ବାହା ହେଉଛନ୍ତି ବରୁଣ ଧାୱନ, ଭେନ୍ୟୁରେ ଆକ୍ଟର ଦେଖାଇଲେ ଭିଲିଆନ୍ ଲୁକ୍
Advertisement

ବାହା ହେଉଛନ୍ତି ବରୁଣ ଧାୱନ, ଭେନ୍ୟୁରେ ଆକ୍ଟର ଦେଖାଇଲେ ଭିଲିଆନ୍ ଲୁକ୍

 ଆଲିବାଗରେ କୁଲି-୨ ଫେମଙ୍କ ବିବାହ ଉତ୍ସବ ଚାଲିଛି। ଶୁକ୍ରବାରଠୁ ଆରମ୍ଭ ହୋଇଥିବା ବିବାହ ଉତ୍ସବ ରବିବାର ସରିବ। ତେବେ ଶନିବାର ତାଙ୍କ ସଂଗୀତ ସମାରୋହ ଆୟୋଜନ ହୋଇଛି।

ବାହା ହେଉଛନ୍ତି ବରୁଣ ଧାୱନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧାୱନ ଶେଷରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆଲିବାଗରେ କୁଲି-୨ ଫେମଙ୍କ ବିବାହ ଉତ୍ସବ ଚାଲିଛି। ଶୁକ୍ରବାରଠୁ ଆରମ୍ଭ ହୋଇଥିବା ବିବାହ ଉତ୍ସବ ରବିବାର ସରିବ। ତେବେ ଶନିବାର ତାଙ୍କ ସଂଗୀତ ସମାରୋହ ଆୟୋଜନ ହୋଇଛି। ଯେଉଁଠି ବରୁଣ ଭିଲିଆଲ ଲୁକରେ ନଜର ଆସିଛନ୍ତି।

ବରୁଣ ଧାୱନ (Varun Dhawan) ନିଜ ବାହାଘର ଉତ୍ସବରେ ପାରମ୍ପାରୀକ ବର ନୁହେଁ ଜଣେ ମଡେଲ ଭାବେ ପହଞ୍ଚିଛନ୍ତି। ଆଲିବାଗର ଦ ମାନସନ ହାଉସ (Wedding In Alibaug) ରେ ତାଙ୍କର ବିବାହର ସମସ୍ତ ରୀତିନୀତି ସମାପନ ହେବ। ଏହି ଅବସରରେ ସେ (bollywood actor) ଏକ ଧଳା ଟି-ସାର୍ଟ, ନୀଳ ଜିନ୍ସ ଏବଂ ଫେସ୍ ମାସ୍କ ନେଇ ଭେନ୍ୟୁରେ ପହଞ୍ଚିଛନ୍ତି। ତାଙ୍କ ପିତା-ମାତା ଏବଂ ଭାଇ ରୋହିତ ଧାୱନ ମଧ୍ୟ ଏହି ଉତ୍ସବରେ ଯୋଗଦେବାକୁ ଆସିଛନ୍ତି। 

Also Read: ବରୁଣ ଧୱନ ବନିଲେ 'ମିଷ୍ଟର ଲେଲେ', ସେୟାର କଲେ ଫିଲ୍ମର ଫାଷ୍ଟ ଲୁକ

ବିବାହ ଉତ୍ସବରେ ବରୁଣ ଧାୱନ ଏବଂ ନତାଶା ଦଲାଲ (Natasha Dalal) ଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା ଶଶାଙ୍କ ଖତାନ, କୁନାଲ କୋହଲି, ବରୁଣଙ୍କ ଭଣଜା ଅଞ୍ଜିନି ଧାୱନ ଏବଂ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରା ମଧ୍ୟ ଉପସ୍ଥିତ ଥିଲେ। ରବିବାର ବିହାହ ଉତ୍ସବର ଶେଷ ଦିନ ଥିବାରୁ ଅନ୍ୟ ଅନେକ ସେଲିବ୍ରିଟି ମଧ୍ୟ ଆସିବେ ବୋଲି ଆଶା କରାଯାଉଛି।

 
 
 
 

 
 
 
 
 
 
 
 
 
 
 

A post shared by yogen shah (@yogenshah_s)

ବିବାହ ସମାରୋହ ପାଇଁ, ବରୁଣଙ୍କ ପରିବାର ଆଲିବାଗରେ ସମୁଦ୍ର କୂଳରେ ଏକ ବିଳାସପୂର୍ଣ୍ଣ ରିସୋର୍ଟ ବୁକ୍ କରିଛନ୍ତି। ୨୨, ୨୩ ଏବଂ ୨୪ ଜାନୁଆରୀରେ ବିବାହ ଉତ୍ସବ ଆୟୋଜନ ହେଉଛି। ଯେଉଁଥିରେ ଅତିଥିମାନେ ବାୟୋ ବବୁଲ୍ ପ୍ରୋଟୋକଲ୍ ଅନୁସରଣ କରିବେ। ବରୁଣ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କୁ ପଞ୍ଜାବୀ ରୀତିନୀତିରେ ବିବାହ କରୁଛନ୍ତି।