ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲା । ରହିଛି ଅନେକ କୋଇଲା ଖଣି , କଳକାରଖାନା ଓ ଥର୍ମାଲ ପ୍ଳାଣ୍ଟ । ଏହା ସହ ଜିଲ୍ଲାକୁ ଦୈନଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଗାଡି ମୋଟର ଯିବାଆସିବା କରିଥାଏ । ଯାହା ଫଳରେ ଜିଲ୍ଲାର ବାୟୁମଣ୍ଡଳ ଧୀରେଧୀରେ ବିଷାକ୍ତ ହୋଇ ଚାଲିଥିଲା । ଏପରିକି ଚଳିତ ବର୍ଷ ଜାନୁଆରୀ ମାସ ବେଳକୁ ମଧ୍ୟ ସ୍ଥିତି ବିପଦପୂର୍ଣ୍ଣ ଥିଲା । ବାୟୁମଣ୍ଡଳରେ ଥିବା PM2.5 ଧୂଳିକଣା ହେଉ କି PM10 ଧୂଳିକଣା  ,  ଏହିସବୁର ସଂଖ୍ୟା ଏତେ ବୃଦ୍ଧି ପାଇଥିଲା ଯେ ଦିଲ୍ଲୀ ସହର ଭଳି ସ୍ଥିତି ଉପୁଜିବ ବୋଲି ଭୟ ରହିଥିଲା । ଯାହାକୁ ନେଇ NGT ମଧ୍ୟ ତାଗିଦ କରିବା ସହ ସ୍ଥିତିରେ ସୁଧାର ଆଣିବା ପାଇଁ ନିର୍ଦେଶ ଦେଇଥିଲେ । ପ୍ରଦୂଷଣ କଣ୍ଟ୍ରୋଲ ଏଥିପାଇଁ ବହୁ ପରିଶ୍ରମ କରୁଥିଲେ ମଧ୍ୟ ବିଶେଷ ସୁଧାର ଆସି ପାରୁ ନଥିଲା । ତେବେ ପ୍ରଶାସନ ଓ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ଯାହା କରି ପାରୁ ନଥିଲେ ତା ଠାରୁ ଅଧିକ ହୋଇ ପାରିଛି ଏହି ଲକଡାଉନ ଯୋଗୁଁ । ଦେଖନ୍ତୁ ଜାନୁଆରୀ ମାସରେ ଥିବା ରିପୋର୍ଟ ତୁଳନାରେ ବର୍ତ୍ତମାନ ସ୍ଥିତି କଣ ରହିଛି । 

    ଜାନୁଆରୀ ମାସର ରିପୋର୍ଟ ଦେଖିବା ବେଳେ PM2.5 ର ମାତ୍ରା 155 କୁ ଛୁଇଁ ଯାଇଥିଲା ଏବଂ ପ୍ରତ୍ଯେକ ଦିନ 100 ପଖାପାଖି ରାହୁଥିଲା  । ତେବେ ମେ ମାସରେ ଏଥିରେ ବେଶ ସୁଧାର ଆସି 50 ତଳକୁ ମଧ୍ୟ ଖସି ଯାଇଛି । ସେହିପରି PM10 ର ମାତ୍ରା ଜାନୁଆରୀ ମାସରେ 300 ଉପରକୁ ଚାଲି ଯାଇଥିଲା । ତେବେ ବର୍ତ୍ତମାନ ଏହାର ସ୍ଥିତି 40 ରୁ 50 ପ୍ରତିଶତ ହ୍ରାସ ପାଇଛି । ତେବେ ଜିଲ୍ଲାରେ ଖଣି ଖାଦାନ ସବୁ ଚାଲୁ ରହିଥିବା ବେଳେ ବାୟୁ ପ୍ରଦୂଷଣରେ ଏଭଳି ସୁଧାର ସମସ୍ତଙ୍କୁ ନିହାତି ଚକିତ କରୁଥିବ । ତେବେ ଏହାର କାରଣ ହେଲା ଜିଲାରେ ଚାଲୁଥିବା ଗାଡି ମୋଟର ବନ୍ଦ ମୁଖ୍ୟ କାରଣ ବୋଲି କହିଛନ୍ତି ଜିଲ୍ଲା ପ୍ରଦୂଷଣ ଆଞ୍ଚଳିକ ଅଧିକାରୀ । ଲକଡାଉନ ବେଳେ ଜିଲ୍ଲାରେ ଗାଡି ମୋଟର ଚଳାଚଳ ବନ୍ଦ ଯୋଗୁଁ ବାୟୁ ପ୍ରଦୂଷଣରେ ଏଭଳି ସୁଧାର ଆସିଥିବା ସେ କହିବା ସହ ସମସ୍ତଙ୍କୁ ଚକିତ କରିଛି  ।

    ବିଷାକ୍ତ ବଳୟ ହୋଇଛି ସବୁଜ ବଳୟ , ବଦଳିଛି ପ୍ରଦୂଷଣକୁ ନେଇ ଚିତ୍ର  । ଲକଡାଉନ ଅନେକଙ୍କୁ କଷ୍ଟ ଦେଇଛି ସତ କିନ୍ତୁ ଅନୁଗୋଳବାସୀଙ୍କ ପାଇଁ ସାଜିଛି ଏହା ବରଦାନ ।

    Add Zee News as a Preferred Source
    TAGS:
    ANGUL DISTRICT
    Pollution
    clean air