ହାଉସଫୁଲ-୪ର ନୂଆ ଭିଡିଓ ସଙ୍ଗ୍ 'ଭୂତ' ବିଷୟରେ ଜାଣନ୍ତୁ କିଛି ଅଜଣା କଥା...

ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କ ଫିଲ୍ମ ହାଉସଫୁଲ ୪କୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଉତ୍ସାହ । ରିଲିଜ ହେଲା ଫିଲ୍ମର ନୂଆ ଭିଡିଓ ସଙ୍ଗ୍ 'ଭୂତ'

ହାଉସଫୁଲ-୪ର ନୂଆ ଭିଡିଓ ସଙ୍ଗ୍ 'ଭୂତ' ବିଷୟରେ ଜାଣନ୍ତୁ କିଛି ଅଜଣା କଥା...
ହାଉସଫୁଲ-୪ର ନୂଆ ଭିଡିଓ ସଙ୍ଗ୍ 'ଭୂତ' ବିଷୟରେ ଜାଣନ୍ତୁ କିଛି ଅଜଣା କଥା

ତ୍ରିବେଣୀ ମହାପାତ୍ର, ଭୁବନେଶ୍ୱର: ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କ ଫିଲ୍ମ ହାଉସଫୁଲ ୪କୁ ନେଇ ଲୋକଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ଫିଲ୍ମର ଟ୍ରେଲରଟି ଲୋକଙ୍କ ମନକୁ ବେଶ ଛୁଇଁଛି । ବୁଧବାର ଫିଲ୍ମର ନୂଆ ଭିଡିଓ ସଙ୍ଗ୍  'ଭୂତ' ରିଲିଜ କରଯାଇଛି । ହେଲେ ସବୁଠୁ ଖାସ କଥା ହେଲା ଆକ୍ଟର ନବାଜୁଦ୍ଧିନ ସିଦ୍ଧିକି ମଧ୍ୟ ଏହି ଗୀତରେ ଥିବା ବେଳେ ସେ ତାନ୍ତ୍ରୀକ ଭାବରେ ଅଭିନୟ କରିଛନ୍ତି । ଗୀତରେ ନବାଜ, ଅକ୍ଷୟଙ୍କ ଭିତରେ ପଶିଥିବା ଦୁଷ୍ଟ ଆତ୍ମକୁ ବାହର କରିବାକୁ ଉଦ୍ୟମ ଚଳାଇଛନ୍ତି ।

ଭିଡିଓରେ ବବି ଦେଓଲ, ରିତେଶ ଦେଶମୁଖ, କ୍ରିତି ସେନନ୍, ପୂଜା ହେଗଡେଙ୍କ ସମେତ କ୍ରିତି ଖରବଦାଙ୍କୁ ଲାଗୁଛି କି ଅକ୍ଷୟଙ୍କୁ କୌଣସି ଭୂତ ନିଜର ବଶରେ ରଖିଛି । ଫଳରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେମାନେ ପ୍ରୟାସ ଚଳଶାଇଛନ୍ତି । ଯେଉଁଥିପାଇଁ ସମସ୍ତେ ମିଶିକରି ଅକ୍ଷୟଙ୍କୁ ତାନ୍ତ୍ରୀକ ନବାଜୁଦ୍ଧିନ ସିଦ୍ଦିଖଙ୍କ ପାଖକୁ ନେଇ ପହଞ୍ଚିଛନ୍ତି । ତେବେ ଏହି ସମୟରେ ନବାଜୁଦ୍ଧିନ ସିଦ୍ଧିକି ନିଜର ତାନ୍ତ୍ରୀକ ମନ୍ତ୍ର ବିଦ୍ୟା ଦ୍ୱାରା ଅକ୍ଷୟଙ୍କ ଭିତରେ ପଶିଥିବା ଦୁଷ୍ଟ ଭୂତକୁ ବାହର କରିବାକୁ ଚେଷ୍ଟା କରୁଥିବା ନଜରରେ ଆସିଛନ୍ତି । ହେଲେ ସବୁଠୁ ମଜାଦାର କଥା ହେଲା ଏହି ଗୀତରେ ନବାଜୁଦ୍ଧିନ ସିଦ୍ଧିକି ନିଜର ଡ୍ୟାନ୍ସ ସ୍କିଲ୍ ଦେଖାଇଛନ୍ତି । ଏବଂ ମନ୍ତ୍ର ମଧ୍ୟରେ ମଝିରେ ମଝିରେ ଆଲିୟା ଭଟ୍ଟଙ୍କ ନା ଉଚ୍ଚାରଣ କରିଛନ୍ତି ।

ଏହି ଗୀତକୁ ଫରହାଦ ସାମଜୀ ଲେଖିଥିବା ବେଳେ ଗୀତର ମ୍ୟୁଜିକ ମଧ୍ୟ ଫରହାଦ ସାମଜୀ ଓ ସଂଦୀପ ସିରୋଦକର ନିର୍ଦ୍ଦେଶନା ଦେଇଛନ୍ତି । ଏହାକୁ ମିକା ସିଂହ ଏବଂ ଫରହାଦ ସାମଜୀ ମିଳିତ ଭାବେ କଣ୍ଠଦାନ କରିଛନ୍ତି । ଏହି ଗୀତକୁ ଅକ୍ଷୟ କୁମାର ନିଜ ଇଷ୍ଟ୍ରାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏବଂ " ଏହାର କ୍ୟାପସନ ମଧ୍ୟ ଅକ୍ଷୟ କୁମାର ଲେଖିଛନ୍ତି । ଡରକେ ମାରେ ଛୁପ ନା ଜାନା, ଆୟା ହେ ସିର୍ଫ ଆପସେ ମିଲନେ ଭୂତ ରାଜା" ।   

ତେବେ ଫିଲ୍ମର ଏହି ଗୀତ ବେଶ୍ ପପୁଲାର ହୋଇଛି । ଏହା ପୂର୍ବରୁ ଫିଲ୍ମର ଗୀତ ଏକ ଚୁମ୍ମା ଏବଂ ଶେତାନ୍ କା ଶାଲା ରିଲିଜ ହୋଇଥିଲା । ଯାହା ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ଗୀତର ଫାଷ୍ଟ ବିଟ୍ସ ଉପରେ ଅକ୍ଷୟ କୁମାରଙ୍କ ଏନଜୈଟିକ୍ ଡାନ୍ସ ଦେଖିବାକୁ ମିଳିଥିଲା । ଏହି ଗୀତକୁ ସୋସିଆଲ ମିଡିଆରେ ସେୟାର କରି ଅକ୍ଷୟ କୁମାର ନିଜର ଫ୍ୟାନ୍ସଙ୍କୁ ବାଲା ଚ୍ୟାଲେଞ୍ଚ୍ ଦେଇଛନ୍ତି ଽ