ଅଷ୍ଟ୍ରେଲିଆରୁ ତଡ଼ା ଖାଇଲେ ବିଶ୍ୱର No.1 ଟେନିସ୍ ଖେଳାଳି Novak Djokovic
Advertisement

ଅଷ୍ଟ୍ରେଲିଆରୁ ତଡ଼ା ଖାଇଲେ ବିଶ୍ୱର No.1 ଟେନିସ୍ ଖେଳାଳି Novak Djokovic

ନୋଭାକ୍ ଜୋକୋଭିକ୍ କହିଛନ୍ତି ଯେ, ସେ କୋର୍ଟଙ୍କ ଏହି ନିଷ୍ପତ୍ତିରେ ଅତ୍ୟନ୍ତ ନିରାଶ ହୋଇଛନ୍ତି କିନ୍ତୁ ଏହାକୁ ସମ୍ମାନ ଦେଇଛନ୍ତି। ଭିସା ବାତିଲ କରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ପାଇଁ ମୋର ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପାଇଁ କୋର୍ଟଙ୍କ ନିଷ୍ପତ୍ତି ମୋତେ ଅତ୍ୟନ୍ତ ନିରାଶ କରିଛି। 

ଡିଜାଇନ୍ ଫଟୋ

ସିଡନୀ: ଶେଷରେ ଅଷ୍ଟ୍ରେଲିଆରୁ ନିର୍ବାସନ ହୋଇଛନ୍ତି ବିଶ୍ୱର No.1 ଟେନିସ୍ ଖେଳାଳି Novak Djokovic। ନିର୍ବାସନ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିବା ପରେ ଜୋକୋଭିକ ରବିବାର ସନ୍ଧ୍ୟାରେ ଅଷ୍ଟ୍ରେଲିଆ ଛାଡିଛନ୍ତି। COVID-19 ଟିକା ନ ନେଇଥିବା କାରଣରୁ ପ୍ରଥମେ ୩୪ ବର୍ଷିୟ ସର୍ବିଆ ଖେଳାଳିଙ୍କ ଭିସା ରଦ୍ଦ କରାଯାଇଥିଲା। ଅଷ୍ଟ୍ରେଲିୟା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜୋକୋଭିକଙ୍କୁ ଶେଷ ଥର ମେଲବୋର୍ଣ୍ଣ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ଏକ ଆରବ ଏମିରେଟ୍ସ ବିମାନରେ ଦୁବାଇ ଅଭିମୁଖେ ଯାତ୍ରା କରିଥିଲେ।

ନୋଭାକ୍ ଜୋକୋଭିକ୍ କହିଛନ୍ତି ଯେ, ସେ କୋର୍ଟଙ୍କ ଏହି ନିଷ୍ପତ୍ତିରେ ଅତ୍ୟନ୍ତ ନିରାଶ ହୋଇଛନ୍ତି କିନ୍ତୁ ଏହାକୁ ସମ୍ମାନ ଦେଇଛନ୍ତି। ଭିସା ବାତିଲ କରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ପାଇଁ ମୋର ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପାଇଁ କୋର୍ଟଙ୍କ ନିଷ୍ପତ୍ତି ମୋତେ ଅତ୍ୟନ୍ତ ନିରାଶ କରିଛି। ମୁଁ ଏବେ ଅଷ୍ଟ୍ରେଲିଆରେ ରହିପାରିବି ନାହିଁ ଏବଂ ଅଷ୍ଟ୍ରେଲୀୟ ଓପନରେ ମଧ୍ୟ ଅଂଶଗ୍ରହଣ କରିପାରିବି ନାହିଁ। ମୁଁ କୋର୍ଟର ନିଷ୍ପତ୍ତିକୁ ସମ୍ମାନ କରେ ଏବଂ ଦେଶରୁ ଫେରିବା ନେଇ ସଂପୃକ୍ତ ଅଧିକାରୀଙ୍କ ସହ ସହଯୋଗ କରିବି ବୋଲି ବିଶ୍ୱର ନଂ୧ ଟେନିସ ଖେଳାଳି କହିଛନ୍ତି।

