Advertisement
Article Detail0/zeeodisha/odisha864585

Teaser ଆସିବା ପରେ ଅଡୁଆରେ 'TOOFAAN'

Teaser ଆସିବା ପରେ 'TOOFAAN' ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ନିର୍ଦ୍ଦେଶକ କରଣ ଜୋହରଙ୍କ ଠାରୁ ଆରମ୍ଭ କରି ବଡ ବଡ ଅଭିନେତା ସୋସିଆଲ ମିଡିଆରେ ୱିସ୍ କରିଛନ୍ତି। ତେବେ ଫିଲ୍ମ ପାଇଁ ଏବେ ଅଡୁଆ ପାଲଟିଛି ଜାତୀୟତାବାଦ୍। 

 Teaser ଆସିବା ପରେ ଅଡୁଆରେ 'TOOFAAN'b
Teaser ଆସିବା ପରେ ଅଡୁଆରେ 'TOOFAAN'b

ନୂଆଦିଲ୍ଲୀ: ଶୁକ୍ରବାର ରିଲିଜ ହୋଇଛି ଫରହାନ ଅଖତରଙ୍କ ବହୁପ୍ରତିକ୍ଷୀତ ଫିଲ୍ମ TOOFAANର Teaser। 'ଭାଗ୍ ମିଲଖା ଭାଗ୍' ପରେ ପୁଣି ଥରେ ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ଓ ଫରହାନ ଏକତ୍ରୀତ  ହୋଇଛନ୍ତି। TOOFAAN ଆସନ୍ତା ୨୧ ତାରିଖ ଦିନ OTT ପ୍ଲାଟଫର୍ମରେ ଆସିବ। ତେବେ Teaser ରିଲିଜ ହେଉ ହେଉ ଜାତୀୟତାବାଦ୍ ଫିଲ୍ମ ପାଇଁ ଅଡୁଆ ପାଲଟିଛି।

Teaser ଆସିବା ପରେ 'TOOFAAN' ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ନିର୍ଦ୍ଦେଶକ କରଣ ଜୋହରଙ୍କ ଠାରୁ ଆରମ୍ଭ କରି ବଡ ବଡ ଅଭିନେତା ସୋସିଆଲ ମିଡିଆରେ ୱିସ୍ କରିଛନ୍ତି। ତେବେ ଫିଲ୍ମ ପାଇଁ ଏବେ ଅଡୁଆ ପାଲଟିଛି ଜାତୀୟତାବାଦ୍। ଫରହାନ ଅଖତର (Farhan Akhtar) ଅନେକ ଥର କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ସାମିଲ ହୋଇଥିଲେ। ସେଥିପାଇଁ କିଛି ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟାର୍ଗେଟ କରି ଫିଲ୍ମ ବୟକଟ୍ ଓ Youtubeରେ ଡିସଲାଇକ୍ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି।

Also Read: OTTରେ ଦବଙ୍ଗ ଗାର୍ଲଙ୍କ ଦମଦାର ଏଣ୍ଟ୍ରୀ

Add Zee News as a Preferred Source

ରାକେଶ ଓମପ୍ରକାଶଙ୍କ ନିର୍ଦ୍ଦେଶିତ 'ଭାଗ୍ ମିଲଖା ଭାଗ୍' ପରି  'TOOFAAN' ମଧ୍ୟ ଏକ ସ୍ପର୍ଟ୍ସ ଡ୍ରାମା ଫିଲ୍ମ (Sports Drama film, Teaser Launched) । ଏଥିରେ ଫରହାନ ଅଖତରଙ୍କ ବିପକ୍ଷରେ ‘Super 30’ ଫେମ୍ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବ। ଆସନ୍ତା ୨୧ ତାରିଖ ଦିନ ବଡ ପରଦା ପରିବର୍ତ୍ତେ OTT ପ୍ଲାଟଫର୍ମରେ ଫିଲ୍ମ ରିଲିଜ ହେବ। ପ୍ରାୟ ୩ ବର୍ଷ ପରେ ଫରହାନ ବଲିଉଡକୁ ଫେରୁଛନ୍ତି। ଶେଷଥର ପାଇଁ ତାଙ୍କୁ ୨୦୧୯ରେ The Sky Is Pink ଫିଲ୍ମରେ ଦେଖିବାକୁ ମିଳିଥିଲା। ତେଣୁ ମିଲଖାଙ୍କୁ ଏବେ ଫ୍ୟାନ୍ସ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି।

About the Author