ଆଉ କାହା ବାହୁରେ ରଣବୀରଙ୍କ ପ୍ରେମିକା, କଲେ ସିକ୍ରେଟ୍ ବିବାହ
Advertisement

ଆଉ କାହା ବାହୁରେ ରଣବୀରଙ୍କ ପ୍ରେମିକା, କଲେ ସିକ୍ରେଟ୍ ବିବାହ

ଫିଲ୍ମ 'ୟେ ଜୱାନୀ ହୈ ଦେୱାନୀ'ରେ ରଣବୀର କପୁରଙ୍କ ଅପଜିଟରେ ନଜର ଆସିଥିବା ଅଭିନେତ୍ରୀ ଏଭଲିନ ଶର୍ମା ଦୀର୍ଘ ଦିନର ପ୍ରେମିକ ତୁଷାନ ଭିଣ୍ଡି ( Tushan Bhindi) ଙ୍କୁ ତାଙ୍କ ଜୀବନସାଥୀ କରିଛନ୍ତି। 

 ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଏଭଲିନ ଶର୍ମା ଗୁପ୍ତରେ ବିବାହ କରିଛନ୍ତି। ୟାମି ଗୌତମଙ୍କ ପଥ ଅନୁସରଣ କରି ଏଭଲିନ୍ ଶର୍ମା ସୋସିଆଲ ମିଡିଆରେ ତାଙ୍କ ବିବାହ ଫଟୋ ସେୟାର କରିଥିଲେ। ଅଭିନେତ୍ରୀଙ୍କ ପିକ୍ ଦେଖି ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଫିଲ୍ମ 'ୟେ ଜୱାନୀ ହୈ ଦେୱାନୀ'ରେ ରଣବୀର କପୁରଙ୍କ ଅପଜିଟରେ ନଜର ଆସିଥିବା ଅଭିନେତ୍ରୀ ଏଭଲିନ ଶର୍ମା ଦୀର୍ଘ ଦିନର ପ୍ରେମିକ ତୁଷାନ ଭିଣ୍ଡି ( Tushan Bhindi) ଙ୍କୁ ତାଙ୍କ ଜୀବନସାଥୀ କରିଛନ୍ତି। ସେ ନିଜେ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରିଛନ୍ତି। ପରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଭଲିନ୍ ଶର୍ମା କିଛି ଦିନ ପୂର୍ବରୁ ଅଷ୍ଟ୍ରେଲିଆ ବେଷ୍ଟ ତୁଷାନ୍ ଭିଣ୍ଡିଙ୍କ ସହ ନିର୍ବନ୍ଧ ହୋଇଥିବା ନେଇ ଘୋଷଣା କରିଥିଲେ। ତୁଷାନ୍ ଜଣେ ଦନ୍ତ ଚିକିତ୍ସକ। ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ।

Also Read: OTT ପ୍ଲାଟଫର୍ମରେ ପ୍ରଥମ ଓଡି଼ଆ Documentary

ଏଭଲିନ୍ ଶର୍ମା (Evelyn Sharma) ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ରାଇଡାଲ୍ ଲୁକର (Evelyn Sharma Bridal Look) ଏକ ଫଟୋ ସେୟାର କରିଛନ୍ତ। ଯେଉଁଥିରେ ସେ ଏକ ବ୍ରାଇଡାଲ୍ ଗାଉନରେ ନଜର ଆସିଛନ୍ତି। ସେ ଏହାର କ୍ୟାପସନରେ ଲେଖିଛନ୍ତି - 'ସର୍ବଦା' ଏକ ହୃଦୟ ଇମୋଜି ସହିତ। କୁହାଯାଉଛି ଯେ କୋରୋନା ମହାମାରୀ ହେତୁ ଏହା ଏକ ବ୍ୟକ୍ତିଗତ ସମାରୋହ ଥିଲା, ଯେଉଁଥିରେ କେବଳ ଘନିଷ୍ଠ ଲୋକ ଯୋଗ ଦେଇଥିଲେ।

 

ଏଭଲିନ୍ ଶର୍ମା ଜଣେ ଜର୍ମାନ ମଡେଲ୍ ଏବଂ ଅଭିନେତ୍ରୀ। ୨୦୦୬ରେ ଏକ ଆମେରିକୀୟ ଚଳଚ୍ଚିତ୍ର ସହିତ ଅଭିନୟ ଆରମ୍ଭ କରିଥିଲେ। ଏହା ପରେ, ସେ ୨୦୧୨ ମସିହାରେ ବଲିଉଡରେ ପାଦ ଦେଇଥିଲେ ଏବଂ From Sydney with Loveରେ ନଜର ଆସିଥିଲେ। ୨୦୧୩ରେ, ୟେ ଜୱାନୀ ହୈ ଦେୱାନୀ ମୁକ୍ତିଲାଭ କରିଥିଲା। ଯେଉଁଥିରେ ସେ ରଣବୀର କପୁର (Ranbir Kapoor) , ଦୀପିକା ପାଦୁକୋନ, ଆଦିତ୍ୟ ରୟ କାପୁର ଏବଂ କଲକି କେକାଲାନଙ୍କ ସହ ଅଭିନୟ କରିଥିଲେ। ଫିଲ୍ମରେ ସେ ରଣବୀରଙ୍କ ଲଭ୍ ଇନଟ୍ରେଷ୍ଟ ବନିଥିଲେ। ସେ ଲାରା ଚରିତ୍ରରେ ଅଭିନୟ କରିଥିଲେ।