କୋରୋନା ପାଇଁ ବାଉଁଶ ପକାଇ ଗାଁ ସିଲ କଲେ ଯୁବଗୋଷ୍ଠୀ

ଅନୁଗୋଳ ପାତ୍ରପଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ବାୟାଣୀ ଠାକୁରାଣୀଙ୍କ ରାଜ୍ୟ ପ୍ରସିଦ୍ଧ ବାର୍ଷିକ ଯାତ୍ରା ବିନା ଜନ ସମାଗମରେ ଅନୁଷ୍ଠିତ ହୋଇ ଯାଇଛି । ଆଜି ଆୟୋଜିତ ମା ବାୟାଣୀଙ୍କ ଏହି ଯାତ୍ରା କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା ସରକାରୀ ଗାଇଡ୍‌ଲାଇନ ଯୋଗୁଁ ବନ୍ଦ ରଖାଯାଇଥିବା ଜଣାପଡ଼ିଛି । 

କୋରୋନା ପାଇଁ ବାଉଁଶ ପକାଇ ଗାଁ ସିଲ କଲେ ଯୁବଗୋଷ୍ଠୀ
ଫାଇଲ ଫଟୋ

ରଘୁନାଥ ସାହୁ , ଅନୁଗୋଳ: ସାମାଜିକ ଦୁରତ୍ୱ ଅଭାବରୁ ଦେଶ ବିଦେଶରେ କୋରୋନା କାୟା ବିସ୍ତାର କରି ଚାଲିଛି । ଏହି ସମୟରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତଥାପି ସାମାଜିକ ଦୂରତା ରକ୍ଷା କରୁନାହାନ୍ତି କିଛି ଅମାନିଆ ଲୋକେ । ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକ୍ ଡାଉନ ଘୋଷଣା ହେବାପରେ ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ରାଣିବନ୍ଧ ଗାଁର ତ୍ରିନାଥ ଯୁବକ ସଂଘ ତରଫରୁ ଗାଁକୁ ଲକ୍ ଡାଉନ୍ କରିବାର ଜିମା ହାତକୁ ନିଆଯାଇଛି  । କିଛି ଲୋକ କାମ ନଥିଲେ ବି ଗାଁ ରେ ମୋଟର ସାଇକେଇ ଧରି ବୁଲୁଥିବା ବେଳେ କିଛି ମେଳି ହୋଇ ବସୁଥିଲେ  । ଏଭଳି ସ୍ଥିତିରେ ତ୍ରିନାଥ ଯୁବକ ସଂଘ ତରଫରୁ ଆମ ଗାଁକୁ ଆମେ ନିଜେ ଜଗିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗାଁ ମୁଣ୍ଡରେ ବାଉଁଶ ପକାଇ ଜଗି ରହିଛନ୍ତି କିଛି ଯୁବକ ।

ଗାଁ ଭିରତକୁ ଯିବା ଆସିବା ଲୋକମାନଙ୍କୁ ଡେଟଲ ପାଣିରେ ଧୋଇ ହୋଇ ଗାଁ ଭିତରକୁ ଛଡା ଯାଉଛି । ଗାଁରୁ ଯେଉଁମାନେ ବାହାରକୁ କୌଣସି ଜରୁରୀକାଳୀନ କାର୍ଯ୍ୟ ପାଇଁ ଯିବାକୁ ଚାହିଁଲେ ସେମାନଙ୍କର ରେକର୍ଡ ରଖାଯାଉଛି । ଆଉ ବାହାର ଗାଁରୁ ଯେଉଁମାନେ ତାଙ୍କ ଗାଁକୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କର ମଧ୍ୟ ରେକର୍ଡ କରାଯାଉଛି । ସନ୍ଦେହ ଯୁକ୍ତ ଲୋକମାନଙ୍କ ପାଇଁ ଗାଁ ସମ୍ପୂର୍ଣ୍ଣ ମନା । ଏହି କାର୍ଯ୍ୟକ୍ରମ ଲକଡାଉନ ପର୍ଯ୍ୟନ୍ତ ରହିବ ବୋଲି ସଂଘ ସଭାପତି ଅନାମ ଚରଣ ସ୍ୱାଇଁ କହିଛନ୍ତି ।

ଅନୁଗୋଳ ପାତ୍ରପଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ବାୟାଣୀ ଠାକୁରାଣୀଙ୍କ ରାଜ୍ୟ ପ୍ରସିଦ୍ଧ ବାର୍ଷିକ ଯାତ୍ରା ବିନା ଜନ ସମାଗମରେ ଅନୁଷ୍ଠିତ ହୋଇ ଯାଇଛି । ଆଜି ଆୟୋଜିତ ମା ବାୟାଣୀଙ୍କ ଏହି ଯାତ୍ରା କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା ସରକାରୀ ଗାଇଡ୍‌ଲାଇନ ଯୋଗୁଁ ବନ୍ଦ ରଖାଯାଇଥିବା ଜଣାପଡ଼ିଛି । ତେବେ ନୀତିକାନ୍ତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ପୂଜକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ହେଲେ ଯେଉଁଠି ଲକ୍ଷାଧିକ ଭକ୍ତଙ୍କ ସମମାଗମ ହୋଇଥାଏ ସେଇଠି ଆଜି ଖାଁ ଖାଁ ଥିଲା । କୋରୋନା ପାଇଁ କେହି ବି ଭକ୍ତ ସେଠାକୁ ଯାଇ ନଥିଲେ ।