• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

Ronaldoଙ୍କ ପାଇଁ ଖସିଲା Coca-Colaର ମାର୍କେଟ୍ ଭ୍ୟାଲୁ !

ସାମାନ୍ୟ ଭଳି ଲାଗୁଥିବା ଏକ ଅଙ୍ଗଭଙ୍ଗୀ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି କରିପାରେ, ଏହି କଥାକୁ ସହଜରେ ହଜମ କରିହେବ ନାହିଁ। କିନ୍ତୁ ଖ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଲୋକପ୍ରିୟ ମୃଦୁ ପାନୀୟ Coca-Colaର ମାର୍କେଟ୍ ଭ୍ୟାଲୁ କମିଛି।

Ronaldoଙ୍କ ପାଇଁ ଖସିଲା Coca-Colaର ମାର୍କେଟ୍ ଭ୍ୟାଲୁ !
ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ସେୟାର ମାର୍କେଟ ସବୁବେଳେ ଅସନ୍ତୁଳିତ ଅବସ୍ଥାରେ ଥାଏ। କେତେ ବେଳେ କେଉଁ କମ୍ପାନୀର ସେୟାର ଖସେ ତ କାହାର ବୃଦ୍ଧି ପାଇଥାଏ। କିନ୍ତୁ ଜଣେ ଫୁଟବଲରଙ୍କ ସାମାନ୍ୟ ଭଳି ଲାଗୁଥିବା ଏକ ଅଙ୍ଗଭଙ୍ଗୀ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି କରିପାରେ, ଏହି କଥାକୁ ସହଜରେ ହଜମ କରିହେବ ନାହିଁ। କିନ୍ତୁ ଖ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଲୋକପ୍ରିୟ ମୃଦୁ ପାନୀୟ Coca-Colaର ମାର୍କେଟ୍ ଭ୍ୟାଲୁ କମିଛି।

ୟୁରୋ କପକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଖ୍ରୀଷ୍ଟିଆନୋ ରୋନାଲ୍ଡୋ ଦୁଇଟି Coca-Cola ବୋତଲକୁ ଘୁଞ୍ଚାଇ ଦେଇଥିଲେ। ଏହା ପରେ ପରେ କମ୍ପାନୀର ସେୟାର ମୂଲ୍ୟରେ ୪ ବିଲିୟନ ଡଲାରର ହ୍ରାସ ହୋଇଛି। ପର୍ତ୍ତୁଗାଲର ଅଧିନାୟକ ଜଣେ ପ୍ରଖ୍ୟାତ ସ୍ୱାସ୍ଥ୍ୟ ସଚେତକ ଏବଂ କାର୍ବୋନେଟେଡ୍ ମୃଦୁ ପାନୀୟ ବିଷୟରେ ସେ କ’ଣ ଭାବୁଛନ୍ତି ତାହା ସ୍ପଷ୍ଟ କରିଛନ୍ତି। ହଙ୍ଗେରୀ ବିପକ୍ଷରେ ତାଙ୍କ ଦେଶର ଗ୍ରୁପ୍ ଏଫ୍ ଖେଳର ପ୍ରାରମ୍ଭରେ ବୁଦ୍ଧାପେଷ୍ଟରେ ଏକ ସାମ୍ବାଦିକ ସମ୍ମିଳନୀରେ ୩୬ ବର୍ଷୀୟ ରୋନାଲ୍ଡୋ Coca-Cola ବୋତଲଗୁଡ଼ିକୁ ତାଙ୍କଠାରୁ ଦୂରେଇ ଦେଇଥିଲେ।

