Advertisement
Article Detail0/zeeodisha/odisha698818
Zee OdishaOdisha Art and Cultureରାତି ପାହିଲେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ରାତି ପାହିଲେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଆଜି ରାତିରୁ ପାକଛାଡ଼ ନୀତି...

ରାତି ପାହିଲେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ସଂଘଠିତ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଆସନ୍ତାକାଲି ଦୃଶ୍ୟମାନ ହେବ ଏହି ପରାଗ । ସୂର୍ଯ୍ୟ ଚାରିପଟେ ପୃଥିବୀ ଏବଂ ପୃଥିବୀ ଚାରିପଟେ ଚନ୍ଦ୍ର, ଏକ ନିର୍ଦ୍ଦିଷ୍ଟ କକ୍ଷ ପଥରେ ଘୁରି ବୁଲୁଛନ୍ତି । ମହାକାଶରେ ବୁଲୁଥିବା ଏହି ଦୁଇଟି ପିଣ୍ଡ ବେଳେ ବେଳେ ସୂର୍ଯ୍ୟ ସହ ଏକ ସରଳ ରେଖାରେ ରହିଥାନ୍ତି ଓ ସେହି ସମୟରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଘଟିଥାଏ । ତେବେ ପରାଗ ପ୍ରାୟତଃ ଆମାବାସ୍ୟ ଦିନ ସମ୍ଭବ ହୋଇଥାଏ । ଆସନ୍ତାକାଲି ହେବାକୁ ଥିବା ଏହି ମହାଜାଗତିକ ଦୃଶ୍ୟ ଭାରତର ସବୁ ଅଞ୍ଚଳରେ ସକାଳ ପ୍ରାୟ ୧୦.୨୦ରୁ ୨ଟା ୨୦ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ବୈଜ୍ଞାନିକଙ୍କ ମତରେ ଏହାର ମଣିଷ ଉପରେ କୌଣସି ପ୍ରଭାବ ନଥିବା ବେଳେ ନିରାପଦରେ ଦେଖିବା ସମ୍ଭବ ସେପଟେ ଜ୍ୟୋତିର୍ବିଦଙ୍କ ମତ ମାନବ ସମାଜ ଉପରେ ଏହାର ଘୋର ପ୍ରଭାବ ପଡିବ ।

ସେପଟେ ଏହି ସୂର୍ଯ୍ୟପରାଗ ଭାରତର ହରିଆଣା, ରାଜସ୍ଥାନ, ଉତ୍ତରାଖଣ୍ଡ ସମେତ ଓଡିଶାରେ ମଧ୍ୟ ଆଂଶିକ ଦୃଶ୍ୟମାନ ହେବ । ରାଜ୍ୟରେ ୬୦ରୁ ୭୨ ପ୍ରତିଶତ ଦେଖାଯିବ । ଓଡିଶା ସମେତ ଭାରତର ସବୁ ଅଞ୍ଚଳରେ ଏହା ପ୍ରାୟ ସକାଳ ୧୦ଟା ୨୦ରେ ଆରମ୍ଭ ହୋଇ ୨ଟା ୨୦ ବେଳକୁ ଶେଷ ହେବ । ଏହା ସର୍ବାଧିକ ପ୍ରାୟ ୧୨ଟା ୧୫ରୁ ୧୨ଟା ୩୦ ମଧ୍ୟରେ ପରିଲକ୍ଷିତ ହେବ । ତେବେ ପରାଗର ଆରମ୍ଭ, ଶେଷ ଓ ସର୍ବାଧିକ ଘଟିବା ସମୟ ସ୍ଥାନ ଅନୁଯାୟୀ ଅଲଗା ରହିବ । ଏହାକୁ ନିରାପଦ ଓ ସହଜ ଉପାୟରେ ଦେଖିବାକୁ ବୈଜ୍ଞାନିକ ମାନେ ମତ ଦେଇଛନ୍ତି । ଅଳ୍ପ ସମୟ ପାଇଁ ହେଲେ ବି ଖାଲି ଆଖିରେ ଦେଖିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ସୌର ଚଷମା, ୧୪ ନମ୍ବର ଓ୍ୱେଲ୍ଡିଂ କାଚ ଓ ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି ଏହାକୁ ଦେଖିହେବ ।

ରାଜ୍ୟରେ ୩ ଘଣ୍ଟା ୩୧ ମିନିଟ ରୁ ୩ ଘଣ୍ଟା ୩୩ ମିନିଟ ପର୍ଯ୍ୟନ୍ତ ପରାଗ ସ୍ଥିତିକାଳ ରହିବ । ଏଥି ନିମନ୍ତେ ଜ୍ୟୋତିର୍ବିଦଙ୍କ ମତରେ ପରାଗର ୧୨ଘଣ୍ଟା ପୂର୍ବରୁ ଅର୍ଥାତ ଶନିବାର ରାତି ୧୦ଟା ୩୮ ମିନିଟରୁ ପାକତ୍ୟାଗ ତଥା ଅନ୍ନଭୋଜନ ଏବଂ ଦୋବୋନୀତି ନିଷେଧ କରାଯାଇଛି । କେବଳ ଶିଶୁ, ବୃଦ୍ଧ ଓ ଗର୍ଭବତୀଙ୍କ ବ୍ୟତୀତ ସଭିଏଁ ଏହାକୁ ପାଳନ କରିବାକୁ କହିଛନ୍ତି । ଏବେ ସୂର୍ଯ୍ୟପରାଗ ଓ ଆସନ୍ତା ମାସରେ ଆଉ ଏକ ଚନ୍ଦ୍ରଗ୍ରହଣ ଆସୁଥିବାରୁ ଏହି ଦୃଶ୍ୟ ମାନବ ସମାଜ ଉପରେ ପ୍ରଭାବ ପଡିବ ବୋଲି କହିଛନ୍ତି ।

Add Zee News as a Preferred Source

କୋରୋନା କଟକଣା ସହ ସଟଡାଉନ ହେତୁ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ବେଳେ ଇଣ୍ଟରନେଟରେ ଉପଲବ୍ଧ ଭିନ୍ନ ସ୍ଥାନ ପାଇଁ ଭିନ୍ନ ଭିନ୍ନ ସମୟ ଅନୁଯାୟୀ ଘରେ ରହି ସାବଧାନତା ଅବଲମ୍ବନ କରି ମହାଜାଗତିକ ଦୃଶ୍ୟକୁ ଉପଭୋଗ କରିବାକୁ କୁହାଯାଇଛି ।

About the Author