• ANM କର୍ମୀଚାରୀଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
  • କୋରୋନାର ନୂଆ ଷ୍ଟ୍ରେନକୁ ରାଜ୍ୟରେ କଟକଣା ଜାରି
  • ୧୨ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ବିମାନ ବନ୍ଦରରେ କରାଯାଉଛି ସ୍କ୍ରିନିଂ
  • ମହାରାଷ୍ଟ୍ର ଓ କେରଳ ରେ ସ୍ଥିତି ସଙ୍ଗୀନ
  • ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରର ପ୍ରବେଶକୁ ବାରଣ ପାଇଁ ସରକାରଙ୍କ ବିଶେଷ ପଦକ୍ଷେପ
  • ବିମାନ ବନ୍ଦରରେ ସ୍କ୍ରିନିଂ ସମୟରେ ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖାଯିବ
  • ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଭି. ଭେଙ୍କଟେଶ୍ୱର ରାଓଙ୍କ ସୂଚନା
  • ସାଲେପୁର: ମାହାଙ୍ଗା ବାଜପୁରା ଗାଁରେ ଆତ୍ମାହୁତି ଧମକ
  • ମନ୍ତ୍ରୀଙ୍କ ଗାଡ଼ି ଆଗରେ ଆତ୍ମାହୁତି ଧମକ ଦେଇ ଜଣେ ଗିରଫ
  • ଗିରଫ ବ୍ୟକ୍ତି ୨୦୧୪ ହତ୍ୟାକାଣ୍ଡର ଶିକାର ଦୀପ୍ତିକାନ୍ତ ସାହୁର ବଡ଼ଭାଇ

ଶ୍ରଦ୍ଧା କହିଲେ, ଏବେ ବଲିଉଡ ଇଣ୍ଡଷ୍ଟ୍ରିକୁ ଅଲବିଦା କହିବେ ବରୁଣ ଧୱନ !

ବରୁଣ ଧୱନଙ୍କୁ ଆଉ ସ୍କ୍ରିନ୍ (Screen) ରେ ଦେଖିବାକୁ ତାଙ୍କ ଫ୍ୟାନ୍ସ ମାନେ ଆଉ ପାଇବେନି । କାରଣ ତାଙ୍କ ପତ୍ନୀ ଓ ତାଙ୍କ ପରିବାର ଲୋକେ କେବେ ବି ଚାହିଁବେନି କି ବିବାହ ପରେ ବରୁଣ ଧୱନ ଆଉ କେଉଁ ଝିଅ ସହ ଫିଲ୍ମ ସାଇନ (Film Sign) କରିବେ ।

ଶ୍ରଦ୍ଧା କହିଲେ, ଏବେ ବଲିଉଡ ଇଣ୍ଡଷ୍ଟ୍ରିକୁ ଅଲବିଦା କହିବେ ବରୁଣ ଧୱନ !

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧୱନ ଶେଷରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଛନ୍ତି। ମୁମ୍ବାଇ ଅଲିବାଗରେ କୁଲି-୨ ଫେମ ବରୁଣ ଧୱନଙ୍କ ବିବାହ ଉତ୍ସବ ସୁରୁଖୁରରେ ସମ୍ପନ୍ନ ହେଇଛି । ଶୁକ୍ରବାରଠୁ ଆରମ୍ଭ ହୋଇଥିବା ବିବାହ ଉତ୍ସବ ରବିବାର ସରିଛି । ବରୁଣ ଧୱନ (Varun Dhawan) ନିଜ ବାହାଘର ଉତ୍ସବରେ ପାରମ୍ପରିକ ବର ନୁହେଁ ଜଣେ ମଡେଲ ଭାବେ ପହଞ୍ଚିଥିଲେ । ଆଉ ଏହି ବିବାହ ଉତ୍ସବ ଆଲିବାଗର ଦ ମାନସନ ହାଉସ (Wedding In Alibaug) ରେ ବହୁ ଧୁମଧାମରେ କରାଯାଇଥିଲା ।

ତେବେ ବରୁଣଙ୍କ ବିବାହ ଉତ୍ସବରେ ଅନେକ ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀ ତାଙ୍କ ବିବାହ ଉତ୍ସବରେ ଯୋଗଦେଇଥିଲେ । ସେପଟେ କୋରୋନା କଟକଣା (Corona Guideline) କୁ ନଜରରେ ରଖି କିଛି ସେଲିବ୍ରିଟି (Celebrity) ଅନଲାଇନ ନବଦମ୍ପତ୍ତିଙ୍କୁ ସୁଖୀ ଦାମ୍ପତ୍ୟ ପାଇଁ ଶୁଭକାମନା ଜଣାଇଥିଲେ । ତେବେ ଅନେକ ଅଭିନେତା ଓ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହେବା ପରେ ନିଜର ବଲିଉଡ କ୍ୟାରିୟର (Bollywood Carrier) କୁ ଅଲବିଦା କହିଥାନ୍ତି । ଯେଉଁ କ୍ରମରେ ବରୁଣଙ୍କ ବିବାହ ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Also Read: PUBG ଉପରେ ଭାରି ପଡ଼ିଲା FAU-G: ପ୍ରଥମ ଏପିସୋଡରେ ଗଲୱାନ ଘାଟି ସଂଘର୍ଷ !

