ସ୍ୱପ୍ନର ଘର ଓ ଗାଡ଼ି ନେବା ଏବେ ହେଲା ସହଜ, ଏହି ସରକାରୀ Bank ଦେଉଛି ଜବରଦସ୍ତ ଅଫର
Advertisement

ସ୍ୱପ୍ନର ଘର ଓ ଗାଡ଼ି ନେବା ଏବେ ହେଲା ସହଜ, ଏହି ସରକାରୀ Bank ଦେଉଛି ଜବରଦସ୍ତ ଅଫର

ବ୍ୟାଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, 'ଏହି ରିହାତି ପରେ BOI (Bank Of India) ର ହୋମ ଲୋନ ହାର ୬.୫୦ ପ୍ରତିଶତରୁ ଆରମ୍ଭ ହେବ। ଏହା ପୂର୍ବରୁ ଏହା ୬.୮୫ ପ୍ରତିଶତ ଥିଲା। 

ସ୍ୱପ୍ନର ଘର ଓ ଗାଡ଼ି ନେବା ଏବେ ହେଲା ସହଜ, ଏହି ସରକାରୀ Bank ଦେଉଛି ଜବରଦସ୍ତ ଅଫର

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଘରକୁ ନେବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । କାରଣ ବର୍ତ୍ତମାନ ଆପଣ ଶସ୍ତା ଲୋନ ପାଇପାରିବେ । ପ୍ରକୃତରେ, ବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI) ଏହାର ଘର ଋଣ ସୁଧ ଉପରେ ୦.୩୫ ପ୍ରତିଶତ ହ୍ରାସ କରିଛି। ତାହା ହେଉଛି, ବର୍ତ୍ତମାନ ଆପଣ ନିଜ ସ୍ୱପ୍ନର ଘରକୁ କମ୍ ଋଣ ସାହାଯ୍ୟରେ ପାଇପାରିବେ । 

କେବଳ ଏତିକି ନୁହେଁ ବ୍ୟାଙ୍କ ଭେଇକିଲ ଲୋନ୍ ବା (Auto Loan) ଉପରେ ସୁଧ ହାରକୁ ୦.୫୦ ପ୍ରତିଶତକୁ ହ୍ରାସ କରିଛି। ଋଣ ପ୍ରତିଶତ ହ୍ରାସ ନେଇ ବ୍ୟାଙ୍କ ନିଜେ ଏହି ସୂଚନା ଦେଇଛି। ବ୍ୟାଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, 'ଏହି ରିହାତି ପରେ BOI (Bank Of India) ର ହୋମ ଲୋନ ହାର ୬.୫୦ ପ୍ରତିଶତରୁ ଆରମ୍ଭ ହେବ। ଏହା ପୂର୍ବରୁ ଏହା ୬.୮୫ ପ୍ରତିଶତ ଥିଲା। 

Also Read: Ramayanକୁ କରାଗଲା ବିକୃତ , ଟ୍ରୋଲ ପରେ କ୍ଷମା ମାଗିଲା AIIMS Student Association

ଏଥି ସହିତ ବ୍ୟାଙ୍କର ଗାଡି ଲୋନ (Vehicle Loan) ଉପରେ ସୁଧ ହାର ୭.୩୫ ରୁ ୬.୮୫ ପ୍ରତିଶତକୁ ଖସି ଆସିଛି।ବ୍ୟାଙ୍କ ଆହୁରି ମଧ୍ୟ କହିଛି ଯେ ଏହି ବିଶେଷ ହାର  ୧୮ ଅକ୍ଟୋବର ୨୦୨୧ ରୁ ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ଲାଗୁ ହେବ। ନୂତନ ଋଣ କିମ୍ବା ଋଣ ସ୍ଥାନାନ୍ତର ପାଇଁ ଆବେଦନ କରୁଥିବା ଗ୍ରାହକଙ୍କ ପାଇଁ ନୂତନ ସୁଧ ହାର ପ୍ରଯୁଜ୍ୟ ହେବ।

Also Read: ରଦ୍ଦ ହେବ ଭାରତ ଓ ପାକିସ୍ତାନ କ୍ରିକେଟ୍ ମ୍ୟାଚ! କେନ୍ଦ୍ର ମନ୍ତ୍ରୀ ଦେଲେ ଏହି ବୟାନ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ସହିତ ବ୍ୟାଙ୍କ (Bank) ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ଘର ଋଣ ଏବଂ ଭେଇକିଲ ଲୋନ ଉପରେ ପ୍ରକ୍ରିୟାକରଣ ଶୁଳ୍କ ରଦ୍ଦ କରିଦେଇଛି। ଅର୍ଥାତ୍ ବର୍ତ୍ତମାନ ବ୍ୟାଙ୍କର ଏହି ଘୋଷଣା ପରେ ଉଭୟ ଘର (Home) ଏବଂ କାର୍ (Car) ନେବା ସହଜ ହୋଇପାରିଛି।