• କଳାହାଣ୍ଡି: ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲା
  • ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିୟମରୁ ମିଳିଲା ପୋଡ଼ାକାଠ, ପାଉଁଶ
  • ଜେସିବି ଦ୍ୱାରା ମାଟି ଖୋଳି ପୋଡ଼ାକାଠ, ପାଉଁଶ ଉଦ୍ଧାର
  • ମମିତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ
  • ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ଯୁବ କଂଗ୍ରେସ
  • ମମିତା ମେହେର ଅପହରଣ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାଜ୍ୟ ବିଜେପି ସଭାପତି
  • କେରଳରେ ବନ୍ୟାର ତାଣ୍ଡବ: ୪୧ ମୃତ, ୧୧ଟି ଡ୍ୟାମ୍ ପାଇଁ ରେଡ୍‌ ଆଲର୍ଟ ଜାରି
  • ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀର ସମସ୍ତ କଳା କୌଶଳ
  • ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟ ଚାତୁରୀ

'ମହାଭାରତ' ପରେ ଆସୁଛି 'ରାମାୟଣ'; ପରଦାରେ କିଏ ହେବେ ସୀତା-ରାମ-ରାବଣ?

ପ୍ରଯୋଜକ ନିତେଶ ତିୱାରୀ 'ରାମାୟଣ' ନାମରେ ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏହା ଏକ ବିଗ ବଜେଟ ଫିଲ୍ମ ହେବ। ଫିଲ୍ମର ଟୋଟାଲ ବଜେଟ ୭୫୦ କୋଟି ଟଙ୍କା ରଖାଯାଇଥିବା ବେଳେ କେବଳ ଦୁଇଟି ଚରିତ୍ରଙ୍କ ଫି ୧୫୦ କୋଟି ଟଙ୍କା ହେବ।

'ମହାଭାରତ' ପରେ ଆସୁଛି 'ରାମାୟଣ'; ପରଦାରେ କିଏ ହେବେ ସୀତା-ରାମ-ରାବଣ?
ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ପୌରାଣିକ କାହାଣୀକୁ ନେଇ ବଲିଉଡରେ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଖୁବଶୀଘ୍ର ରୂପେଲି ପରାଦାରେ ମହାଭାରତ ନାମରେ ଏକ ଫିଲ୍ମ ଆସିବା ନେଇ ସୂଚନା ମିଳିଛି। ଆଉ ଠିକ ଏହି ସମୟରେ ଦର୍ଶକଙ୍କ ପାଇଁ ଖୁସି ଖବର ଆସିଛି। କାରଣ ପ୍ରାୟ ୭୫୦ କୋଟି ଟଙ୍କାର ବଜେଟରେ ରାମାୟଣ ଟାଇଟଲରେ ଆଉ ଏକ ଫିଲ୍ମ ପ୍ରସ୍ତୁତ ହେବ। ତେବେ ଏହି ଫିଲ୍ମରେ ଯେଉଁ ଷ୍ଟାରଙ୍କୁ କାଷ୍ଟିଂ କରିବା ନେଇ ସୂଚନା ମିଳିଛି ତାହା ଆପଣଙ୍କୁ ନିଶ୍ଚିତ ଖୁସ୍ କରିଦେବ।

ମିଳିଥିବା ସୂଚନାନୁସାରେ, ପ୍ରଯୋଜକ ନିତେଶ ତିୱାରୀ 'ରାମାୟଣ' ନାମରେ ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏହା ଏକ ବିଗ ବଜେଟ ଫିଲ୍ମ ହେବ। ଫିଲ୍ମର ଟୋଟାଲ ବଜେଟ ୭୫୦ କୋଟି ଟଙ୍କା ରଖାଯାଇଥିବା ବେଳେ କେବଳ ଦୁଇଟି ଚରିତ୍ରଙ୍କ ଫି ୧୫୦ କୋଟି ଟଙ୍କା ହେବ। ତେବେ ପୂର୍ବରୁ ରାମାୟଣ ଉପରେ ନିର୍ମିତ ଫିଲ୍ମରେ ଭଗବାନ ରାମଚନ୍ଦ୍ର ଓ ରାବଣଙ୍କ ସଙ୍ଘର୍ଷମୟ ଜୀବନ ଉପରେ ଆଧାରିତ ଥିଲା। କିନ୍ତୁ ନିତେଶଙ୍କ ଫିଲ୍ମରେ କିଛି ଅଲଗା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। 

Also Read: ଆର୍ୟନଙ୍କ ଜାମିନ କରାଇପାରିଲେନି ସତୀଶ ମାନଶିନ୍ଦେ, ବର୍ତ୍ତମାନ ଶାହରୁଖ ନେଲେ ଏହି ବଡ଼ ନିଷ୍ପତ୍ତି

କୁହାଯାଉଛି ଯେ, 'ରାମାୟଣ'ରେ ରାମ ଭୂମିକାରେ ରଣବୀର କପୁର ଓ ରାମଙ୍କ ଭୂମିକାରେ ହ୍ରିତିକ ରୋଶନ ନଜର ଆସିବେ। ଏହି ଦୁଇ ଅଭିନେତା ଫି ବାବଦକୁ ୭୫ କୋଟି ଟଙ୍କା ଲେଖାଏଁ ନେବେ। ସେହିପରି କରିନା କପୁରଙ୍କୁ ମାତା ସୀତାଙ୍କ ଭୂମିକାରେ ଦେଖିବାକୁ ମଳିପାରେ। ବର୍ତ୍ତମାନ ସୁଦ୍ଧା 'ରାମାୟଣ'କୁ ନେଇ ନିର୍ମାତାଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇନାହିଁ।