)
ରଘୁନାଥ ସାହୁ, ଅନୁଗୁଳ: ନାବାଳିକା ବାହାଘର ପାଇଁ ତାଙ୍କ ବାପା, ମା ଯେତିକି ମାତ୍ରାରେ ଦାୟୀ, ନାବାଳିକାଙ୍କ ହାତଗଣ୍ଠି ପକାଇଥିବା ପୁରୋହିତ ମଧ୍ୟ ଅନୁରୂପ ପରିମାଣରେ ଦୋଷୀ । କେବଳ ପୁରୋହିତଙ୍କୁ ନୁହେଁ, ବାହାଘର ପାଇଁ କଲ୍ୟାଣ ମଣ୍ଡପ ଅନୁମତି ଦେଉଥିବା ମାଲିକମାନଙ୍କୁ ବି ଜିଲ୍ଲାପାଳ ସତର୍କ କରାଇ ଦେଇଛନ୍ତି। ବାହାଘରରେ ସାମିଲ୍ ଗାଡ଼ିର ମାଲିକ, ବ୍ୟାଣ୍ଡ୍ ପାର୍ଟିକୁ ବି ଜିଲ୍ଲାପାଳ ଚିଠିରେ ସଚେତନ କରାଇ ପରୋକ୍ଷରେ ଅନୁଗୁଳ ଜିଲ୍ଲା କେମିତି ବାଲ୍ୟ ବିବାହ ମୁକ୍ତ ହେବ ତାହାର ଉତ୍ତର ଦାୟିତ୍ବ ମୁଣ୍ଡାଇଛନ୍ତି।
ବାଲ୍ୟବିବାହ ସମ୍ପୂର୍ଣ୍ଣ ବେଆଇନ। ୧୮ ବର୍ଷରୁ କମ୍ ଝିଅକୁ କିମ୍ବା ୨୧ ବର୍ଷରୁ କମ୍ ପୁଅକୁ ବିବାହ କରାଇବା ଦଣ୍ଡନୀୟ ଅପରାଧ। ୨୦୦୬ ମସିହାରୁ ଲାଗୁ ହୋଇଥିବା ଏହି ଆଇନ କଡ଼ାକଡ଼ି ପାଳନ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିଲ୍ଲାର ସବୁ ସରପଞ୍ଚଙ୍କୁ ଚିଠି ଲେଖିଛନ୍ତି। ନାବାଳିକା ବାହାଘର ପାଇଁ ବାପା, ମା ଯେତିକି ମାତ୍ରାରେ ଦାୟୀ। ବେଦି ଉପରେ ନାବାଳିକାଙ୍କ ବାହାଘର କରାଉଥିବା ଥିବା ବ୍ରାହ୍ମଣ ସମ ପରିମାଣର ଦାୟୀ। ଏଥିପାଇଁ ବାହାଘର କରିବା ପୂର୍ବରୁ ବ୍ରାହ୍ମଣମାନେ ବର-କନ୍ୟାଙ୍କ ବୟସ କେତେ ତାହା ଜାଣିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ବରକନ୍ୟାଙ୍କ ବୟସ ତନଖିରୁ ବେଦିରେ ବସିଲା ବେଳକୁ ବର କନ୍ୟାଙ୍କର ବୟସ କେତେ ତାହା ଜାଣିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କେବଳ ବ୍ରାହ୍ମଣଙ୍କୁ ନୁହେଁ, ବାହାଘର ପାଇଁ କଲ୍ୟାଣ ମଣ୍ଡପ। ବାହାଘରରେ ସାମିଲ ଗାଡିର ମାଲିକ, ବ୍ୟାଣ୍ଡ ବାଜା ମାଲିକମାନଙ୍କୁ ମଧ୍ୟ ଜିଲ୍ଲାପାଳ ସତର୍କ କରାଇ ଦେଇଛନ୍ତି । ଅନୁଗୁଳ ଜିଲ୍ଲା କେମିତି ବାଲ୍ୟ ବିବାହମୁକ୍ତ ହେବ ନେଇ ତାହାର ଉତ୍ତର