• ଆସନ୍ତା ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି
  • SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା
  • ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା
  • ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି
  • ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ, ୫ରୁ ୬ଟି ଟିମ୍ ଗଠନ ହୋଇଛି
  • ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩ଶହ ୭୯ ପଜିଟିଭ୍
  • ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ
  • ଆଇପିଏଲ ଲଢେଇ: ଆଜି ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ
  • ଆଗାମୀ ୫ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା
  • କାଲି ସକାଳ ସୁଦ୍ଧା ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ସୋସିଆଲ ମିଡିଆରେ ଛାଇଗଲେ ଆଲିୟା, ୫ କୋଟି ଛୁଇଁଲା ଇନଷ୍ଟା ଫୋଲର୍ସ ସଂଖ୍ୟା

ସୋସିଆଲ ମିଡିଆରେ ନୂଆ ମାଇଲ ଷ୍ଟୋନ ସ୍ଥାପନ କରିଛନ୍ତି 'ଗୁଲି ବଏ' ଅଭିନେତ୍ରୀ ଆଲିୟା ଭଟ୍ଟ। ଫଟୋ ସେୟାରିଂ ପ୍ଲାଟଫର୍ମରେ ଆଜିର ଦିନ ତାଙ୍କ ପ୍ରଶଂସକଙ୍କ ପାଇଁ 'କୃତଜ୍ଞତା ଦିବସ' ବୋଲି ସେ କହିଥିଲେ।

ସୋସିଆଲ ମିଡିଆରେ ଛାଇଗଲେ ଆଲିୟା, ୫ କୋଟି ଛୁଇଁଲା ଇନଷ୍ଟା ଫୋଲର୍ସ ସଂଖ୍ୟା

ମୁମ୍ୱାଇ: ଶନିବାର (ଅକ୍ଟୋବର ୨୫)ରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଇନଷ୍ଟାଗ୍ରାମ ଫୋଲର୍ସ ସଂଖ୍ୟା ୫୦ମିଲିୟନ୍ ଅତିକ୍ରମ କରିଛି। ଯେଉଁଥିପାଇଁ ସେ ଏକ ପୋଷ୍ଟ କରି ନିଜର ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜିର ଦିନକୁ ଏହି ପ୍ଲାଟଫର୍ମରେ'କୃତଜ୍ଞତା ଦିବସ' ଭାବରେ ନାମିତ କରିଛନ୍ତି। 

ଆଲିୟା ଏକ ଲମ୍ବା ହୃଦୟସ୍ପର୍ଶୀ ନୋଟ୍ ସହିତ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, "ଆଜି ହେଉଛି କୃତଜ୍ଞତା ଦିନ .. ମୋର ପରିବାରକୁ ଧନ୍ୟବାଦ .. ମୋର ଲୋକ .. ତୁମେ ଆଜି ମୋତେ ୫୦ ମିଲିୟନ ପ୍ରେମ ଦେଇଛ .. ମୁଁ ତୁମକୁ ସମସ୍ତଙ୍କୁ ଷ୍ଟାରଙ୍କଠୁ ଅଧିକ ଭଲ ପାଏ। ଗତ କିଛି ମାମ ମଧ୍ୟରେ ଶିଖିଛି ତାହା ମୁଁ ଏହି ମୁହୂର୍ତ୍ତରେ ସେୟାର କରିବାକୁ ଚାହେଁ।"

ଆଲିଆ ଭଟ୍ଟ ଇନଷ୍ଟା

ପରେ ଏହି 27 ବର୍ଷୀୟ ଅଭିନେତ୍ରୀ ଗତ କିଛି ମାସ ମଧ୍ୟରେ ଇନଷ୍ଟା ମାଧ୍ୟମରେ ଯାହା ସିଖିଛନ୍ତି ତାହା ଫ୍ୟାନ୍ସଙ୍କ ଠାରେ ସେୟାର କରିଛନ୍ତି। ସେ ଲେଖିଛନ୍ତି "ସୋସିଆଲ ମିଡିଆ ଆମକୁ ସଂଯୋଗ କରେ .. ଏହା ଆମକୁ ଉତ୍ସାହିତ କରେ ଏବଂ ହଁ ଏହା ମଧ୍ୟ ଆମୋଦ ପ୍ରମୋଦ କରେ .. କିନ୍ତୁ ଏହା ଆମକୁ ନୁହେଁ। ଯେତେବେଳେ ମୋର ୫, ୧୫, ୫୦ ହଜାର ଫୋଲର୍ସ ଥିଲେ ସେତେବେଳେ ମୁଁ ଖୁସି ଥିଲା। କନ୍ତୁ ଏବେ ମୁଁ ଗର୍ବ ଅନୁଭବ କରୁଛି। ପ୍ରକୃତରେ ମୁଁ ବିଶ୍ୱସ କର ଯେ ଲୋକଙ୍କ ସହିତ ଗଢିଉଠିଥିବା ସମ୍ପର୍କକୁ ନେଇ ଆମ ଜୀବନ ଗଠିତ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମର ... ଏକ ବଟନ୍ ଚାପିଦେଲେ ଏହାକୁ ଅନୁଭବ କରିହୁଏ ନାହିଁ।"

ଏହା ପରେ 'ରାଜି' ତାରକା ନିଜ ପ୍ରଶଂସକମାନଙ୍କୁ ମନ, ଶରୀର, ହୃଦୟ ଏବଂ ଆତ୍ମା ସହ ପ୍ରଶଂସା କରିଥିଲେ। "ତେଣୁ ମୁଁ ଯେପରି କହିଥିଲି, ଆଜି ହେଉଛି କୃତଜ୍ଞତା ଦିନ। ମୁଁ ଚାହେଁ ଆପଣ ସମସ୍ତେ କିଛି ସମୟ ନିଅନ୍ତୁ ଏବଂ ନିଜକୁ ପ୍ରଶଂସା କରନ୍ତୁ .. ଆପଣଙ୍କ ମନ, ଶରୀର, ହୃଦୟ ଏବଂ ପ୍ରାଣକୁ ପ୍ରଶଂସା କରନ୍ତୁ !! କାରଣ ଏଥିରେ କୌଣସି ପସନ୍ଦ କିମ୍ବା ନାପସନ୍ଦ ନାହିଁ .. କୌଣସି ଫୋଲ କିମ୍ବା ଅନଫୋଲ କରନ୍ତୁନାହିଁ। ଟ୍ରୋଲ୍ କିମ୍ବା ପୋଲ୍ ମଧ୍ୟ ଆପଣଙ୍କୁ କାହାଠାରୁ ଦୂରରେ ଦେଇପାରିବ ନାହିଁ।"