ସଲମାନଙ୍କ ଭାଲେଣ୍ଟାଇନ ଉପରେ ଭିକ୍କି କୌଶଲଙ୍କ ନଜର !
Advertisement

ସଲମାନଙ୍କ ଭାଲେଣ୍ଟାଇନ ଉପରେ ଭିକ୍କି କୌଶଲଙ୍କ ନଜର !

ନିଜ ନିଜ ଅନ୍ଦାଜରେ ପ୍ରେମର ଦିନକୁ ବେଶ ରୋମାଞ୍ଚକ ଭାବେ ପାଳନ କରିଛନ୍ତି ବି-ଟାଉନର ସେଲିବ୍ରିଟି ତେବେ ଏହ ତାଲିକାରେ ଅଛନ୍ତି ଅର୍ଜୁନକପୁର- ମଲାଇକା ଅରୋରା, ଅନୁଷ୍କା-ବିରାଟ ଓ ଅଲ ଟାଇମ ଚର୍ଚ୍ଚାରେ ରହୁଥିବା ପିକ୍-ନିକ୍ ଯୋଡି଼।

ସଲମାନଙ୍କ ଭାଲେଣ୍ଟାଇନ ଉପରେ ଭିକ୍କି କୌଶଲଙ୍କ ନଜର !

ନୂଆଦିଲ୍ଲୀ: ସରିଛି ଭାଲେଣ୍ଟାଇନ । ନିଜ ନିଜର ପ୍ରେମ ସଂକଳ୍ପ କରି ଏବେ ଭଲପାଇବା ଦୁନିଆରେ ହଜିଯାଇଛନ୍ତି ପ୍ରେମୀଯୁଗଳ । ତେବେ ଏହି ଭଲ ପାଇବାର ଦିନକୁ ଉପଭୋଗ କରିବାକୁ ପଛରେ ପଡି଼ନାହାଁନ୍ତି ବଲିଉଡ ଜଗତର ତାରକା ମାନେ । ନିଜ ନିଜ ଅନ୍ଦାଜରେ ପ୍ରେମର ଦିନକୁ ବେଶ ରୋମାଞ୍ଚକ ଭାବେ ପାଳନ କରିଛନ୍ତି ବି-ଟାଉନର ସେଲିବ୍ରିଟି ତେବେ ଏହ ତାଲିକାରେ ଅଛନ୍ତି ଅର୍ଜୁନକପୁର- ମଲାଇକା ଅରୋରା, ଅନୁଷ୍କା-ବିରାଟ ଓ ଅଲ ଟାଇମ ଚର୍ଚ୍ଚାରେ ରହୁଥିବା ପିକ୍-ନିକ୍ ଯୋଡି଼ ।

ତେବେ ଏହାରି ଭିତରେ ସଲମାନ (Salman Khan) ଙ୍କ ଭାଲେଣ୍ଟାଇନ (Valentine) ଙ୍କୁ ନେଇ ସୋସିଆଲ ମିଡିଆ (Social Media) ରେ ବେଶ ଚର୍ଚ୍ଚା ଲାଗିରହିଛି। ଆଜ୍ଞା ହଁ, ବି-ଟାଉନ ଦବଙ୍ଗ ଷ୍ଟାର (Dabangg Star)ବା ଭାଇଜାନଙ୍କ ଭାଲେଣ୍ଟାଇନ୍ କଥା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେଉଥିବେ । ସମସ୍ତେ ଜାଣନ୍ତି ସଲମାନ ଖାନ ଏବେ ଯାଏଁ ଅବିବାହିତ ହେଲେ, ନିଜ ଗର୍ଲଫ୍ରେଣ୍ଡ ବା ବାନ୍ଧବୀଙ୍କୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବିଶେଷ କରି କ୍ୟାଟ୍ରିନା କୈଫ୍ (Katrina Kaif) ଙ୍କ ସହ ସଲମାନଙ୍କୁ ଅଧିକ ସମୟରେ ଦେଖାଯାଇଥାଏ । କିଛିଦିନ ଧରି ଉଭେୟ ଏକ ରିଲେସନସିପ୍ (Relationship)ରେ ଥିଲେ ବୋଲି ବି ପୂର୍ବରୁ ଚର୍ଚ୍ଚା ହୋଇଛି।  

Also Read: ଗର୍ଲଫ୍ରେଣ୍ଡଙ୍କ ମୁଦିକୁ ନେଇ ହଙ୍ଗାମା, ନାକେଦମ ହେଲାଣି ପୋଲିସ...

ହେଲେ କିଛିଦିନ ତଳେ ଏକ ଆୱାର୍ଡ ଫଙ୍କସନ( Award Function) ରେ ସୋର ହୋଷ୍ଟ ଥିବା ଅଭିନେତା ଭିକ୍କି କୌଶଲ (Actor Vicky Kaushal) ଥଟ୍ଟାମଜାରେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ଏହାକୁ ନେଇ ଫ୍ୟାନ୍ସ ମାନେ ଏହାକୁ ନେଇ ଖୁବ ଚର୍ଚ୍ଚା କରିଥିଲେ। ଭିକ୍କି କୌଶଲ ସତରେ କି ମିଛରେ ଏମିତି ଏକ ଥଟ୍ଟା ପରିହାସ କରିଥିଲେ ତାର କୌଣସି ସ୍ପଷ୍ଟତା ନାହିଁ । ହେଲେ ଏବେ ଚର୍ଚ୍ଚା ହେଉଛି ଯେ, କ୍ୟାଟ୍ରିନାଙ୍କ ଉପରେ ଫୁଲ୍ ଫିଦା ହୋଇଛନ୍ତି ଭିକ୍କି !

Also Read: ଟୁଲକିଟ କଣ ? ଦିଶାଙ୍କ ଗିରଫଦାରୀ କାହିଁକି ?

ଅନ୍ୟ ଏକ ପ୍ରୋଗ୍ରାମରେ କ୍ୟାଟ୍ରିନା କୈଫ୍ ସିଧାସଳଖ ସଲମାନ ଖାନ ( Salman Khan) ଙ୍କୁ ବିବାହ କରିବେ କି ନାହିଁ ପ୍ରଶ୍ନ ପଚାରିଥିଲେ ଆଉ ଏହାର ଉତ୍ତର ଭାଇଜାନ ଏକ କୌତୁହଳ ଅନ୍ଦାଜରେ ଦେଇଥଲେ । କୋଟି କୋଟି ଫ୍ୟାନ୍ସଙ୍କ ମନ କିଣିଛନ୍ତି ବି-ଟାଉନର ଦବଙ୍ଗ ଷ୍ଟାର ସଲମାନ ଖାନ । ତାହା ଫିଲ୍ମ ଜରିଆରେ ହେଉ ବା କେଉଁ ସାମାଜିକ ସେବା ସାହାଯ୍ୟରେ ହେଉ । ତାଙ୍କର ପ୍ରତିଟି ଫିଲ୍ମ ଦର୍ଶକଙ୍କ ମନ କିଣିଦିଏ । ଆଉ ଏବେ ବି ତାଙ୍କ ଫ୍ୟାନ୍ସ ଅନାଇ ବସିଛନ୍ତି ଯେ, କେବେ ସଲମାନ ନିଜ ଭ୍ୟାଲେଣ୍ଟାଇନ (Valentine) ର ନାଁ କହିବେ ଆଉ ବିବାହ କରିବେ ।