• ANM କର୍ମୀଚାରୀଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
  • କୋରୋନାର ନୂଆ ଷ୍ଟ୍ରେନକୁ ରାଜ୍ୟରେ କଟକଣା ଜାରି
  • ୧୨ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ବିମାନ ବନ୍ଦରରେ କରାଯାଉଛି ସ୍କ୍ରିନିଂ
  • ମହାରାଷ୍ଟ୍ର ଓ କେରଳ ରେ ସ୍ଥିତି ସଙ୍ଗୀନ
  • ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରର ପ୍ରବେଶକୁ ବାରଣ ପାଇଁ ସରକାରଙ୍କ ବିଶେଷ ପଦକ୍ଷେପ
  • ବିମାନ ବନ୍ଦରରେ ସ୍କ୍ରିନିଂ ସମୟରେ ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖାଯିବ
  • ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଭି. ଭେଙ୍କଟେଶ୍ୱର ରାଓଙ୍କ ସୂଚନା
  • ସାଲେପୁର: ମାହାଙ୍ଗା ବାଜପୁରା ଗାଁରେ ଆତ୍ମାହୁତି ଧମକ
  • ମନ୍ତ୍ରୀଙ୍କ ଗାଡ଼ି ଆଗରେ ଆତ୍ମାହୁତି ଧମକ ଦେଇ ଜଣେ ଗିରଫ
  • ଗିରଫ ବ୍ୟକ୍ତି ୨୦୧୪ ହତ୍ୟାକାଣ୍ଡର ଶିକାର ଦୀପ୍ତିକାନ୍ତ ସାହୁର ବଡ଼ଭାଇ

ଆଜି ବର୍ଷର ପ୍ରଥମ ଗଣେଶ ଚତୁର୍ଥୀ, ଗୋଟିଏ ଦୁବରେ ସନ୍ତୁଷ୍ଟ ହେବେ ବିଘ୍ନ ବିନାଶକ

ଗଣେଶ ଚତୁର୍ଥୀ ପୂଜା ବହୁତ ସହଜ। ଉପବାସ ବା ବ୍ରତ କରୁଥିବା ବ୍ୟକ୍ତି ସକାଳେ ଉଠି ସ୍ନାନ କରନ୍ତି। ଏହାପରେ ସେ ଠାକୁର ଘରେ ଗଣେଶଙ୍କୁ ସ୍ନାନ କରିବା ସହ ନୂଆ ବସ୍ତ୍ର ପିନ୍ଧାଇ ଚନ୍ଦନ-ସିନ୍ଦୁରରେ ସଜ୍ଜ କରନ୍ତି।

ଆଜି ବର୍ଷର ପ୍ରଥମ ଗଣେଶ ଚତୁର୍ଥୀ, ଗୋଟିଏ ଦୁବରେ ସନ୍ତୁଷ୍ଟ ହେବେ ବିଘ୍ନ ବିନାଶକ
ଗୋଟିଏ ଦୁବରେ ସନ୍ତୁଷ୍ଟ ହେବେ ବିଘ୍ନ ବିନାଶକ

ନୂଆଦିଲ୍ଲୀ: ଚଳିତବର୍ଷର ପ୍ରଥମ ଗଣେଶ ଚତୁର୍ଥୀ ଆଜି ଅର୍ଥାତ ଜାନୁଆରୀ ୧୬ ଶନିବାର ପଡିଛି। ହିନ୍ଦୀ କ୍ୟାଲେଣ୍ଡର ଅନୁସାରେ ପ୍ରତି ଚତୁର୍ଥୀ ତିଥି ଭଗବାନ ଗଣେଶଙ୍କୁ ଅର୍ପଣ କରାଯାଏ। ବିଘ୍ନ ବିନାଶକ ଚାରି ଦିଗର ଅଧିପତି। ତେଣୁ ତାଙ୍କୁ ଦିଗପାଳ ଓ ଲୋକପାଳ ବୋଲି କୁହାଯାଏ। ଚତୁର୍ଥୀ ତିଥିରେ ଗଣେଶଙ୍କୁ ପ୍ରସନ୍ନ କରାଯାଏ।

ବର୍ତ୍ତମାନ ପୌଷ ମାସ ଚାଲିଛି। ଆଉ ଆଜି ସମଗ୍ର ଭାରତରେ, ବିଶେଷ କରି ଉତ୍ତର ଭାରତରେ ଗଣେଶ ଚତୁର୍ଥୀ (Ganesh Chaturthi) କୁ ପାଳନ କରାଯାଉଛି। ସନାତନ (Sanatan) ଧର୍ମଗ୍ରନ୍ଥ ଅନୁସାରେ ଗଣେଷଙ୍କୁ ପୂଜା କରିବାରରେ ସ୍ୱତନ୍ତ୍ର ମହତ୍ୱ ଅଛି। ଯେଉଁ ବ୍ୟକ୍ତି ଗଣେଶ ଚତୁର୍ଥୀ ଉପବାସ ରଖନ୍ତି, ତାଙ୍କର ସମସ୍ତ ବାଧାବିଘ୍ନ (Lord Ganesh) ଦୂର ହୁଏ। ଏହି ଦିନ ଦମ୍ପତି ବ୍ରତ ରଖିଲେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।

Also Read: ବାର ବଦଳରେ ଏଗାର ବର୍ଷରେ ହେବ 'ହରିଦ୍ୱାର ମହାକୁମ୍ଭ'

ଗଣେଶ ଚତୁର୍ଥୀ ପୂଜା ବହୁତ ସହଜ। ଉପବାସ ବା ବ୍ରତ କରୁଥିବା ବ୍ୟକ୍ତି ସକାଳେ ଉଠି ସ୍ନାନ କରନ୍ତି। ଏହାପରେ ସେ ଠାକୁର ଘରେ ଗଣେଶଙ୍କୁ ସ୍ନାନ କରିବା ସହ ନୂଆ ବସ୍ତ୍ର ପିନ୍ଧାଇ ଚନ୍ଦନ-ସିନ୍ଦୁରରେ ସଜ୍ଜ କରନ୍ତି। ଦୁବ ଭଗବାନ ବିଘ୍ନହର୍ତ୍ତାଙ୍କ ଅତି ପ୍ରିୟ ଅର୍ଘ୍ୟ। ତେଣୁ ଚତୁର୍ଥୀରେ ତାଙ୍କୁ ଦୁବ ଅର୍ପଣ କଲେ ସେ ପ୍ରସନ୍ନ ହୁଅନ୍ତି। ଏହା ବ୍ୟତିତ ମୋଦକ ଭୋଗ ଲଗାଇ ଆଳତି କରାଯାଏ।

ଶୁଭ ମୁହୁରତ:

  • ତିଥି ପ୍ରାରମ୍ଭ- ଆଜି ସକାଳ ୭ଟା ୪୫ ମିନିଟ
  • ତିଥି ସମାପ୍ତ- ଆସନ୍ତାକାଲି ସକାଳ ୮ଟା୮ ମିନିଟ
  • ପୂଜା- ଆଜି ସକାଳ ୧୧ଟା ୨୮ରୁ ମଧ୍ୟାହ୍ଣ ଗୋଟେ ୩୪ ମିନିଟ ପର୍ଯ୍ୟନ୍ତ।