IPL 2021: ଦ୍ୱିତୀୟ ପର୍ଯ୍ୟାୟରେ କଙ୍ଗାରୁ ଖେଳାଳିଙ୍କୁ ନେଇ ହେଲା ବଡ଼ ଫଇସଲା
Advertisement

IPL 2021: ଦ୍ୱିତୀୟ ପର୍ଯ୍ୟାୟରେ କଙ୍ଗାରୁ ଖେଳାଳିଙ୍କୁ ନେଇ ହେଲା ବଡ଼ ଫଇସଲା

କୋରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେବଳ ୨୯ଟି ମ୍ୟାଚ୍ ପରେ IPL ସ୍ଥଗିତ ରଖିବାକୁ ପଡିଲା। ବର୍ତ୍ତମାନ ଏହାର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର-ଅକ୍ଟୋବରରେ ଅନୁଷ୍ଠିତ ହେବ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: IPL 2021ର ଦ୍ୱିତୀୟ ପର୍ଯ୍ୟୟ ମ୍ୟାଚ ସେପ୍ଟେମ୍ବର ୧୯ରୁ ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯିବ। ମେ ମାସରେ, କୋରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେବଳ ୨୯ଟି ମ୍ୟାଚ୍ ପରେ IPL ସ୍ଥଗିତ ରଖିବାକୁ ପଡିଲା। ବର୍ତ୍ତମାନ ଏହାର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର-ଅକ୍ଟୋବରରେ ଅନୁଷ୍ଠିତ ହେବ। ତେବେ ଅନେକ କ୍ରିକେଟ୍ ବୋର୍ଡ ଅଛନ୍ତି ଯେଉଁମାନେ ନିଜ ଖେଳାଳିଙ୍କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି।

ଏକ ରିପୋର୍ଟ ଅନୁଯାୟୀ, କ୍ରିକେଟ୍ ଅଷ୍ଟ୍ରେଲିଆ (Cricket Austalia) ତାର ଖେଳାଳିଙ୍କୁ ଆସନ୍ତା ମାସରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ଆରମ୍ଭ ହେବାକୁ ଥିବା IPLରେ ଭାଗ ନେବାର ରାସ୍ତା ସଫା କରିଛି। ଦେଶର ଶ୍ରେଷ୍ଠ ଖେଳାଳିଙ୍କୁ CA ନୋ ଅବଜେକସନ୍ (NOC) ଲେଟର୍ ଜାରି କରିଥିବା ସୂଚନା ମିଳିଛି।

Also Read: IND vs ENG 2nd Test: ଏହି ବଡ଼ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି Team India

ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟରେ ଧୋନିଙ୍କ ଚେନ୍ନାଇ ଏବଂ ରୋହିତ ଶର୍ମାଙ୍କ ମୁମ୍ବାଇ ମଧ୍ୟରେ ପ୍ରଥମ ମୁକାବିଲା ହେବ। ଚଳିତବର୍ଷର IPL ଉଦଘାଟନୀ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିବା ଡେଭିଡ ୱାର୍ଣ୍ଣର, ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭ ସ୍ମିଥ, ମାର୍କସ ଷ୍ଟୋଇନିସ, ଜୟ ରିଚାର୍ଡସନ, କେନ ରିଚାର୍ଡସନ ଏବଂ ଦାନିଏଲ ସାମସ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ନଜର ଆସିବେ।

ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ସ୍ଥଗିତ ରଖିବାକୁ ନିଷ୍ପତି ନେବା ପରେ CA ଖେଳାଳିଙ୍କୁ NOC ଜାରି କରିଛି। ଏହି ସିରିଜ T20 ବିଶ୍ୱକପ ପୂର୍ବରୁ ଭାରତରେ ଅନୁଷ୍ଠିତ ହୋଇଥାନ୍ତା। ୱେଷ୍ଟଇଣ୍ଡିଜ୍ ସହିତ ଏକ T20 ସିରିଜ୍ ମଧ୍ୟ ଏହି ତିନୋଟି ଦଳ ପାଇଁ ବିଶ୍ୱକପ୍ ପ୍ରସ୍ତୁତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାନ୍ତା। ଆଫଗାନିସ୍ତାନ ବୋର୍ଡର ଅଧିକାରୀମାନେ ଏହାକୁ ଆୟୋଜନ କରିବାକୁ ଏକ ସ୍ଥାନ ଖୋଜିବାକୁ ଚେଷ୍ଟା କରୁଛନ୍ତି।