Hotstar ନୁହେଁ, ବଡ଼ ପରଦାରେ ମୁକ୍ତିଲାଭ କରିପାରେ ଅକ୍ଷୟଙ୍କ ଫିଲ୍ମ 'ଲକ୍ଷ୍ମୀ ବମ୍'

ପୂର୍ବରୁ ଖବର ଥିଲା ଯେ ଫିଲ୍ମ ସେପ୍ଟେମ୍ବର ୯ ଅର୍ଥାତ୍ ଖିଲାଡି କୁମାରଙ୍କ ଜନ୍ମଦିନରେ ମୁକ୍ତିଲାଭ କରିବ, ହେଲେ ଏପର୍ଯ୍ୟନ୍ତ ଫିଲ୍ମର ଟ୍ରେଲର ରିଲିଜ୍ ହୋଇନାହିଁ । 

Hotstar ନୁହେଁ, ବଡ଼ ପରଦାରେ ମୁକ୍ତିଲାଭ କରିପାରେ ଅକ୍ଷୟଙ୍କ ଫିଲ୍ମ 'ଲକ୍ଷ୍ମୀ ବମ୍'

ନୂଆଦିଲ୍ଲୀ(ତପସ୍ୱିନୀ ମହାଳିକ): ବଲିଉଡ ଅଭିନେତା (Bollywood Actor) ଅକ୍ଷୟ କୁମାରଙ୍କ (Akshay Kumar) ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ଖବର ଅନୁଯାୟୀ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ (Kiara Advani ) ଅଭିନୀତ ଲକ୍ଷ୍ମୀ ବମ୍ (Laxmmi Bomb) OTT ପ୍ଲାଟଫର୍ମ (OTT Platform) ପରିବର୍ତ୍ତେ ବଡ ପରଦାରେ ମୁକ୍ତିଲାଭ କରିପାରିବ। ଦୀର୍ଘ ସମୟ ଧରି ଅକ୍ଷୟ କୁମାରଙ୍କ ପ୍ରଶଂସକ ତାଙ୍କ ଅଭିନୀତ ଚଳଚ୍ଚିତ୍ର ''ଲକ୍ଷ୍ମୀ ବମ୍'' OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଅପେକ୍ଷା କରିଥିଲେ।

ପୂର୍ବରୁ ଖବର ଥିଲା ଯେ ଫିଲ୍ମ ସେପ୍ଟେମ୍ବର ୯ ଅର୍ଥାତ୍ ଖିଲାଡି କୁମାରଙ୍କ ଜନ୍ମଦିନରେ ମୁକ୍ତିଲାଭ କରିବ, ହେଲେ ଏପର୍ଯ୍ୟନ୍ତ ଫିଲ୍ମର ଟ୍ରେଲର ରିଲିଜ୍ ହୋଇନାହିଁ । ଫିଲ୍ମଟି ଏପର୍ଯ୍ୟନ୍ତ ରିଲିଜ୍ ହେବ କି ନାହିଁ ବୋଲି କଳ୍ପନାଜଳ୍ପନା ଲାଗିଥିଲା, କିନ୍ତୁ ଖବର ଅନୁଯାୟୀ ଫିଲ୍ମର ନିର୍ମାତା OTT ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍ କରିବାକୁ ପ୍ରସ୍ତୁତ ନୁହଁନ୍ତି ବରଂ ସେମାନେ ଏହାକୁ ବଡ ବଜେଟ୍ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଚାହୁଁଛନ୍ତି ।

 

ଆସନ୍ତୁ ଜାଣିବା ଯେ ନିକଟରେ OTT ପ୍ଲାଟଫର୍ମରେ କେଉଁ କେଉଁ ଫିଲ୍ମ ରିଲିଜ ହୋଇଥିଲା ଏବଂ କାହାର ଅବସ୍ଥା କଣ ରହିଛି ।  ନିକଟରେ Hotstar ''ରୋଡ୍ ୨'' ରିଲିଜ୍ ହୋଇଥିଲା କିନ୍ତୁ ଫିଲ୍ମର ଅବସ୍ଥା ଖରାପ ଥିଲା। ଖବର ଅନୁଯାୟୀ, ଖାସ ଏଥିପାଇଁ ଫିଲ୍ମ ନିର୍ମାତା ମଧ୍ୟ ଏହି କାରଣରୁ ଫିଲ୍ମ ରିଲିଜକୁ ଆଗକୁ ବଢ଼ାଉଛନ୍ତି । ଅନ୍ୟପଟେ ଚଳଚ୍ଚିତ୍ର ନିର୍ମାତା ସ୍ପଷ୍ଟ ଭାବରେ କହିଛନ୍ତି ଅକ୍ଷୟ ଆଜି ବି ସବୁଠାରୁ ପସନ୍ଦିତ ଅଭିନେତାଙ୍କ ମଧ୍ୟରୁ ଜଣେ, ସେ ଏହା କାହିଁକି କରିବେ? ଫିଲ୍ମର ଏଡିଟିଂକୁ ଦେଖି ନିର୍ଦ୍ଦେଶକ ରାଘବ ଲରେନ୍ସ ପୁଣି କିଛି ଦୃଶ୍ୟ ସୁଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅକ୍ଷୟଙ୍କ ଠାରୁ ଅନୁମୋଦନ ଏବଂ ତାରିଖ ପାଇବା ମାତ୍ରେ ଦୁଇ ଦିନର ବ୍ୟାକ୍ ଟୁ ବ୍ୟାକ୍ (Back to Back) ଦୃଶ୍ୟର ସୁଟିଂ କରାଯିବ । ଅତୀତରେ ଫିଲ୍ମର କିଛି ଦୃଶ୍ୟ ପୁଣି ସୁଟିଂ କରାଯାଇଛି। ଆଉ ଏବେ କିଛି ମାସ ପରେ ଫିଲ୍ମ ରିଲିଜ ହେବ । ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଅଭିନେତ୍ରୀ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ଅଛନ୍ତି । ଅକ୍ଷୟଙ୍କ ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ତାଙ୍କ ଫିଲ୍ମ 'ବେଲ ବଟମ' ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି ।