'ଛାଡଖାଇ'ର ପ୍ରକୃତ ଅର୍ଥ କଣ?
Advertisement

'ଛାଡଖାଇ'ର ପ୍ରକୃତ ଅର୍ଥ କଣ?

ଜଗନ୍ନାଥ ଧାମ ପୁରୀରେ ଥିବା ହବିଷ କରୁଥିବା ହବିଷିଆଳିଙ୍କୁ ପଚାରିଲେ - ସେମାନେ କହିବେ ଛାଡଖାଇର ପ୍ରକୃତ ଅର୍ଥ କ'ଣ ! ସେମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖରେ ଚଳିତ ବର୍ଷର କାର୍ତ୍ତିକ ମାସ ଶେଷ ହୋଇଛି। ଲୋକଙ୍କ ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସ ଏକ ପବିତ୍ର ମାସ। ଏହି ମାସରେ ସେବା ଧର୍ମ କଲେ ପୁଣ୍ୟ ହୁଏ। ସେଥିପାଇଁ କାର୍ତ୍ତିକ ପାଳନ କରୁଥିବା ଲୋକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ। କିନ୍ତୁ ତା ପରଦିନ ପ୍ରାୟ ସମସ୍ତଙ୍କ ଘରେ ଆମିଷ ହୁଏ। ଛାଡଖାଇ ବାହାନାରେ ହଜାର ହଜାର ନିରୀହ ଜୀବଙ୍କୁ ମାଂସ ପାଇଁ ହତ୍ୟା କରାଯାଏ। କିନ୍ତୁ ପ୍ରକୃତରେ ଛାଡଖାଇର ଅର୍ଥ କଣ ଆମିଷ ଭକ୍ଷଣ, ନା ଆଉ କିଛି..

ଜଗନ୍ନାଥ ଧାମ ପୁରୀରେ ଥିବା ହବିଷ କରୁଥିବା ହବିଷିଆଳିଙ୍କୁ ପଚାରିଲେ - ସେମାନେ କହିବେ ଛାଡଖାଇର ପ୍ରକୃତ ଅର୍ଥ କ'ଣ ! ସେମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି। ପୂର୍ଣ୍ଣମୀ ପରଦିନକୁ ଛାଡଖାଇ ଭାବରେ ପାଳନ କରନ୍ତି। ସେଦିନରେ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରି ଥାଆନ୍ତି। ଯାହାକୁ ଛାଡଖାଇ କୁହାଯାଏ। ଯେହେତୁ ଖାଇବା ଛାଡି ଦେଇଥାଆନ୍ତି, ସେଥିପାଇଁ ଛାଡଖାଇ କୁହାଯାଏ। 

Also Read: ଅଙ୍ଗୁଳିରେ ମିଳିବ Heart Attackର ସଙ୍କେତ, ଜାଣନ୍ତୁ କେମିତି

ଆମେ କିନ୍ତୁ ଛାଡଖାଇକୁ ଅଲଗା ଅର୍ଥରେ ନେଇ, ସେହି ପବିତ୍ର ଦିନରେ ଗୋଟେ ନିରୀହ ଜୀବକୁ କଲବଲ କରି ତା'ର ବିନା ଇଚ୍ଛାରେ ତାକୁ ମାରି, ତା'ର ଭୟ ଆଉ ରାଗରେ ଜର୍ଜରିତ ଶରୀରକୁ ଉଦରସ୍ଥ କରି ଆହୁରି ପାପ ଅର୍ଜନ କରୁ। ପ୍ରକୃତ ବାସ୍ତବତା କ'ଣ, ଆଉ ଆମର ଭାବନା କ'ଣ? ଏପର୍ଯ୍ୟନ୍ତ ଆମେ ଆମର ସଂସ୍କୃତିକୁ ଠିକ୍ ଭାବରେ ଜାଣି ପାରିନାହାଁନ୍ତି, ସତରେ କି ବିଡମ୍ବନା!

ଉପବାସ କହିଲେ ଦୁଇଟି ଶବ୍ଦ, ଉପ + ବାସ। ଉପ ଅର୍ଥ- ସହଯୋଗ , ବାସ କହିଲେ - ସଦାଚାରକୁ ବୁଝାଏ। ସହଯୋଗ ପୂର୍ବକ ସଦାଚାର ଭାବରେ ଦିନଟିକୁ ପାଳନ କରିବାକୁ ଉପବାସ କୁହାଯାଏ। ଆମେ ସବୁ କଥା ଗୋଟିଏ, ଆଉ କାମ ଆଉଗୋଟିଏ କରୁଛନ୍ତି। ଆମେ କେବଳ ଆକୃତିରେ ମଣିଷ ନାଁ ପକୃତିରେ ମଧ୍ଯ? ନିଜ ଧର୍ମ ବିଷୟରେ ଜାଣନ୍ତୁ ... ବାର ବର୍ଷର ତାପସ୍ୟାକୁ, ଶୁଖୁଆ ଝୋଳରେ ବର୍ବାଦ କରନ୍ତୁ ନାହିଁ। ହିନ୍ଦୁ ଧର୍ମର ସଂସ୍କୃତିକୁ କଳୁଷିତ କରିବାକୁ ହାଡ଼ ଖାଇ, ଛାଡଖାଇର ଷଡ଼ଯନ୍ତ୍ରରୁ ଦୁରେଇ ରୁହନ୍ତୁ।