Also Read: ପତିଙ୍କ ଖୁଲାସା ପରେ ଟେନସନରେ ଶିଲ୍ପା, ସେୟାର କଲେ ଏହି ଇମୋସ୍ନାଲ ପୋଷ୍ଟ୍ 

ପର୍ତ୍ତୁଗୀଜ୍ ଭାଷାରେ ଘୋଷଣା କରିବା ପୂର୍ବରୁ ରୋନାଲ୍ଡୋ ପାଣି ବୋତଲ ଧରି  “Agua!” ବୋଲି କହିଥିଲେ। Coca-Cola ବଦଳରେ ଲୋକଙ୍କୁ ତାହା ବାଛିବା ପାଇଁ ଉତ୍ସାହିତ କରୁଥିବା ପରି ଦେଖାଗଲା। ରୋନାଲ୍ଡୋଙ୍କ ଅଙ୍ଗଭଙ୍ଗୀ ପରେ Coca-Colaର ସେୟାର ମୂଲ୍ୟ ପ୍ରାୟ ୧.୬% ହ୍ରାସ ପରେ ୫୬.୧୦ ଡଲାରରୁ ୫୫.୨୨ ଡଲାରକୁ ଖସି ଆସିଛି। ଏହା ସହ କମ୍ପାନୀର ବଜାର ମୂଲ୍ୟ ୨୪୨ ବିଲିୟନ ଡ଼ଲାରରୁ ୨୩୮ ବିଲିୟନ ଡ଼ଲାରରେ ପହଞ୍ଚିଛିଥିଲା। ଆଉ କମ୍ପାନୀକୁ ପ୍ରାୟ ୪ ବିଲିୟନ ଡ଼ଲାର କ୍ଷତି ସହିବାକୁ ପଡିଥିଲା।

ୟୁରୋ ୨୦୨୦ର ଅଫିସିଆଲ୍ ପ୍ରଯୋଜକମାନଙ୍କ ମଧ୍ୟରୁ Coca-Cola ଅନ୍ୟତମ। ମଙ୍ଗଳବାର ଏକ ବିବୃତ୍ତିରେ ଉତ୍ତର ଦେଇ କମ୍ପାନୀ କହିଛି ଯେ, “ସମସ୍ତଙ୍କ ପସନ୍ଦର ପାନୀୟ ଭିନ୍ନ” “ସ୍ୱାଦ ଏବଂ ଆବଶ୍ୟକତା” ଅନୁସାରେ ସେମାନେ ତାହାକୁ ବାଛନ୍ତି। ସେହିପରି ୟୁରୋ ମୁଖପାତ୍ରଙ୍କ କହିବା ହେଲା, ସାମ୍ବାଦିକ ସମ୍ମିଳନୀରେ ଖାଳାଳିଙ୍କୁ ପାଣି ସହିତ Coca-Cola ଏବଂ Coca-Cola ଜିରୋ ସୁଗାର ଯୋଗାଇ ଦିଆଯାଏ।

Also Read: ଅଭିନେତା Sonu Sood କହିଲେ କେବେ ଥାପିବେ ରାଜନୀତିରେ ପାଦ

ସୂଚନାଯୋଗ୍ୟ, ମଙ୍ଗଳବାର ହଙ୍ଗେରୀକୁ ପର୍ତ୍ତୁଗାଲ ୩-୦ ଗୋଲରେ ପରାସ୍ତ କରିଛି। ଏହି ମ୍ୟାଚରେ ରୋନାଲ୍ଡୋ ଦୁଇଟି ସ୍କୋର କରିଥିଲେ। ଇନଷ୍ଟାଗ୍ରାମରେ ରୋନାଲ୍ଡୋଙ୍କ ୩୦୦ ନିୟୁତ ଅନୁସରଣକାରୀ ଅଛନ୍ତି। ଏହି କିମ୍ବଦନ୍ତୀ ଫୁଟବଲର ସବୁବେଳେ ନିଜ ସ୍ୱାସ୍ଥ୍ୟକୁ ନେଇ ଯତ୍ନବାନ ରୁହନ୍ତି ଏବଂ ଫିଟ୍ ରହିବାକୁ ଫ୍ୟାନ୍ସଙ୍କୁ ପରାମର୍ଶ ଦିଅନ୍ତି।