ପୁରୁଣା ପ୍ରେମକୁ ଫେରି ପାଇଲେ ଲଭ୍ ଗୁରୁ
Advertisement

ପୁରୁଣା ପ୍ରେମକୁ ଫେରି ପାଇଲେ ଲଭ୍ ଗୁରୁ

ଏହି ଯୋଡ଼ି ଅଧିକାଂଶ ସମୟରେ ଅନେକ ସ୍ଥାନରେ ଏକାଠି ନଜର ଆସନ୍ତି। କିନ୍ତୁ ହଠାତ୍ ଅଶ୍ୱିନ୍ ଅନ୍ୟ ନାୟିକାଙ୍କ ସହ ଅନେକ ଗୁଡିଏ ମ୍ୟୁଜିକ୍ ଭିଡିଓ କରିଥିଲେ। ଯାହାକୁ ନେଇ ଦର୍ଶକଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ, କ'ଣ  ଏହି ଯୋଡ଼ିଙ୍କର ବ୍ରେକଅପ୍ ହୋଇଗଲା?

ପୁଣି ଏକାଠି ହେଲେ ଅଶ୍ୱିନ ଓ ପ୍ରେରଣା?

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: କେବଳ ଟେଲିଭିଜନ ଇଣ୍ଡଷ୍ଟ୍ରୀ କି ଓଲିଉଡ୍ ନୁହେଁ ବରଂ ଅଶ୍ୱିନ୍ ତ୍ରିପାଠୀ ଓ ପ୍ରେରଣା ପ୍ରତିକ୍ଷାଙ୍କ ଯୋଡ଼ିକୁ ନେଇ ଦର୍ଶକ ମଧ୍ୟ ଖୁବ୍ ଚର୍ଚ୍ଚା କରନ୍ତି। ଏହି ଯୋଡ଼ି ଅଧିକାଂଶ ସମୟରେ ଅନେକ ସ୍ଥାନରେ ଏକାଠି ନଜର ଆସନ୍ତି। କିନ୍ତୁ ହଠାତ୍ ଅଶ୍ୱିନ୍ ଅନ୍ୟ ନାୟିକାଙ୍କ ସହ ଅନେକ ଗୁଡିଏ ମ୍ୟୁଜିକ୍ ଭିଡିଓ କରିଥିଲେ। ଯାହାକୁ ନେଇ ଦର୍ଶକଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ, କ'ଣ  ଏହି ଯୋଡ଼ିଙ୍କର ବ୍ରେକଅପ୍ ହୋଇଗଲା?

ପୁଣିଥରେ ଅଶ୍ୱିନ୍ ତ୍ରିପାଠୀ (Aswin Tripathy) ଓ ପ୍ରେରଣା ପ୍ରତିକ୍ଷା (Prerna)ଙ୍କ ବ୍ରେକଅପ୍ ହୋଇଛି ପ୍ୟାଚଅପ୍। କାରଣ ଚଳିତମାସରେ ଏହି ଯୋଡ଼ିଙ୍କ ଅଭିନିତ ନୂଆ ହାଇ ବଜେଟ୍ ମ୍ୟୁଜିକ୍ ଭିଡିଓ (Music Video) 'ଟିକେ ହସିଦେଲୁ ତୁ' ଆସୁଛି। ପିଲାଦିନର ପ୍ରେମ କାହାଣୀ (Love Story) କୁ ନେଇ ଗୀତଟି ଗତିଶୀଳ। ଯେଉଁଥିରେ ସମ୍ପର୍କ ଦୂରେଇଯାଇଛି ସତ କିନ୍ତୁ ସେ ଝିଅର ଫେରିବା ବାଟକୁ ପୁଅ ଅପେକ୍ଷା କରିଛି। 

Also Read: ଭାଇରାଲ କ୍ଲବରେ 'ସ୍ଲୋ ମୋଶନ ଚାଲି'

