ପୁଣି ଧର୍ମେନ୍ଦ୍ର-ହେମା ହେଲେ ଅଜା ଆଈ
Advertisement

ପୁଣି ଧର୍ମେନ୍ଦ୍ର-ହେମା ହେଲେ ଅଜା ଆଈ

ଗୁରୁବାର ଆହାନା ଯମଜ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ନାଆ ଅସ୍ତିୟା ଓ ଆସିୟା ରଖାଯାଇଛି।

 

ପୁଣି ଧର୍ମେନ୍ଦ୍ର-ହେମା ହେଲେ ଅଜା ଆଈ

ନୂଆଦିଲ୍ଲୀ: ପୁଣି ହସିଲା ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଘର। ଅଜା ଆଈ ହେଲେ ଅଭିନେତା ଓ ତାଙ୍କ ସାଂସଦ ପତ୍ନୀ। କାରଣ ଘରକୁ ଆସିଛନ୍ତି ଜମଜ ପରୀ। ଗୁରୁବାର ସାନ ଝିଅ ଆହାନା ଦେଓଲ ଭୋହରା ୨ଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।

ଡ୍ରୀମ ଗ୍ରାର୍ଲ (Dream girl) ହେମା ମାଳିନୀ ଶନିବାର ତାଙ୍କ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କ ବଡ ଝିଅ ଆହାନା ଓ ଜ୍ୱାଇଁ ବୈଭବ ପୁଣି ମାତା ପିତା ହୋଇଥିବା ସେ ସୂଚନା ଦେଇଛନ୍ତି। ଗୁରୁବାର ଆହାନା ଯମଜ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ନାଆ ଅସ୍ତିୟା ଓ ଆସିୟା ରଖାଯାଇଛି।

ଘରେ ନୁଆ ଅତିଥି ଆସିବେ ନେଇ ଧର୍ମେନ୍ଦ୍ର (Dharmendra) ଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି। ପୁରା ଦେଓଲ ପରିବାର ୨ ନୂଆ ପରୀଙ୍କୁ ନେଇ ଖୁବ ଉତ୍ସାହିତ ଅଛନ୍ତି। ୨୦୧୪ରେ ଆହାନା (Ahana Deol) ବିଜନେସମ୍ୟାନ ବୈଭବଙ୍କୁ ବିବାହ କରିଥିଲେ। ତେବେ ପୂର୍ବରୁ ସେମାନଙ୍କ ଏକ ପୁଅ ଅଛି। ଯାହାର ନାଆ ଡେରେନ ଦିଆଯାଇଛି। ଏବେ ଅସ୍ତିୟା ଓ ଆସିୟା ସହ ଆହାନାଙ୍କ ୩ଟି ସନ୍ତାନ୍ତ ହେଲେ।

Also Read: ବଢିଲା ଅମିତାଭଙ୍କ ବାସଭବନ 'ଜଲସା'ର ସୁରକ୍ଷା

ସେପେଟ ଆହାନାର ସୁରକ୍ଷିତ ପ୍ରସବ ଏବଂ ଯମଜ କନ୍ୟା ସନ୍ତାନକୁ ନେଇ ଖୁସି ଜାହିର କରିଛନ୍ତି ବଡ ଭଉଣୀ ଇଶା ଦେଓଲ (Isha Deol)। ତେବେ ଇଶାଙ୍କର ବି ୨ଟି ଝିଅ ଅଛନ୍ତି। ସେମାନଙ୍କ ନାଆ ସେ ରାଧ୍ୟା ଓ ମିରାୟା ଦେଇଛନ୍ତି। କୁହାଯାଉଛି ରାଧା ଓ ମୀରାଙ୍କୁ ଇଶା  ଅଧିକ ଭକ୍ତି କରନ୍ତି, ତେଣୁ ତାଙ୍କ ଝିଅର ନାଆକୁ ସେମାନଙ୍କ ନାଆ ଅନୁସାରେ ଦେଇଛନ୍ତି। ସେ ଯାହାବି ହେଉ ଧର୍ମେନ୍ଦ୍ର ଓ ହେମା (Hema Malini) ପୁଣି ଅଜା ଆଈ ହେଲେ। ଆଉ ସନ୍ନି-ବିବି ମାମୁଁ।