• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ତମ ମନ କୀ ବାତ୍
  • ଆମର ସଂସ୍କୃତି ହଜାରେ ବର୍ଷର ପୁରୁଣା: ପ୍ରଧାନମନ୍ତ୍ରୀ
  • ମାଘ ମାସରେ ନଦୀରେ ସ୍ନାନ କଲେ ପୁଣ୍ୟ ମିଳିଥାଏ
  • ନଦୀ ସହ ଆମର ପରମ୍ପରା ଜଡ଼ିତ ରହିଛି: ପ୍ରଧାନମନ୍ତ୍ରୀ
  • ମାଘ ମାସ ପୁଣ୍ୟର ମାସ ହୋଇଥାଏ: ପ୍ରଧାନମନ୍ତ୍ରୀ
  • ଜଳ ଆମର ଜୀବନ, ଆସ୍ଥା ଓ ବିକାଶର ମାଧ୍ୟମ
  • ଗ୍ରୀଷ୍ମ ଋତୁ ଆସୁଛି, ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା
  • ଜଳର ସଂରକ୍ଷଣ ପାଇଁ ଆମକୁ ପ୍ରୟାସ କରିବାକୁ ହେବ
  • ଏଥର ହରିଦ୍ୱାରରେ କୁମ୍ଭମେଳା ହେବାକୁ ଯାଉଛି
  • ଗାଁର ନଦୀ, ନାଳ ଓ ପୋଖରୀକୁ ସଫା ରଖନ୍ତୁ: ପ୍ରଧାନମନ୍ତ୍ରୀ

ଦିବ୍ୟାଙ୍ଗ ପିଲାଙ୍କ ଜୀବନରେ ରଙ୍ଗ ଭରିଦେଲେ ବର୍ଷା

ପ୍ରତିଭାବାନ ଦକ୍ଷ ଦିବୟାଙ୍ଗ ପିଲାଙ୍କୁ ଉତ୍ସାହିତ ଏବଂ ପ୍ରାତ୍ସାହିତ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏଥିରେ କଟକ ଏବଂ ଏହାର ନିକଟସ୍ତ ୧୦ଟି ବିଦ୍ୟାଳୟର ପିଲାଙ୍କ ପ୍ରସ୍ତୁତ ଚିତ୍ର, ମାଟି ତିଆରି ସାମଗ୍ରୀ,ଏମ୍ବ୍ରୋଡାରୀ ଏବଂ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀକୁ ବିକ୍ରୟ ପାଇଁ ପ୍ରଦର୍ଶିତ କରାଯାଇଥିଲା।

ଦିବ୍ୟାଙ୍ଗ ପିଲାଙ୍କ ଜୀବନରେ ରଙ୍ଗ ଭରିଦେଲେ ବର୍ଷା
ଦିବ୍ୟାଙ୍ଗ ପିଲାଙ୍କ ଜୀବନରେ ରଙ୍ଗ ଭରିଦେଲେ ବର୍ଷା

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ 'ସମ୍ମାନିତା' ଏବଂ ଦ କ୍ଲିକ୍ ପ୍ରୋଡକ୍ସନର ମିଳିତ ଆନୁକୂଲ୍ୟରେ “ଦିବ୍ୟାଙ୍ଗ ପିଲାଙ୍କ ଦ୍ୱାରା ନିମିତ ହସ୍ତଶିଳ୍ପର ପ୍ରଦର୍ଶନୀ” ଆୟୋଜିତ ହୋଇଯାଇଛି। ପ୍ରତିଭାବାନ ଦକ୍ଷ ଦିବୟାଙ୍ଗ ପିଲାଙ୍କୁ ଉତ୍ସାହିତ ଏବଂ ପ୍ରାତ୍ସାହିତ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏଥିରେ କଟକ ଏବଂ ଏହାର ନିକଟସ୍ତ ୧୦ଟି ବିଦ୍ୟାଳୟର ପିଲାଙ୍କ ପ୍ରସ୍ତୁତ ଚିତ୍ର, ମାଟି ତିଆରି ସାମଗ୍ରୀ,ଏମ୍ବ୍ରୋଡାରୀ ଏବଂ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀକୁ ବିକ୍ରୟ ପାଇଁ ପ୍ରଦର୍ଶିତ କରାଯାଇଥିଲା।

