• କୋଭିଡ ଡେଥ ଅଡ଼ିଟ କିଛି ବାକି ଅଛି: ନିରଞ୍ଜନ ମିଶ୍ର
  • ହାଇଦରକୁ ଏନ୍‌କାଉଣ୍ଟର ଘଟଣା
  • ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିସନ
  • ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ଜେଲ ଡିଜି, ପୋଲିସ କମିସନରଙ୍କୁ ରିପୋର୍ଟ ତଲବ
  • ସେପ୍ଟେ‌ମ୍ବର ୬ରେ ମାମଲାର ପରବର୍ତ୍ତୀ ଶୁଣାଣି
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍‌. ୟେଦିୟୁରପ୍ପା
  • କାରଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ
  • ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ବ୍ୟବସ୍ଥାର ଶୁଭାରମ୍ଭ
  • କରୋନା କଟକଣା ଭିତରେ ଶ୍ରେଣୀଗୃହରେ ବସି ପାଠପଢିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ
  • ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ହୋଇଛି: ଗଣଶିକ୍ଷା ମନ୍ତ୍ରୀ

ମହାପ୍ରଭୁଙ୍କ ଦର୍ଶନ ପରେ ନବଦମ୍ପତ୍ତିଙ୍କୁ ଗୋବିନ୍ଦାଙ୍କ ଶୁଭେଚ୍ଛା

ଆଜି ସକାଳେ ଗୋବିନ୍ଦା (Govinda) ଓ ସୁନିତା (sunita Ahuja) ଶ୍ରୀମନ୍ଦିର (Puri Jagannath Temple) ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। 

ମହାପ୍ରଭୁଙ୍କ ଦର୍ଶନ ପରେ ନବଦମ୍ପତ୍ତିଙ୍କୁ ଗୋବିନ୍ଦାଙ୍କ ଶୁଭେଚ୍ଛା
ମହାପ୍ରଭୁଙ୍କ ଦର୍ଶନ ପରେ ନବଦମ୍ପତ୍ତିଙ୍କୁ ଗୋବିନ୍ଦାଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡିଶାରେ ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୧୯ ଦଶକରେ ଦିନ୍ଦୀ ଚଳଚ୍ଚିତ୍ର ଦୁନିଆରେ ଚହଳ ଖେଳାଇଥିବା ଅଭିନେତା ପତ୍ନୀ ସୁନିତାଙ୍କ ସହ ଓଡିଶା ଗସ୍ତରେ ଆସିଛନ୍ତି। ଆଜି ସେମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ନବଦମ୍ପତ୍ତି ସବ୍ୟାଚ୍ଚିତାଙ୍କୁ ଭେଟିଛନ୍ତି।

ଆଜି ସକାଳେ ଗୋବିନ୍ଦା (Govinda) ଓ ସୁନିତା (Sunita Ahuja) ଶ୍ରୀମନ୍ଦିର (Puri Jagannath Temple) ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ମହାପ୍ରଭୁ (Lord Jagannath) ଙ୍କ ଦର୍ଶନ ପରେ ଗୋବିନ୍ଦା କହିଛନ୍ତି ଯେ, ପ୍ରଭୂ ଜଗନ୍ନାଥ ତାଙ୍କ ସ୍ୱପ୍ନରେ ଆସିଥିଲେ। କାଳିଆର ଡୋରି ଲାଗିଛି ବୋଲି ସେ ଆଜି ପୁରୀ ଆସିଛନ୍ତି। ବଡଠାକୁରଙ୍କ କୃପାରେ ତାଙ୍କର ସମସ୍ତ କାର୍ଯ୍ୟ ସଫଳ ହେଉଛି ବୋଲି ହିରୋ ନଂ-୧ କହିଛନ୍ତି।

Also Read: ବିବାହର ସିକ୍ରେଟ୍ ଖୋଲିଲେ ସବ୍ୟାର୍ଚ୍ଚିତା

ଶ୍ରୀମନ୍ଦିରରେ କାଳିଆ ଦର୍ଶନ ପରେ ସେ ଓଲିଉଡର ନବଦମ୍ପତ୍ତି ସବ୍ୟାସାଚୀ ମିଶ୍ର (Sabyasachi Mishra) ଓ ଅର୍ଚ୍ଚିତା (Archita Sahu) ଙ୍କୁ ଭେଟିଛନ୍ତି। ବିବାହର ଶୁଭେଚ୍ଛା ଜଣାଇବା ସହ ସେ ସବ୍ୟାର୍ଚ୍ଚିତା (Sabyarchita) ଙ୍କ ସହ କିଛି ସ୍ମୃତି ବାଣ୍ଟିଛନ୍ତି। ଉଭୟ ଗୋବିନ୍ଦା ଓ ସବ୍ୟ କମେଡି କରିଥିଲେ। ଯାହାକୁ ଦେଖି ଅର୍ଚ୍ଚିତା ନିଜ ହସ ରୋକି ପାରିନଥିଲେ। ଏହି ସାକ୍ଷାତ ବେଳର କିଛି ଫଟୋକୁ ସବ୍ୟ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରି ଗୋବିନ୍ଦାଙ୍କୁ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହା ସେ ଗୋବିନ୍ଦାଙ୍କୁ ନିଜ ଗୁରୁ ବୋଲି ମଧ୍ୟ କହିଛନ୍ତି।