ଓଡ଼ିଶା ପ୍ରେମରେ ପଡ଼ିଲେ ଗୋବିନ୍ଦା; ଭୁବନେଶ୍ୱରରେ 'ନନ୍ଦୁ'ଙ୍କ ପାଇଁ ଗୀତ ଗାଇଲେ 'ରାଜା ବାବୁ'
Advertisement

ଓଡ଼ିଶା ପ୍ରେମରେ ପଡ଼ିଲେ ଗୋବିନ୍ଦା; ଭୁବନେଶ୍ୱରରେ 'ନନ୍ଦୁ'ଙ୍କ ପାଇଁ ଗୀତ ଗାଇଲେ 'ରାଜା ବାବୁ'

ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଗୀତର ସ୍ୱର ସଂଯୋଜନା କରିଛନ୍ତି। ଏହି ଗୀତରେ ତାଙ୍କର ପୁରୁଣା ସାଥୀ 'ନନ୍ଦୁ' ଅଭିନୟ କରିବେ ବୋଲି ସୂଚନା ମିଳିଛି।

 ସୌ- ସୋସିଆଲ ମିଡିିଆ

ଭୁବନେଶ୍ୱର: ଓଡ଼ିଶା ପ୍ରେମରେ ପଡ଼ିଗଲେ ବଲିଉଡର ସୁପରଷ୍ଟାର ଗୋବିନ୍ଦା।  ଭୁବନେଶ୍ୱରସ୍ଥିତ ଏକ ଷ୍ଟୁଡିଓରେ ଅଭିନେତା ଗୋବିନ୍ଦାଙ୍କ ଗୀତ ରେକର୍ଡିଂ କରାଯାଇଛି। ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଗୀତର ସ୍ୱର ସଂଯୋଜନା କରିଛନ୍ତି। ଏହି ଗୀତରେ ତାଙ୍କର ପୁରୁଣା ସାଥୀ 'ନନ୍ଦୁ' ଅଭିନୟ କରିବେ ବୋଲି ସୂଚନା ମିଳିଛି।

ସଫଳ ଅଭିନେତାରୁ ରାଜନେତା, ଆଉ ଏବେ ଗୀତିକାର ଭାବେ ନିଜର ପାରଦର୍ଶୀତା ପ୍ରତିପାଦନ କରୁଛନ୍ତି ଗୋବିନ୍ଦା (Actor Govinda) । ଓଡ଼ିଶା ସହ ତାଙ୍କର ସମ୍ପର୍କ ପୁରୁଣା। ଗତ କିଛି ବର୍ଷ ହେବ ସେ ଲଗାତର କୌଣସି ନା କୌଣସି କାମରେ ଓଡ଼ିଶା ଆସୁଛନ୍ତି। ୨୦୧୯ ମେ'ରେ ବରଗଡ, ଜୁରେ ପୁରୀ, ୨୦୨୦ ଜାନୁଆରୀରେ ଭୁବନେଶ୍ୱର ଓ ୨୦୨୧ ମାର୍ଚ୍ଚରେ ପୁରୀ ଆସିଥିଲେ। ଅଧିକାଂଶ ସମୟରେ ସେ ତାଙ୍କ ପତ୍ନୀ ସୁନିତାଙ୍କୁ ନେଇ ଜଗନ୍ନାଥ ଧାମ ଆସନ୍ତି ଏବଂ ମହାପ୍ରଭୁଙ୍କ ଦର୍ଶନ କରନ୍ତି।

Also Read: ମହାପ୍ରଭୁଙ୍କ ଦର୍ଶନ ପରେ ନବଦମ୍ପତ୍ତିଙ୍କୁ ଗୋବିନ୍ଦାଙ୍କ ଶୁଭେଚ୍ଛା

ଗୋବିନ୍ଦା (Govidna) ଙ୍କ ଓଡିଶା ଓ ଓଡିଆ ପ୍ରେମ ଆଉ ଦୁଇ ପାଦ ଆଗକୁ ଯାଇଛି। ଯାହାର ଉଦାହରଣ ଭୁବନେଶ୍ୱର (Bhubaneswar) ର ଏକ ଷ୍ଟୁଡିଓରେ ଦେଖିବାକୁ ମିଳିଛି। ଓଡିଆ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥଙ୍କ ସ୍ୱର ସଂଯୋଜନା କରାଯାଇଥିବା ଗୀତକୁ ଗୋବିନ୍ଦା କଣ୍ଠଦାନ କରିଛନ୍ତି। ଗୀତକୁ ନିଜେ ଗୋବିନ୍ଦା ଲେଖି ଥିବା ବେଳେ ଏଥିରେ ନନ୍ଦୁ ଅର୍ଥାତ ଶକ୍ତି କପୁର ଅଭିନୟ କରିବେ। ଗୋବିନ୍ଦାଙ୍କ ସମସ୍ତ ଗୀତ ଓଡିଶାରେ ରେକର୍ଡିଂ ହେବ। ଏହା ବ୍ୟତୀତ ଗୋବିନ୍ଦାଙ୍କ ଏହି ପ୍ରଜେକ୍ଟରେ ଓଡିଆ ଅଭିନେତ୍ରୀଙ୍କୁ ସ୍ଥାନ ମିଳିପାରେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୧୯୯୪ରେ ମୁକ୍ତିଲାଭ କରିଥିବା ରାଜା ବାବୁ (Raja Babu) ଫିଲ୍ମରୁ ଗୋବିନ୍ଦା ଓ ଶକ୍ତି କପୁରଙ୍କୁ ଯୋଡୀ ବଲିଉଡରେ ହିଟ୍ ହୋଇଥିଲା। ଫିଲ୍ମରେ ଗୋବିନ୍ଦା, ରାଜା ବାବୁ ଭୂମିକାରେ ଅଭିନୟ କରିଥିବା ବେଳେ ଶକ୍ତି କପୁର କମିକ ରୋଲ ନନ୍ଦୁ ଭାବେ ନଜର ଆସିଥିଲେ। ରାଜା ବାବୁ ପରେ ଦିୱାନା ମସ୍ତାନା, ସାଜନ ଚଲେ ଶୁଶୁରାଲ, ଶୋଲା ଔର ସବନମ, ଆଖେଁ, ଯୋଡି ନଂ ୧ ଭଳି ହିଟ୍ ଫିଲ୍ମରେ ଗୋବିନ୍ଦା ଓ ଶକ୍ତି (Shakti Kapoor) ଙ୍କୁ ଏକାଠି ଦେଖିବାକୁ ମିଳିଛି।