Also Read: ରାଜଧାନୀରୁ ଆସିଲା ଖୁସିଖବର, ସଂକ୍ରମଣ କମିବାରେ ସଞ୍ଜିବନୀ ହେଲା ଏହି ପ୍ରକ୍ରିୟା

ଜାନୁଆରୀ ୬ରେ ମେଲବୋର୍ଣ୍ଣରେ ପହଞ୍ଚିବା ପରେ ପ୍ରଥମ ଥର ପାଇଁ ନୋଭାକ୍ ଜୋକୋଭିକଙ୍କ ଭିସା ବାତିଲ ହେବା ପରେ ସମସ୍ତଙ୍କ ଧ୍ୟାନ ତାଙ୍କ ଉପରେ ଥିଲା, ଯାହା ତାଙ୍କୁ ଅସହଜ ମନେ କରିଥିଲା। ଏବେ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ଜୋକୋଭିକଙ୍କୁ ଦେଶରୁ ନିର୍ବାସିତ କରାଯାଇଛି। ଜାକୋଭିକ କହିଛନ୍ତି ଯେ, ମୁଁ ଆଶା କରୁଛି ଯେ ବର୍ତ୍ତମାନ ସମସ୍ତଙ୍କ ଧ୍ୟାନ ମୁଁ ଭଲ ପାଉଥିବା ଖେଳ ଏବଂ ଟୁର୍ନାମେଣ୍ଟ ଉପରେ ରହିବ। ଶୁକ୍ରବାର ଫେଡେରାଲ କୋର୍ଟର ତିନିଜଣ ବିଚାରପତି, ଇମିଗ୍ରେସନ ମନ୍ତ୍ରୀ ଆଲେକ୍ସ ହକେଙ୍କ ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି। ଟେନିସ୍ ଅଷ୍ଟ୍ରେଲିଆ କହିଛି ଯେ ଏହା 'ଫେଡେରାଲ୍ କୋର୍ଟର ନିଷ୍ପତ୍ତିକୁ ସମ୍ମାନ କରେ।'

ନିର୍ବାସନ ଆଦେଶ ସାଧାରଣତଃ, ସେହି ବ୍ୟକ୍ତି ତିନି ବର୍ଷ ପାଇଁ ଅଷ୍ଟ୍ରେଲିଆକୁ ଫେରିପାରିବେ ନାହିଁ। ସର୍ବିଆରେ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଭ୍ୟୁଚିକ୍ କହିଛନ୍ତି ଯେ, ଏହି ଶୁଣାଣି ଅନେକ ମିଥ୍ୟା ଓ ତମାସା ଥିଲା। ଦୀର୍ଘ ୧୦ ଦିନ ଧରି ନୋଭାକ୍ ଜୋକୋଭିକଙ୍କୁ ଅଷ୍ଟ୍ରେଲିଆରେ ପ୍ରତାଡନା ଦିଆଯାଛି ଏହା ସହ ଅଷ୍ଟ୍ରେଲିଆ ନିଜକୁ ଅପମାନିତ ମଧ୍ୟ କରିଛି। ଯଦି ପୂର୍ବରୁ ଅଷ୍ଟ୍ରେଲିଆରେ ଟିକାକରଣ କରିନଥିବା ବ୍ୟକ୍ତିଙ୍କ ପ୍ରବେଶ କରିବାର ଅଧିକାର ନାହିଁ ବୋଲି କୁହାଯାଇଥାନ୍ତା, ତେବେ ନୋଭାକ ଆସି ନଥାନ୍ତେ କିମ୍ବା ଟିକାକରଣ କରିଥାନ୍ତେ। 

Also Read: ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ଥିଲେ ଏହି ୧୦ ଦେଶରେ ଚଳାଇପାରିବେ ଗାଡ଼ି

କୋର୍ଟ କହିଛନ୍ତି ଯେ, ସୀମା ସୁରକ୍ଷା ଉପରେ ଅଷ୍ଟ୍ରେଲିଆର କଠୋର ନୀତି ଆମକୁ ମହାମାରୀ ସମୟରେ ସୁରକ୍ଷିତ ରଖିଛି। ଯାହାଫଳରେ ସର୍ବନିମ୍ନ ମୃତ୍ୟୁ ହାର, ଶକ୍ତିଶାଳୀ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସର୍ବାଧିକ ଟିକାକରଣ ହୋଇଛି। ଜୋକୋଭିକ୍ ହାଇକୋର୍ଟରେ ଆବେଦନ କରିପାରନ୍ତି କିନ୍ତୁ ତାଙ୍କ ପାଖରେ ସମୟ ନାହିଁ। କାରଣ ଏହା କରିବା ଦ୍ୱାରା ମଧ୍ୟ ସେ ଅଷ୍ଟ୍ରେଲିଆ ଓପନରେ ଅଂଶଗ୍ରହଣ କରିପାରିବେ ନାହିଁ। ଜୋକୋଭିକ୍ କହିଛନ୍ତି ଯେ ଏହି ବିଷୟରେ ଅଧିକ ମନ୍ତବ୍ୟ ଦେବା ପୂର୍ବରୁ ମୁଁ କିଛି ସମୟ ବିଶ୍ରାମ ନେବାକୁ ଚାହେଁ।