Advertisement
Article Detail0/zeeodisha/odisha704460

ବନ୍ଦ ହେଲା ବାଙ୍କବିହାରୀ ମନ୍ଦିର, ଏହି ଦିନ ଖୋଲିବ ମନ୍ଦିର

ଆଜିଠାରୁ ଅର୍ଥାତ ଜୁଲାଇ ୧ ତାରିଖ ଠାରୁ ଆରମ୍ଭ ହୋଇଛି ଅନଲକ-୨। ଧୀରେଧୀରେ ଦେଶ ସ୍ୱାଭାବିକ ହେବାରେ ଲାଗିଛି। ମାତ୍ର ଅନୁରୂପ ଭାବେ ଦେଶରେ କୋରୋନା ସ୍ଥିତି ସଂକଟଜନକ ସ୍ଥିତିରେ ପହଞ୍ଚିଛି। ଫଳରେ ଦେଶରେ ଖୋଲିଥିବା ମଠମନ୍ଦିର ଧୀରେଧୀରେ ବନ୍ଦ ହେବାରେ ଲାଗିଛି।  ଗତ କିଛି ଦିନ ତଳେ ଖୋଲିଥିବା ପ୍ରସିଦ୍ଧ ବାଙ୍କବିହାରୀ ମନ୍ଦିର ପୁନର୍ବାର ବନ୍

ବନ୍ଦ ହେଲା ବାଙ୍କବିହାରୀ ମନ୍ଦିର, ଏହି ଦିନ ଖୋଲିବ ମନ୍ଦିର

ନୂଆଦିଲ୍ଲୀ: ଆଜିଠାରୁ ଅର୍ଥାତ ଜୁଲାଇ ୧ ତାରିଖ ଠାରୁ ଆରମ୍ଭ ହୋଇଛି ଅନଲକ-୨। ଧୀରେଧୀରେ ଦେଶ ସ୍ୱାଭାବିକ ହେବାରେ ଲାଗିଛି। ମାତ୍ର ଅନୁରୂପ ଭାବେ ଦେଶରେ କୋରୋନା ସ୍ଥିତି ସଂକଟଜନକ ସ୍ଥିତିରେ ପହଞ୍ଚିଛି। ଫଳରେ ଦେଶରେ ଖୋଲିଥିବା ମଠମନ୍ଦିର ଧୀରେଧୀରେ ବନ୍ଦ ହେବାରେ ଲାଗିଛି। 

ଗତ କିଛି ଦିନ ତଳେ ଖୋଲିଥିବା ପ୍ରସିଦ୍ଧ ବାଙ୍କବିହାରୀ ମନ୍ଦିର ପୁନର୍ବାର ବନ୍ଦ ହୋଇଯାଇଛି। ଗତ ଜୁନ ପହିଲାରୁ ଆରମ୍ଭ ହୋଇଥିବା ଅନଲକ 1 ସମୟରୁ ହିଁ ଖୋଲିଥିବା ଏହି ମନ୍ଦିର। ତେବେ ପୁନର୍ବାର କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁନର୍ବାର ବନ୍ଦ କରିଦିଆଯାଇଛି। ଏହି ମନ୍ଦିର ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି  ମନ୍ଦିରର ସେବାୟତ ଆଚାର୍ଯ୍ୟ ଶଶାଙ୍କ ସୂଚନା ଦେଇଛନ୍ତି। 

ସେ କହିଥିଲେ ଯେ ମନ୍ଦିର ତାଲା ପକାଇବା ଦିନ ଠାରୁ ବନ୍ଦ ଅଛି କିନ୍ତୁ ଠାକୁରଙ୍କ ସେବା ପୂଜା ସେହି ଦିନ ସେବା ସହ ଜଡିତ ଗୋସ୍ୱାମୀଙ୍କ ଦ୍ୱାରା କରାଯାଉଛି। ସେ କହିଛନ୍ତି ଯେ ମନ୍ଦିରର ଗୋସ୍ୱାମୀ ସମାଜଙ୍କ ସହମତି ପରେ ଜୁଲାଇ ୩୧ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିଛି କିମ୍ବା ଅନ୍ୟ କୌଣସି ଅଗ୍ରୀମ ନିର୍ଦ୍ଦେଶ ଜାରି କରାଯାଇଛି।

Add Zee News as a Preferred Source

ସେ କହିଛନ୍ତି ଯେ ଠାକୁରଙ୍କ ଦୈନିକ ଭୋଗରାଗ ସେବା ପୂଜାର ଆଦେଶ ପୂର୍ବ ଦିନର ସେବୟତ ଗୋସ୍ୱାମୀଙ୍କ ଦ୍ୱାରା କରାଯିବ। ସଂପୃକ୍ତ ସେବାୟତ ଗୋସ୍ୱାମୀଙ୍କ ସହିତ କେବଳ ମନ୍ଦିରର ଆବଶ୍ୟକୀୟ କର୍ମଚାରୀ ରହିବେ | କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ଦିଗରେ ଏହି ପଦକ୍ଷେପ ନିଆଯାଇଛି।

 

About the Author