ଆଦିବାସୀଙ୍କ ନିଆରା ପର୍ବ 'ସଡ୍ରା'; ପୂଜା ପାଆନ୍ତି ମାଟି ମା', ମହୁଲି ସହ ଜମେ ନାଚ ଗୀତର ଆସର
Advertisement

ଆଦିବାସୀଙ୍କ ନିଆରା ପର୍ବ 'ସଡ୍ରା'; ପୂଜା ପାଆନ୍ତି ମାଟି ମା', ମହୁଲି ସହ ଜମେ ନାଚ ଗୀତର ଆସର

କୌଣସି ଧାର୍ମିକ ପୀଠ ନୁହେଁ ବରଂ ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମରେ ବର୍ଷକୁ ଥରେ ପାଳିତ ହେଉଥିବା ସଡ୍ରା ପୂଜା ଉତ୍ସବ। ଆଦିବାସୀମାନେ ତିନିଦିନ ଧରି ଏହି ପୂଜା କରୁଥିବା ବେଳେ କିଭଳି ଓ କାହିଁକି ପାଳନ କରୁଛନ୍ତି ଆସନ୍ତୁ ଜାଣିବା।

ଆଦିବାସୀଙ୍କ ନିଆରା ପର୍ବ 'ସଡ୍ରା'; ପୂଜା ପାଆନ୍ତି ମାଟି ମା', ମହୁଲି ସହ ଜମେ ନାଚ ଗୀତର ଆସର

ପ୍ରେମାନନ୍ଦ ପୂଜରୀ, ଗଜପତି: ନିଆରା ଆମ ସଂସ୍କୃତି ଓ ପରମ୍ପରା। ଆଧୁନିକତାର ପାଶ୍ଚାତ୍ୟ ଢାଞ୍ଚାରେ ଏବେ ବି ବଞ୍ଚିରହିଛି ସାଂସ୍କତିକ ପରମ୍ପରା। ସେଗୁଡିକୁ ନେଇ ରହିଛି ଧାର୍ମିକ ଅତୁଟ ବିଶ୍ବାସ। ଜୀବନ ଯାପନ ଓ ଫସଲରେ ଉନ୍ନତି ସକାଶେ ଗ୍ରାମାଞ୍ଚଳରେ ଦେବାଦେବୀଙ୍କୁ ମହୁଲି ମଦରେ ପୁଜାର୍ଚ୍ଚନା କରିଲେ ମିଳୁଛୁ ଆଶୀର୍ବାଦ। ଏହା କୌଣସି ଧାର୍ମିକ ପୀଠ ନୁହେଁ ବରଂ ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମରେ ବର୍ଷକୁ ଥରେ ପାଳିତ ହେଉଥିବା ସଡ୍ରା ପୂଜା ଉତ୍ସବ। ଆଦିବାସୀମାନେ ତିନିଦିନ ଧରି ଏହି ପୂଜା କରୁଥିବା ବେଳେ କିଭଳି ଓ କାହିଁକି ପାଳନ କରୁଛନ୍ତି ଆସନ୍ତୁ ଜାଣିବା।

ପାହାଡ ପର୍ବତ ଘେରା ଗଜପତି ଜିଲ୍ଲାର ମୋହନା ବ୍ଳକରେ ସର୍ବାଧିକ କୁଇକନ୍ଧ ସଂପ୍ରଦାୟର ଆଦୀମ ଜନଜାତି ବସବାସ କରିଆସୁଛନ୍ତି। ଏମାନେ ମୁଖ୍ୟତଃ ଚାଷ ଉପରେ ସଦାସର୍ବଦା ନିର୍ଭର କରି ଜୀବିକା ନିର୍ବାହ କରିଆସୁଥିବା ବେଳେ ଧର୍ମ ଓ ପରମ୍ପରାକୁ ନେଇ ରହିଛି ଅତୁଟ ବିଶ୍ବାସ। ମାଟି ମାଆକୁ ଏମାନେ ବିଭିନ୍ନ ଦେବାଦେବୀ ରୁପରେ ପୂଜା କରିଥାନ୍ତି। ସେଥି ମଧ୍ୟରୁ ପାରମ୍ପରିକ ପର୍ବ ସଡ୍ରା ଟିକେ ନିଆରା। 

Also Read: ଅସହ୍ୟ ହେଲା ପାକିସ୍ତାନର ଅତ୍ୟାଚାର, ଭାରତର ଶରଣ ପଶିବ PoKଅସହ୍ୟ ହେଲା ପାକିସ୍ତାନର ଅତ୍ୟାଚାର, ଭାରତର ଶରଣ ପଶିବ PoK

