• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

Tokyo Olympics 2020: ଦେଶବାସୀଙ୍କୁ ନିରାଶ କଲେ ଦୂତୀ, ଭଉଣୀ ଉପରେ ବର୍ଷିଲେ ସରସ୍ୱତୀ

ଦୁଇ ଦୁଇଟି ଇଭେଣ୍ଟରେ ଦୂତୀ ଚାନ୍ଦ (Dutee Chand) ଦେଶ ପାଇଁ ପଦକ ଜିତିବାରେ ବିଫଳ ହୋଇଛନ୍ତି। ପ୍ରଥମେ ୧୦୦ ମିଟର ଦୌଡର ସେମିଫାଇନାଲ ଯୋଗ୍ୟତାରୁ ବାଦ ପଡିଥିଲେ। ଆଉ ଏବେ ୨୦୦ ମିଟରରେ ବି ସମାନ ସ୍ଥିତି। ଉଭୟ ବର୍ଗରେ ସେ ସପ୍ତମ ସ୍ଥାନରେ ଥିଲେ।  

 Tokyo Olympics 2020: ଦେଶବାସୀଙ୍କୁ ନିରାଶ କଲେ ଦୂତୀ, ଭଉଣୀ ଉପରେ ବର୍ଷିଲେ ସରସ୍ୱତୀ
ଡିଜାଇନ ଫଟୋ

ନୂଆଦିଲ୍ଲୀ: Tokyo Olympics 2020ରେ ଭାରତୀୟ ମହିଳା ଦଳର ଦବଦବା କାଏମ ରହିଛି। ଭାରଉତ୍ତୋଳରେ ମୀରାବାଇ ଚାନୁ ଦେଶକୁ ରୌପ୍ୟ ଓ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ କଂସ୍ୟ ପଦକ ଦେଇଛନ୍ତି। ଦ୍ୱତୀୟ ଥର ପାଇଁ ଅଲମ୍ପିକରେ ଭାଗ ନେଇ ଥିବା ଦୌଡ ରାଣୀ ଦୂତୀ ଚାନ୍ଦ ମଧ୍ୟ ଭାରତ ଓ ଓଡିଶାର ନାମକୁ ଟୋକିଓରେ ଗର୍ବାନ୍ୱିତ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଉଭୟ ୧୦୦ ଓ ୨୦୦ ମିଟର ରେସରେ ସେ ଦେଶବାସୀଙ୍କୁ ନିରାଶ କରିଛନ୍ତି। ଏହା ପରେ ଦୂତୀଙ୍କ ଭଉଣୀ ସରସ୍ୱତୀ ଚାନ୍ଦ ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ଦୌଡରାଣୀ ଉପରେ ଖୁବ ବର୍ଷିଛନ୍ତି।

ଦୁଇ ଦୁଇଟି ଇଭେଣ୍ଟରେ ଦୂତୀ ଚାନ୍ଦ (Dutee Chand) ଦେଶ ପାଇଁ ପଦକ ଜିତିବାରେ ବିଫଳ ହୋଇଛନ୍ତି। ପ୍ରଥମେ ୧୦୦ ମିଟର ଦୌଡର ସେମିଫାଇନାଲ ଯୋଗ୍ୟତାରୁ ବାଦ ପଡିଥିଲେ। ଆଉ ଏବେ ୨୦୦ ମିଟରରେ ବି ସମାନ ସ୍ଥିତି। ଉଭୟ ବର୍ଗରେ ସେ ସପ୍ତମ ସ୍ଥାନରେ ଥିଲେ। ଫଳରେ ତାଙ୍କୁ ଆଉ ସେମିରେ ପ୍ରତିଦ୍ୱନ୍ଦିତା କରିବାକୁ ସୁଯୋଗ ମିଳିନାହିଁ।  ୧୦୦ ମିଟର ପ୍ରତିଯୋଗିତାକୁ ଦୂତୀ ୧୧.୫୪ ସେକେଣ୍ଡର ସମୟ ନେଇଥିବା ବେଳେ ୨୦୦ ମିଟରକୁ ୨୩.୮୫ ସେକେଣ୍ଡରେ ସେ ଅତିକ୍ରମ କରିଛନ୍ତି। ଚଳିତ ସିଜିନ୍‌ରେ ଏହା ଦୂତୀଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ତଥାପି ଅଲମ୍ପିକ (Tokyo Olympics) ଟ୍ରାକରେ ମୂଲ୍ୟହୀନ ହୋଇଗଲା।

Also Read: ପ୍ରତି ମାସ ୨୦ ଟଙ୍କା ଲେଖାଏଁ ବଢିଛି ଘରୋଇ LPG ମୂଲ୍ୟ!

ଦୂତୀଙ୍କ ଏହି ପରାଜୟ ପରେ ତାଙ୍କ ଭଉଣୀ ସରସ୍ୱତୀ ଚାନ୍ଦ (Saraswati Chand) ଙ୍କର ଏକ ଭିଡିଓ ସାମନାକୁ ଆସିଛି। ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ସେ ଦୂତୀ ଓ ତାକା କୋଚ୍ ଉପରେ ଖୁବ ବର୍ଷିଛନ୍ତି। ସରସ୍ୱତୀ କହିଛନ୍ତି ଯେ, ଓଡିଶାର ଧବିକା ଦୂତୀ ଚାନ୍ଦ ଟୋକିଓ ଅଲମ୍ପିକ୍ସରେ ନିଜର ବ୍ୟକ୍ତିଗତ ଇଭେଣ୍ଟରେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ନିରୁଉତ୍ସାହିତ, ଲଜ୍ଜାଜନକ ଓ ଦୁଃଖର ବିଷୟ। ସରକାର ଗତ ୪ ବର୍ଷରେ ଦୂତୀଙ୍କ ଟ୍ରେନିଂ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଦୂତୀ ସେହି ଟଙ୍କା ଯାହା ଲୋକଙ୍କ ଟ୍ୟାକ୍ସ (Tax) ରୁ ଆସିଛି ତାହାର ମୂଲ୍ୟ ଦେଇ ପାରିଲେ ନାହିଁ।

 

ଏହା ପରେ ସରସ୍ୱତୀ, ଉଭୟ ଦୂତୀ ଓ ତାଙ୍କ ଷ୍ଚପ୍ ୱାଚ୍ କୋଚଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରିଛନ୍ତି। ବେକରେ ହ୍ୱିସିଲ୍ ଝୁଲାଇ, ହାପ୍ ପ୍ୟାଣ୍ଟ ପିନ୍ଧି ଷ୍ଟାଡିୟମରେ ବୁଲିଗଲେ କେହି କେବେ ଆନ୍ତର୍ଜାତୀୟ କୋଚ୍ ହୋଇଯାଆନ୍ତି ନାହିଁ। ଦୂତୀକୁ ଅଲମ୍ପିକରେ ଦୈଡାଇବା ଗୋଟିଏ ସଫଳତା ନୁହଁ, ସେ ଫାଇନାଲରେ ଯିବା କଥା। ତାହା ସେମାନେ କରାଇ ପାରିଲେ ନାହିଁ। କିନ୍ତୁ ମଜା କରିବା, ଭୁବନେଶ୍ୱରର ଗୋଟିଏ ରୁମରେ ରହି ଫିଷ୍ଟ କରିବା, କଲିକତା ବୁଲିବା, ପଞ୍ଜାବ ଟୁରରେ ମାତିଲେ। ଯେଉଁ ସମୟରେ କ୍ରୀଡା ଉପରେ ଧ୍ୟାନ ଦେବାର ଥିଲା ସେହି ସମୟରେ ପ୍ରେମ ବ୍ୟପାରର ମୁଣ୍ଡ ପୁରାଇଲେ। ସେଥିପାଇଁ ପ୍ରଦର୍ଶନ ଖରାପ ହେଲା ବୋଲି ଦୂତୀଙ୍କ ଭଉଣୀ କହିଛନ୍ତି।

Also Read: ଆଜି ପ୍ରଧାନମନ୍ତ୍ରୀ ଲଞ୍ଚ କରିବେ e-RUPI; ଜାଣନ୍ତୁ ଏହାର ୧୦ଟି ଫାଇଦା

ସେ ପୁଣି କହିଛନ୍ତି, 'ଦୂତୀ ଚାନ୍ଦ ଭଲ ପ୍ରଦର୍ଶନ କରିବେ ନ କରିବେ ତାହା ତାଙ୍କର ବ୍ୟକ୍ତିଗତ କଥା। କିନ୍ତୁ ତାଙ୍କର ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉ ସେହି ଟଙ୍କା ଗରିବଙ୍କ ଟ୍ୟାକ୍ସରୁ ଆସୁଛି। ତେଣୁ ସେମାନେ ଏହାର ଉତ୍ତର ଦେବାକୁ ବାଧ୍ୟ। ଦୂତୀଙ୍କ ୧୦୦ ମିଟର ଇଭେଣ୍ଟକୁ ଆନାଲିସିସ୍ କଲେ ସବୁ ଜଣା ପଡିବ। ନଈରେ ହଜେଇ ବୋଇରେ ଖୋଜିବା ସେମାନଙ୍କ କାମ। ଅସମ୍ପିକରେ ଦୂତୀ କାହିଁକି ଭଲ ପ୍ରଦର୍ଶନ କରିପାରିଲେ ନାହିଁ ତାହାର ଉତ୍ତର ଦୂତୀ, ତାଙ୍କର ଗଡଫାଦର ଓ ଷ୍ଟପ୍ ୱାଚ୍ କୋଚଙ୍କୁ ଦେବାକୁ ହେବ।'