ଏପରି ଏକ ସୁନ୍ଦର କାହାଣୀକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ସଙ୍ଗୀତ ନିର୍ଦ୍ଦେଶକ ବିମୁଗ୍ଧ ଦାସ ନିଆରା ଚେଷ୍ଟା କରିଛନ୍ତି। ଯେଉଁଥିରେ ଯୁବପିଢିଙ୍କ ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର (Human Sagar) କଣ୍ଠଦାନ କରିଛନ୍ତି ଓ କୋରିଓଗ୍ରାଫର ଅମିତ୍ ନାୟକ ଗୀତଟିକୁ ଖୁବ୍ ଆକର୍ଷଣୀୟ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଛନ୍ତି। 'ଟିକେ ହସିଦେଲୁ ତୁ'କୁ ଆହୁରୀ ରୋମାଞ୍ଚକର କରିବା ପାଇଁ ବଲିଉଡର ଡିଓପି ପ୍ରତାପ ରାଉତ ମଧ୍ୟ ନିଜକୁ ସମ୍ପୂର୍ଣ୍ଣ ରୂପେ ସାମିଲ୍ କରିଛନ୍ତି।

 ତେବେ ପିଲାଦିନର ଏହି ପ୍ରେମ ସଫଳ (success love) ହେଉଛି ନା ବିଫଳ? ପୁଣିଥରେ ସେହି ଯୋଡ଼ି ଏକାଠି ହେଉଛି ନା ଗୀତ (Odia song) ରେ ଆସୁଛି ଆଉ କିଛି ଟୁଇଷ୍ଟ୍? ତାହାକୁ ସସପେନ୍ସ ଟିମ୍ ରଖିଛି। କିନ୍ତୁ 'ଟିକେ ହସିଦେଲୁ ତୁ' ଗୀତଟିକୁ ନେଇ ପ୍ରଯୋଜକ ସଞ୍ଜୟ ସାହୁ (Sanjay Sahoo) ଖୁବ୍ ଆଶାବାଦୀ ଅଛନ୍ତି। ସେପଟେ ଏହି ଗୀତର ସୁଟିଂ ସେଟର ଫଟୋଗ୍ରାଫି ଦେଖିଲେ ଯେ କେହି ବି କହିବ ଅଶ୍ୱିନ୍ ଓ ପ୍ରେରଣାଙ୍କ ବ୍ରେକଅପ୍ ହୋଇଥିଲା ଏବେ ପୁଣି ପ୍ୟାଚଅପ୍ ହୋଇଛି।

fallback

Also Read: ମହଙ୍ଗା ପଡିଲା ଦେହର ଭୋକ! ଗୋଟିଏ କ୍ଲିକରେ ୯୨ ହଜାର ଗାଏବ୍

ସୂଚନା ମୁତାବକ ଜାନୁୟାରୀ ଶେଷସୁଦ୍ଧା ଗୀତଟି A6 & SM Entertainment Present ଓ WOW Odia Musicର ସହ ଭାଗିତାରେ ରିଜିଲ ହେବ। କିନ୍ତୁ ତାକୁ ନେଇ ଏବେଠୁ ଦର୍ଶକଙ୍କ ଭିତରେ କ୍ରେଜ୍ ବଢିଗଲାଣି। କାରଣ ହେଉଛି, କ'ଣ ରହିଛି ଅଶ୍ୱିନ୍ ଓ ପ୍ରେରଣାଙ୍କ ମଧ୍ୟରେ ରିଲ୍ ଆଉ ରିଅଲ୍ ସମ୍ପର୍କ? କେବଳ ବନ୍ଧୁତ୍ୱ ନା ପ୍ରେମ? ଏହି ଗୀତ ସେମାନଙ୍କ ପ୍ରକୃତ ସମ୍ପର୍କକୁ ସାମ୍ନାକୁ ଆଣୁନି ତ?  ଏ ସବୁ ପ୍ରଶ୍ନର ଉତ୍ତର ପାଇଁ ଆପଣଙ୍କୁ ଧର୍ଯ୍ୟର ସହ ଖୁବକମ୍ ଦିନ ଅପେକ୍ଷା କରିବାକୁ ପଡିବ।