Advertisement
Article Detail0/zeeodisha/odisha2300092
Zee OdishaZee Odishaଡିପ୍‌ଥେରିଆରେ ଆଉ ଜଣେ ନାବାଳକ ଆଖି ବୁଜିଲେ, ୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଡିପ୍‌ଥେରିଆରେ ଆଉ ଜଣେ ନାବାଳକ ଆଖି ବୁଜିଲେ, ୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ପୂର୍ବରୁ ରୋଗରେ ଆକ୍ରାନ୍ତ ହୋଇ ୫ଜଣଙ୍କର ଜୀବନ ଯାଇଥିବା ବେଳେ ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଆଉ ଜଣଙ୍କର ପ୍ରାଣ ଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳକର ବ୍ରହ୍ମପୁରର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। 

ଡିପ୍‌ଥେରିଆରେ ଆଉ ଜଣେ ନାବାଳକ ଆଖି ବୁଜିଲେ, ୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର: ରାଜ୍ୟରେ ଡିପ୍‌ଥେରିଆ ରୋଗ ଆତଙ୍କ ଖେଲାଇଛି। ଏହି ରୋଗରେ ଆକ୍ରାନ୍ତ ହୋଇ ଜଣଙ୍କ ପରେ ଜଣେ ପ୍ରାଣ ହରାଉଛନ୍ତି। ପୂର୍ବରୁ ରୋଗରେ ଆକ୍ରାନ୍ତ ହୋଇ ୫ଜଣଙ୍କର ଜୀବନ ଯାଇଥିବା ବେଳେ ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଆଉ ଜଣଙ୍କର ପ୍ରାଣ ଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳକର ବ୍ରହ୍ମପୁରର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ନାବାଳକ ହେଲେ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ଗାଁର ସୁବାରାଓ ମେଲେକାଙ୍କ ୧୦ବର୍ଷର ପୁଅ ଦିପୁନା ମେଲେକା। ଏହା ପୂର୍ବରୁ ରାୟଗଡ଼ାର କାଶୀପୁରରେ ଡିପ୍‌ଥେରିଆ ସଂକ୍ରମଣରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ଦିନକୁ ଦିନ ଡିପ୍‌ଥେରିଆରେ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। 

ଜନନସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଏମକେସିଜି ମେଡିକାଲରେ ଡିପଥେରିଆ ରେ ୪ ଜଣ ଚିକିତ୍ସିତ ହେଉଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଶେଷରେ ସେ ଆଖି ବୁଜିଥିବା ଏମକେସିଜି ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ ସୂଚନା ଦେଇଛନ୍ତି। 

ଡିପ୍‌ଥେରିଆ ସଂକ୍ରମଣରେ ଲଗାମ ଲଗାଇବାକୁ ଗତକାଲିଠୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ। ୧ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ୍ ଓ ୫ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଟିକା ଦିଆଯିବ। ଡିପଥେରିଆ ରାୟଗଡ଼ା ଡେଇଁ କୋରାପୁଟ ଓ କଳାହାଣ୍ଡିକୁ ବ୍ୟାପିବା ପରେ ଚିନ୍ତାରେ ସରକାର । ସଂକ୍ରମିତ ଅଞ୍ଚଳବାସୀଙ୍କୁ ମାସ୍କ ପିନ୍ଧିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ଏହି ରୋଗରେ ଏଯାବତ୍ ୨୧ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ସେମାନେ ଚିକିତ୍ସିତ ହେଉଛନ୍ତି। ରାୟଗଡ଼ା କାଶୀପୁରରେ ୫ଜଣଙ୍କ ଜୀବନ ଯାଇଥିବା ବେଳେ ପଡ଼ୋଶୀ ଜିଲ୍ଲାରେ ବି କାୟା ବଢ଼ାଇଲାଣି ଡିପ୍‌ଥେରିଆ।

Add Zee News as a Preferred Source
About the Author