ଆସୁଛି ଶ୍ରମିକ ଟ୍ରେନ, ପୁରା ପ୍ରସ୍ତୁତି ନେଇଛି ଅନୁଗୋଳ ପ୍ରଶାସନ
Advertisement

ଆସୁଛି ଶ୍ରମିକ ଟ୍ରେନ, ପୁରା ପ୍ରସ୍ତୁତି ନେଇଛି ଅନୁଗୋଳ ପ୍ରଶାସନ

ଖୋଦ ଅନୁଗୋଳ ଜିଲ୍ଲାପାଳ ଓ ଏସପି ଏହାର ତଦାରଖ କରୁଛନ୍ତି । 

ପ୍ରତୀକାତ୍ମକ ଫଟୋ

ଅନୁଗୋଳ: ଗୁଜୁରାଟ ଭଲସାତରୁ ବାହାରିଥିବା ଶ୍ରମିକ ଟ୍ରେନ ଆଜି ଅନୁଗୋଳରେ ପହଞ୍ଚିବ । ଏହି ଟ୍ରେନରେ ୧୬୫୦ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଆସୁଛନ୍ତି । ତେବେ ଏଥିପାଇଁ ଅନୁଗୋଳ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଷ୍ଟେସନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହେ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଖୋଦ ଅନୁଗୋଳ ଜିଲ୍ଲାପାଳ ଓ ଏସପି ଏହାର ତଦାରଖ କରୁଛନ୍ତି । 

ମିଳିଥିବା ସୂଚନା ମୁତାବକ, ଏହି ଶ୍ରମିକ ଟ୍ରେନରେ ୨୪ ଟି ଜିଲ୍ଲା ସମେତ ୧୩ ଟି ଉପଖଣ୍ଡର ୧୬୫୦ ଜଣ ଆସିବେ ପ୍ରବାସୀ ଓଡିଆ । ଯେଉଁଥିରେ ଅନୁଗୁଳ ଜିଲ୍ଲାର ସର୍ବାଧିକ ୬୩୪ ଜଣ ଅଛନ୍ତି । ଏଥିପାଇଁ ଅନୁଗୁଳ ଷ୍ଟେସନରେ କରା ଯାଇଛି ବ୍ୟାପକ  ପ୍ରସ୍ତୁତି । ଷ୍ଟେସନରେ ଶ୍ରମିକ ମାନଙ୍କ ପାଇଁ କାଉଣ୍ଟର ଖୋଲାଯାଇଛି ।  ଯେଉଁଠାରେ ଶ୍ରମିକ ମାନଙ୍କ ରେଜିଷ୍ଟ୍ରେସନ କରାଯିବା  ପରେ ସ୍କ୍ରିନିଂ କରାଯିବ । ଏଥିପାଇଁ ୩ ଜଣ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଶ୍ରମିକମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇବା ପାଇଁ ୨୦ଟି ବସର ବନ୍ଦୋବସ୍ତ କରାଯାଇଛି ।