ବରୁଣ ଧୱନ (Varun Dhawan)ଙ୍କ ବିବାହ ଉତ୍ସବର ଶୁଭକାମନା ଜଣାଇ ଅଭିନେତ୍ରୀ ଶ୍ରଦ୍ଧା ଶ୍ରୀନାଥ (shraddha srinath) କହିଛନ୍ତି ଯେ, ଏବେ ଆଉ ଜଣେ ଭଲ ଅଭିନେତା ନିଜ କାମରୁ ହାତ ଧୋଇଦେଲେ । ଶ୍ରଦ୍ଧା ଶ୍ରୀନାଥ କହିଛନ୍ତି ଯେ, ଏଥିପାଇଁ ଦୁଃଖ ଲାଗୁଛି ଯେ, ଏବେ ଏହି ଷ୍ଟାରଙ୍କୁ ଆଉ ସ୍କ୍ରିନ (Screen) ରେ ଦେଖିବାକୁ ତାଙ୍କ ଫ୍ୟାନ୍ସ ମାନେ ଆଉ ପାଇବେନି । କାରଣ ତାଙ୍କ ପତ୍ନୀ ଓ ତାଙ୍କ ପରିବାର ଲୋକେ କେବେ ବି ଚାହିଁବେନି କି ବିବାହ ପରେ ବରୁଣ ଧୱନ ଆଉ କେଉଁ ଝିଅ ସହ ଫିଲ୍ମ ସାଇନ (Film Sign) କରିବେ । କାରଣ ଏକଥା କେଉଁ ସ୍ତ୍ରୀ ବା ପରିବାର ଲୋକେ ପସନ୍ଦ କରିବେନି । ଯଦି ଏମିତି ନହୁଏ ତେବେ ବରୁଣ କେବଳ ପୁରୁଷ ପ୍ରାଧାନ୍ୟ ଫିଲ୍ମ ଅର୍ଥାତ୍ ଯେଉଥିରେ କେବଳ ପୁରୁଷ ହିଁ ରହିବେ ସେମିତି ଫିଲ୍ମରେ କାମ କରିବେ। କାରଣ ବିବାହ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ ନିଜ ଜୀବନ, ନିଜ କ୍ୟାରିଅର ଓ ବୈବାହିକ ଜୀବନକୁ ଏକାସାଥୀରେ ଚଳାଇବା କାଠିକର ପାଠ ହୋଇଥାଏ । ତେବେ ଏମିତି ଏକ ନିଆରା ବାର୍ତ୍ତା ଦେବା ସହ ବରୁଣ କଣ ସତରେ ବଲିଉଡକୁ ଅଲବିଦା କହିବେ ତାକୁ ନେଇ କୌଣସି ଔପଚାରିକ ଭାବେ ଘୋଷଣା କରାଯାଇନାହିଁ।

Also Read: ସରକାରଙ୍କୁ କୃଷକଙ୍କ ଚେତାବନୀ; ବଜେଟ ଦିନ କରିବୁ ସଂସଦ ମାର୍ଚ୍ଚ ରାଲି

ସୂଚନାଯୋଗ୍ୟ, ବରୁଣ ଧୱନ ଓ ନତାଶା ଦଲାଲ (Natasha Dalal)ଙ୍କ ଏହାରି ମଧ୍ୟରେ ଗ୍ରାଣ୍ଡ ୱେଡିଂ (Grand Wedding) ଶେଷ ହୋଇଛି। ଏହାପରେ ରିସେପସନକୁ ନେଇ ଏବେ ଅନେକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲାଣି । ହେଲେ ଫେବ୍ରୁଆରୀ ୨ରେ ରିସେପସନ ପାର୍ଟି (Reception Party) ଦେବା ନେଇ ଖବର ମିଳୁଥିବା ବେଳେ ବରୁଣ ଧୱନଙ୍କ ଅଙ୍କଲଙ୍କ କହିବାକଥା ଏହା କେବଳ ଶୁଣା କଥା, ବର୍ତ୍ତମାନ ଯାଏଁ କୌଣସି ତାରିଖ ଧାର୍ଯ୍ୟ କରାଯାଇନାହିଁ । ତାରିଖ ଧାର୍ଯ୍ୟ କରାଗଲେ ଗଣମାଧ୍ୟମକୁ କୁହାଯିବ ବୋଲି ସେ କହିଛନ୍ତି ।