ଘରୋଇ କଳିର ସମାଧାନ ଚାହୁଁ ନାହାନ୍ତି କି ଅନୁଭବ?
ଆଉ ଗଣମାଧ୍ୟମ ବି ବିରାଡି, ମାଛକୁ ଜଗିଲା ଭଳି ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadashini) ଙ୍କୁ ଜଗି ବସିଛନ୍ତି। ଛାଇ ଭଳି କ୍ୟାମେରା ଓ ବୁମ୍ ଏହି ଷ୍ଟାର ଦମ୍ପତ୍ତିଙ୍କ ପିଛା ଛାଡୁନାହାନ୍ତି।
ଭୁବନେଶ୍ୱର: ପୁଣି କେବେ ଏକାଠି ହେବେ ଓଲିଉଡର ହିଟ୍ ଯୋଡି? କେବେ ତାଙ୍କ ଘରୋଇ କଳିରେ ପଡିବ ପୂର୍ଣ୍ଣଚ୍ଛେଦ? ସତରେ କଣ ଅଲଗା ହୋଇଯିବେ ବର୍ଷା-ଅନୁଭବ? ଏଭଳି ଅନେକ ପ୍ରଶ୍ନ ଏବେ ଓଡିଶାବାସୀଙ୍କ ମନରେ ଉଙ୍କି ମାରୁଛି। ସେପଟେ କୋର୍ଟରେ ମାମଲା ଗଡିବାରେ ଲାଗିଛି। ଆପୋସ ବୁଝାମଣାର ପଦ୍ମ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି।
ଅଭିନେତା ତଥା ବିଜେଡିର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି (Anubhav Mohanty) ଙ୍କ ପାରିବାରିକ କଳହ (domestic violence) ଘରୁ ବାହାରି ଦାଣ୍ଡରେ ପଡି ହାଟରେ ଗଡୁଛି। ଏପରି କଥା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମଧ୍ୟ ଗଲାଣି। ଆଉ ଗଣମାଧ୍ୟମ ବି ବିରାଡି, ମାଛକୁ ଜଗିଲା ଭଳି ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadashini) ଙ୍କୁ ଜଗି ବସିଛନ୍ତି। ଛାଇ ଭଳି କ୍ୟାମେରା ଓ ବୁମ୍ ଏହି ଷ୍ଟାର ଦମ୍ପତ୍ତିଙ୍କ ପିଛା ଛାଡୁନାହାନ୍ତି।
Also Read: ସୀମା ଲଙ୍ଘିଲା ଅନୁଭବ-ବର୍ଷା ବେଡରୁମ୍ କଳି!
ନିଜର ଘରୋଇ ବିବାଦକୁ ନେଇ ଦିଲ୍ଲୀ କୋର୍ଟ (Delhi Court) ରେ ଅନୁଭବ ଏକ ମାମଲା ଦାଖଲ କରିଛନ୍ତି। ସେପଟେ ଭରଣପୋଷଣ ନେଇ କଟକ SDJM କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା। ତେବେ ତାଙ୍କର ଘରୋଇ ବିବାଦର ସମାଧାନ ଲାଗି କୋର୍ଟ (Cuttack SDJM court) ମଧ୍ୟସ୍ଥତା ପାଇଁ କହିଥିଲେ। ଶୁକ୍ରବାର ମଧ୍ୟସ୍ଥତା କେନ୍ଦ୍ରରେ ଆଲୋଚନା ହେବାର ଥିଲା, କିନ୍ତୁ ସାଂସଦ ଅନୁଭବ ନ ଆସିବାରୁ ଏହାର ତାରିଖ ଘୁଞ୍ଚାଇ ଦିଆଯାଇଛି।
ନିର୍ଦ୍ଧାରିତ ସମୟ ଓ ତାରିଖ ଅନୁସାରେ ଶୁକ୍ରବାର ବର୍ଷା ପ୍ରିୟଦର୍ଶିନୀ ମଧ୍ୟସ୍ଥା କେନ୍ଦ୍ରରେ ହାଜର ହୋଇଥିଲେ। କିନ୍ତୁ ସ୍ୱାମୀ ଅନୁଭବ ମହାନ୍ତି ଆସିନଥିଲେ। ସୁପ୍ରିମକୋର୍ଟରେ ମଧ୍ୟ ଏ ସଂକ୍ରାନ୍ତରେ ମାମଲା ଶୁଣାଣୀ ଚାଲୁଥିବାରୁ ସେ ସମୟ ମାଗିଛନ୍ତି। ଅନୁଭବ ତାଙ୍କ ଓକିଲ ମାଧ୍ୟମରେ ଏକ ଟାଇମ ପିଟିସନ ଦାଖଲ କରିଛନ୍ତି। ତେଣୁ ଆସନ୍ତା ଫେବୃୟାରୀ ୨୩ରେ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।