ମୋହନା ଠାରୁ ୩ କିଲୋମିଟର ଦୂରରେ ପାହାଡ ପର୍ବତ ଘେରା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ କନ୍ଧ ଆଦିବାସୀ ଗ୍ରାମ ଅଁଳାଗୁଡା। କେଉଁ ଆବାହନ କାଳରୁ ଗ୍ରାମବାସୀ ଏହି ସଡ୍ରା ପର୍ବ ପାଳନ କରୁଛନ୍ତି। ପ୍ରତିବର୍ଷ ରଥ ଯାତ୍ରା ପୂର୍ବରୂ କିମ୍ବା ପରେ ଏହି ପର୍ବ ପାଳନ କରାଯାଉଛି। ମାଟି ମାଆକୁ ଖୁସି କରିବା ପାଇଁ ଗ୍ରାମଦେବତୀ ଗୁଙ୍ଗୀଙ୍କ ଠାରେ ଜାନି ତାରିଣୀ ମଳିକ ପର୍ବ ଆରମ୍ଭ ଦିନ ସକାଳୁ ନଦୀରେ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ମାଆଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଏହି ପର୍ବ ପାଳନ କଲେ ଭଲ ବର୍ଷା, ଭଲ ଫସଲ ଅମଳ ହେବା ବିଶ୍ୱାସ ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

fallback

କୁଇକନ୍ଧ ଆଦିବାସୀ ସଂପ୍ରଦାୟର ବିଭିନ୍ନ ଗ୍ରାମରେ ଏହିଭଳି ପ୍ରତିବର୍ଷ ୩ ଦିନ ଧରି ପର୍ବ ପାଳନ କରାଯାଉଥିବା ବେଳେ ବିନା ତେଲ ଓ ବିନା ପିଆଜ, ରସୁଣ ସହ ସମ୍ପୂର୍ଣ୍ଣ ନିରାମିଶ ଖାଦ୍ୟ ଖାଉଛନ୍ତି। ଭାଇଚାରାର ପର୍ବ ପାଳିବା ପାଇଁ ଗାଁରେ ଭୋଜି ଭାତ କରାଯାଇ ନିମନ୍ତ୍ରିତ ଅତିଥି, ବନ୍ଧୁବାନ୍ଧବ ତଥା ପରିବାର ବର୍ଗ ମିଶି ଏକାଠି ଭୋଜନ କରିଥାନ୍ତି। ଦ୍ୱିତୀୟ ଦିନ ପୂଜା କରାଯାଇଥିବା ସାମଗ୍ରୀକୁ ନଦୀରେ ବିସର୍ଜନ କରାଯାଇଥାଏ। ଶେଷ ଦିନରେ ଦେବୀଙ୍କୁ ବିସର୍ଜନ କରିବା ପରେ ଗ୍ରାମବାସୀ ପରଷ୍ପରକୁ ପାଣି ଫିଙ୍ଗି ସ୍ନାନ କରିଥାନ୍ତି। 

Also Read: ପ୍ରେମ ପରେ ପ୍ରତାରଣାର ପରିଣାମ! ସ୍ପିରିଟ୍ ଢାଳି ପ୍ରେମିକାକୁ ଜାଳି ଦେଲା ଯୁବକ

୩ ଦିନ ଧରି ପୂଜା କରାଯାଇଥିବା ମହୁଲି ମଦକୁ ପିଲାଠାରୁ ବୁଢା ପିଇବା ସହ ପାରମ୍ପରିକ ବାଜାର ତାଳେ ତାଳେ ନାଚ ଗୀତର ଆସର ଜମେଇଥାନ୍ତି। ହେଲେ ଚଳିତବର୍ଷ କୋରୋନା କଟକଣା ଲାଗି ବାହାର ଗାଁରୁ ଅତିଥିମାନଙ୍କୁ ନିମନ୍ତ୍ରିତ କରାଯାଉନଥିବା ଯୋଗୁଁ ପର୍ବ ସାମାନ୍ୟ ଫିକା ପଡିଥିବା ପ୍ରକାଶ କରିଛନ୍ତି ଅଁଳାଗୁଡା ଗ୍ରାମବାସୀ କମଳା ମଲିକ ଓ ରମାକାନ୍ତ ମଲିକ।

fallback

ଧର୍ମ ଓ ବିଶ୍ବାସ ଆଗରେ ହାର ମାନିଛି ସବୁକିଛି, ପରମ୍ପରାକୁ ନେଇ ସଂସ୍କୃତି ବଞ୍ଚିଛି। ଯାହା ଫଳରେ ପୂର୍ବ ପୁରୁଷରୁ ଆରମ୍ଭ ହୋଇଥିବା ସଡ୍ରା ପର୍ବକୁ ବଞ୍ଚେଇ ରଖିଛନ୍ତି ଆଦିବାସୀ। ଏହି ପର୍ବର ନାଚ ଏବେ ଲୋକନୃତ୍ୟ ଭାବେ ମାନ୍ୟତା ପାଇଥିବା ବେଳେ ଧିରେ ଧିରେ ଲୋପ ପାଉଥିବା ଯୋଗୁଁ ସରକାରଙ୍କ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମରେ ଏହି ନାଚ ଅଧିକାଂଶ ସ୍ଥାନ ପାଇଥାଏ ।