ବର୍ଷା ଓ ବୁଦ୍ଧାଦିତ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଶଂସକ
Advertisement

ବର୍ଷା ଓ ବୁଦ୍ଧାଦିତ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ଓଲିଉଡର ଚାର୍ମିଂ ଆକ୍ଟର ବୁଦ୍ଧାଦିତ୍ୟ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ରବିବାର ସକାଳେ ବର୍ଷାଙ୍କ ସହ ଏକ ପୁରୁଣା ଫଟୋକୁ ବୁଦ୍ଧାଦିତ୍ୟ ତାଙ୍କର ଫେସବୁକ ପେଜରେ ସେୟାର କରିଛନ୍ତି। ଫିଲ୍ମ 'ତୁ ଥିଲେ ମୋ ଡର କାହାକୁ'ର ୧୧ତମ ବାର୍ଷିକୀ ନେଇ ଅଭିନେତା ସୂଚନା ଦେଇଛନ୍ତି।

ବର୍ଷା ଓ ବୁଦ୍ଧାଦିତ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ନୂଆଦିଲ୍ଲୀ: ଓଲିଉଡର ଚାର୍ମିଂ ଆକ୍ଟର ବୁଦ୍ଧାଦିତ୍ୟ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ରବିବାର ସକାଳେ ବର୍ଷାଙ୍କ ସହ ଏକ ପୁରୁଣା ଫଟୋକୁ ବୁଦ୍ଧାଦିତ୍ୟ ତାଙ୍କର ଫେସବୁକ ପେଜରେ ସେୟାର କରିଛନ୍ତି। ଫିଲ୍ମ 'ତୁ ଥିଲେ ମୋ ଡର କାହାକୁ'ର ୧୧ତମ ବାର୍ଷିକୀ ନେଇ ଅଭିନେତା ସୂଚନା ଦେଇଛନ୍ତି।

ଅଭିନେତା ବୁଦ୍ଧାଦିତ୍ୟ ତାଙ୍କ ଫେସବୁକ ପେଜ (Facebook) ରେ ଫଟୋ ପୋଷ୍ଟ କରିବା ସହ ସେଥିରେ Anniversary of the grand cult film " Tu Thile Moh Dara Kahaku" me n Varshaji.. ବୋଲି ଲେଖିଛନ୍ତି। ଏହି ପୋଷ୍ଟ ପରେ ଉଭୟ ଯୋଡିଙ୍କୁ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଅନେକ ଲୋକେ ବର୍ଷା (Varsha Pridarshini) ଓ ବୁଦ୍ଧାଦିତ୍ୟ (Buddhaditya Mohanty) ଙ୍କୁ ନିଜର favourite ଯୋଡି ବୋଲି କହିଛନ୍ତି। ଏପରି କି ଫିଲ୍ମ (Odia Film)ର ଗୀତ ଓ ସମସ୍ତ ଅଭିନେତା, ଅଭିନେତ୍ରୀଙ୍କୁ ଫ୍ୟାନ୍ସମାନେ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି। 

Also Read: ଜାନୁଆରୀ ୨୫ରୁ ସିଦ୍ଧାନ୍ତଙ୍କ 'କେମିତି କହିବି କହ'

୨୦୧୦ ଜାନୁଆରୀ ୭ ତାରିଖରେ ଫିଲ୍ମ 'ତୁ ଥିଲେ ମୋ ଡର କାହାକୁ' ରିଲିଜ ହୋଇଥିଲା। ବାଲୁଙ୍କେଶ୍ୱର ଫିଲ୍ମସ୍ (Balunkeswar Films) ପ୍ରଡକ୍ସନରେ ଏହି ଫିଲ୍ମରେ ବୁଦ୍ଧାଦିତ୍ୟ, ବର୍ଷା ମୁଖ୍ୟ ଭୂମିକାରେ ଥିବାବେଳେ ରାଲି ନାୟକ, ମହେଶ୍ୱତା (Maheswata) , ସ୍ୱର୍ଗତ ବିଜୟ ମହାନ୍ତି (Bijoy Mohanty), ରାଇମୋହନ ପରିଡା, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୂଖ ଥିଲେ। ଲୋକେ ବୁଦ୍ଧାଦିତ୍ୟ ଓ ବର୍ଷାଙ୍କ କେମେଷ୍ଟ୍ରୀକୁ ଯେତିକି ପସନ୍ଦ କରିଥିଲେ ତାଠାରୁ ଅଧିକ ବର୍ଷା ଓ ଦିବାଙ୍ଗତ ବିଜୟ ମହାନ୍ତିଙ୍କ ବାପା-ଝିଅର ସମ୍ପର୍କ ସେମାନଙ୍କ ହୃଦୟ ଜିତିଥିଲା।

Anniversary of the grand cult film " Tu Thile Moh Dara Kahaku" me n Varshaji..

Posted by Buddhaditya Mohanty Mohanty on Saturday, 23 January 2021

ଫିଲ୍ମରେ ମୋଟ ୮ଟି ଗୀତ ଥିଲା ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। 'ତୁ ଥିଲେ ମୋ ଡର କାହାକୁ' କୁ ଦିଲ୍ଲୀପ ପଣ୍ଡା (Dilip Panda) ନିର୍ଦ୍ଦେଶନା ଦେଇଥିବା ବେଳେ ଷ୍ଟୋରୀ ଲେଖିଥିଲେ ଅଜିତ ମିଶ୍ର। ସେହିପରି ମଳୟ ମିଶ୍ର (Malay Misra) ଏହି ଫିଲ୍ମରେ ମ୍ୟୁଜିକ ଦେଇଥିଲେ ଓ ପ୍ଲେବ୍ୟାକରେ ମହମ୍ମଦ ଅଜିଜ (Mohammed Aziz) ଙ୍କ କଣ୍ଠ ଶୁଣିବାକୁ ମିଳିଥିଲା। IMDbରେ 'ତୁ ଥିଲେ ମୋ ଡର କାହାକୁ' କୁ ୪.୧ ଷ୍ଟାର୍ ମିଳିଛି।

fallback