ଦାୟିତ୍ବ ନେଇ ଜିଲ୍ଲାପାଳ ୨୦୦୬- ବାଲ୍ୟ ବିବାହ ଆଇନ ଅନୁସାରେ ଝିଅକୁ ୧୮ବର୍ଷ ବୟସ ନ ନେଲେ ତାଙ୍କୁ ବିବାହ କରାଯାଇ ପାରିବ ନାହିଁ ଏବଂ ପୁଅକୁ ୨୧ବର୍ଷ ବୟସରୁ କମ ହେଲେ ସେ ମଧ୍ୟ ବିବାହ ପାଇଁ ଯୋଗ୍ୟ ହୋଇ ନାହିଁ ବୋଲି କହିଛନ୍ତି ।
୧୫ବର୍ଷ ପୂର୍ବରୁ ସରକାର ଏଭଳି ଆଇନକୁ ଲାଗୁ କରିଥିବା ସତ୍ଵେ କରିଛି, ଗାଁ ଗଣ୍ଡାରେ ଏହାକୁ ପାଳନ କରା ଯାଉନାହିଁ। ଲକଡାଉନ ସମୟରେ ଅନୁଗୁଳ ଜିଲ୍ଲାର ଗାଁ ଗଣ୍ଡାରେ ଚାଲିଥିବା ସିରିଜ ନାବାଳିକା ବିବାହର ଅୟୋଜନ ଗାଁ ଗଣ୍ଡାରେ ବାଲ୍ୟବିବାହକୁ ନେଇ ସଚେତନତାର ଅଭାବକୁ ପଦାକୁ ଆସିଥିଲା। ଗତ ଦୁଇ ମାସ ମଧ୍ୟରେ ୧୩ଟି ବାଲ୍ୟ ବିବାହ କଥା ପ୍ରଶାସନ ସାମ୍ନାକୁ ଆସିଛି। ଅଙ୍ଗନବାଡ଼ି କର୍ମୀ, ପୁଲିସ ସମନ୍ଵୟରେ ଯଦିଓ ଏହି ବାଲ୍ୟ ବିବାହକୁ ବନ୍ଦ କରାଯାଇଛି।
ତଥାପି ଲୁଚାଛପାରେ ଅନେକ ନାବାଳିକାଙ୍କର ବାହାଘର ହୋଇଛି । ସେଥିପଇଁ ଜିଲ୍ଲାପାଳ ବ୍ରାହ୍ମଣ ,ଟେଣ୍ଟହାଉସ୍ ମାଲିକ , ଗାଡ଼ି ଓ କ୍ୟାଟରିଂ ମାଲିକଙ୍କ ଉଦ୍ୟେଶରେ ଏହି ସତର୍କପୂର୍ଣ୍ଣ ଚିଠି ଲେଖି ସରପଞ୍ଚ ମାନଙ୍କ ନିକଟକୁ ପଠାଇଛନ୍ତି । ନିଜ ଅଞ୍ଚଳରେ ଏହି ସବୁ ମାଲିକମାନଙ୍କୁ ବାଲ୍ୟବିବାହ ଆଇନ ସମ୍ପର୍କରେ ସଚେତନ କରାଇବା ପାଇଁ ଚିଠିରେ ସ୍ପଷ୍ଟ କରା ଯାଇଛି । ଯାହାକୁ ବ୍ରାହ୍ମଣ ବ୍ରାହ୍ମଣ ,ଟେଣ୍ଟହାଉସ୍ ମାଲିକ ଆଦି ସ୍ଵାଗତ କରିଛନ୍ତି । ଆଉ ଏହାକୁ ପାଳନ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି ।
ବାଲ୍ୟ ବିବାହ କଲେ କେବଳ ଯେ ବରକନ୍ୟା କିମ୍ବା ପିତାମାତା ଦୋଷୀ ତା ନୁହେଁ , ଏଥର ବାଲ୍ୟ ବିବାହ କରାଉଥିଲେ କଲ୍ୟାଣ ମଣ୍ଡପ , ଗାଡ଼ିର ମାଲିକ, ବ୍ୟାଣ୍ଡ୍ ପାର୍ଟିଙ୍କ ବିରୁଦ୍ଧରେ ମଧ୍ୟ ନିଆଯିବ କାର୍ଯ୍ୟାନୁଷ୍ଠାନ । ଜିଲ୍ଲାପାଳ ଏଭଳି ତାଗିଦ କରିବା ପରେ ବାଲ୍ୟ ବିବାଃ ଉପରେ ଅଙ୍କୁଶ ଲାଗିବ ବୋଲି ଆଶା କରା ଯାଉଛି ।