ରବିବାର ଦିନ କଟକ (cuttack) ର ଚୌଧୁରୀ ବଜାରସ୍ଥିତ ଟାଉନ ହଲ ଠାରେ ପ୍ରଦର୍ଶନୀ (handcraft exhibition) ର ଶୁଭାରମ୍ଭ ହୋଇଥିଲା। ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ମିଶ୍ର, କମିଶନର ଜିଏସଟି, ପୁଣେ, ପ୍ରକାଶ ବେହେରା, ରାମ କୃଷ୍ଣ ରଥ, ଆଡରଭାରକଟ୍, ଓଡିଶା ହାଇକୋର୍ଟ, ଦୀପା ସାହୁ, ସଭାପତି, ସମ୍ମାନିତା ଏବଂ ଜିଲ୍ଲା ଶୁଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି ଆଦି ଉପସ୍ଥିତ ଥିଲେ। ଏହିକାଯ୍ୟକ୍ରମରେ ରାଜ୍ୟ ପାଇଁ ଅନେକ ପ୍ରଶଂସା ଏବଂ ପୁରସ୍କାର ଜିତିଥିବା ଖ୍ୟାତନାମା ଓଡିଆ କୋରିଓଗ୍ରାଫର୍ ହରିହର ଦେଓଙ୍କୁ ସମ୍ମାନିତ କରାଯାଇଛି।

ଦିବୟାଙ୍ଗ ପିଲାଙ୍କ ଦ୍ୱାରା ନିର୍ମିତ ହସ୍ତଶିଳ୍ପର ପ୍ରଦର୍ଶନୀ କଟକ ଏବଂ ଏହାର ଆଖପାଖରେ ଥିବା ୧୦ ଟି ବିଦ୍ୟାଳୟର ପ୍ରତିଭାବାନ ଦିବୟାଙ୍ଗ ପିଲାମାନଙ୍କୁ (disabled students) ଉତ୍ସାହିତ ଏବଂ ପ୍ରୋତ୍ସାହିତ କରିବା ପାଇଁ ଅଭିନେତ୍ରୀ ବର୍ଷା (Varsha Priyadarshini) ଙ୍କ ଏକ ସୁପରିକଳ୍ପିତ କାଯ୍ୟକ୍ରମ ଥିଲା। ଏଥରେ ପ୍ରାୟ ୮୦ ଜଣ ପିଲା ଅଂଶ ଗ୍ରହଣ କରିଥିଲେ। କୋଭିଡ ନିୟମ ମାନି ପିଲମାନେ ବିକ୍ରୟ ପାଇଁ ଚିତ୍ରକଳା, ମାଟି ତିଆରି ଜିନିଷ,ଏମ୍ବ୍ରୋଡାରୀ ଏବଂ ଅନ୍ୟାନ୍ୟ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିଥିଲେ। ଦିବ୍ୟାଙ୍ଗ ପିଲାମାନେ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଦର୍ଶକଙ୍କ ପାଇଁ ଦର୍ଶାତ୍ମବୋଧକ ତଥା ଭକ୍ତିଭରା ଥିମକୁ ନେଇ ଚିତ୍ତାକର୍ଷକ ସଂଗୀତ ଏବଂ ନୃତ୍ୟ ପରିବେଷଣ କରିଥିଲେ।

କାଯ୍ୟକ୍ରମରେ ପ୍ରଖ୍ୟାତ ଓଡିଆ ଦିବ୍ୟାଙ୍ଗ କୋରିଓଗ୍ରାଫର ହରିହର ଦେଓ ଏକ ବିଶେଷ ନୃତ୍ୟ ପରିବେଷଣ କରିଥିଲେ। ପରେ ବର୍ଷା ତାଙ୍କୁ ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକାରୀ ପିଲାମାନଙ୍କ ପାଇଁ ଚିତା ଏବଂ ରରଙ୍ଗାଲି ପ୍ରତିଯୋଗିତାର ମଧ୍ୟ
ଆରୟାଜନ କରାଯାଇଥିଲା। କିଛି ଅଂଶ ଗ୍ରହଣକାରୀ ନିଜର ଅଭିନବ ବାଲୁକା କଳା ପ୍ରଦର୍ଶନ କରିଥିଲେ।