Advertisement
Article Detail0/zeeodisha/odisha861412
Zee OdishaOdisha Art and Cultureଏପ୍ରିଲ ୯ରୁ IPL 2021 ; BCCI ଜାରି କଲା schedule

ଏପ୍ରିଲ ୯ରୁ IPL 2021 ; BCCI ଜାରି କଲା schedule

ଏପ୍ରିଲ୍ ୯ରୁ ମେ ୩୦ ପର୍ଯ୍ୟନ୍ତ IPL 2021 ଟୁର୍ଣ୍ଣାମେଣ୍ଟ ଚାଲିବ। ଚେନ୍ନାଇରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଉଦଘଟନୀ ମ୍ୟାଚ ଖେଳାଯିବ।

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମିଙ୍କ ପାଇଁ ଖୁସି ଖବର। ଆସନ୍ତା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି VIVO IPL 2021। ରବିବାର BCCI ଯାହାର ସମ୍ପୂର୍ଣ୍ଣ schedule ଜାରି କରିଛି। ଚେନ୍ନାଇରେ ଉଦଘାଟନୀ ମ୍ୟାଚ ଓ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ଖେଳାଯିବ।

IPLର ୧୪ତମ ସଂସ୍କରଣ ତଥା VIVO IPL 2021ର ସମସ୍ତ ମ୍ୟାଚ୍ ଭାରତରେ ହେବ। ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ମ୍ୟାଚ ଅନୁଷ୍ଠିତ ହେବ। ଏପ୍ରିଲ୍ ୯ରୁ ମେ ୩୦ ପର୍ଯ୍ୟନ୍ତ IPL 2021 ଟୁର୍ଣ୍ଣାମେଣ୍ଟ ଚାଲିବ। ଚେନ୍ନାଇରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଉଦଘଟନୀ ମ୍ୟାଚ ଖେଳାଯିବ।  

Also Read: ଆଇପିଏଲ୍ ବେଟିଂରେ ବିଜେପି ବିଧାୟକ ଲିଙ୍କ୍! ଘରୁ ଗଡି ଟେକିନେଲା ପୋଲିସ

Add Zee News as a Preferred Source

ସେହିପରି ମେ ୩୦ରେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ (Narendra Modi Stadium) ରେ ପ୍ଲେ ଅଫ୍ ସହ ଫାଇନାଲ ମ୍ୟାଚ୍ ଖେଳାଯିବ। ଏଥର IPLର ଲିଗ ପର୍ଯ୍ୟାୟ ମୋଟ ୫୬ଟି ମ୍ୟାଚ ଅଛି। ଚେନ୍ନାଇ, ମୁମ୍ବାଇ, କୋଲକାତା ଏବଂ ବେଙ୍ଗାଲୁରୁ ପ୍ରତ୍ୟେକ ୧୦ଟି ଲେଖାଏଁ ଓ ଅହମ୍ମଦାବାଦ ଏବଂ ଦିଲ୍ଲୀ ପ୍ରତ୍ୟେକ ଆଠଟି ଲେଖାଏଁ ମ୍ୟାଚ୍ ଆୟୋଜନ କରିବେ। 

ଏଥର କୌଣସି ଦଳକୁ ଘରୋଇ ପଡିଆ (Home Graund) ମିଳିବ ନାହିଁ। ସମସ୍ତେ ଲିଗ୍ ପର୍ଯ୍ୟାୟରେ ୬ଟି ସ୍ଥାନ ମଧ୍ୟରୁ ୬ଟିରେ ଖେଳିବେ। IPL 2021ରେ ୧୧ଟି ଡବଲ୍ ହେଡର୍ ମୁକାବିଲା ହେବ। ୬ଟି ଦଳ ଅପରାହ୍ନରେ ତିନୋଟି ଏବଂ ଦୁଇଟି ଦଳ ଦୁଇଟି ମ୍ୟାଚ୍ ଖେଳିବେ। ଦିନର ମ୍ୟାଚ୍ ଅପରାହ୍ଣ ସାଢେ ତିନଟାରୁ ଆରମ୍ଭ ହେବ। ସେହିପରି ସନ୍ଧ୍ୟାର ମ୍ୟାଚ୍  ସାଢେ ସାତଟାରୁ ଖେଳାଯିବ।

Also Read:  IPL2020: କ୍ଷତି ନହେଉଣୁ ଭରଣା ଦାବି କରୁଛି ଫ୍ରାଞ୍ଚାଇଜ

ଗତବର୍ଷ କୋରୋନା ସଙ୍କଟ (Corona Virus) ପାଇଁ IPLର ୧୩ତମ ସଂସ୍କରଣ UAEରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏବେ ସମସ୍ତ ମ୍ୟାଚ୍ ଭାରତରେ ଖେଳାଯାଉଛି। ପ୍ରଥମ ପର୍ଯ୍ୟାୟରେ ବିନା ଦର୍ଶକରେ IPL 2021ର ମ୍ୟାଚ ଅନୁଷ୍ଠିତ ହେବ। ପରେ କୋରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି BCCI ନିଜ ବିବୃତ୍ତିରେ କହିଛି।

 

 

About the Author