• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ଇଂରାଜୀ କବିତା ଲେଖି ବିଶ୍ୱ ରେକର୍ଡ କଲେ ବ୍ରହ୍ମପୁରର ଅଭିଜିତ୍

ଅଭିଜିତଙ୍କ ଦ୍ବାରା ରଚିତ କବିତା ବହି “କ୍ୟୁଟ୍ରି” ଏବେ ହାଇ ରେଞ୍ଜ ବୁକ୍‌ ଅଫ୍‌ ୱାର୍ଲଡ଼୍‌ ରେକର୍ଡ଼ରେ ସ୍ଥାନ ପାଇଛି।

ଇଂରାଜୀ କବିତା ଲେଖି ବିଶ୍ୱ ରେକର୍ଡ କଲେ ବ୍ରହ୍ମପୁରର ଅଭିଜିତ୍
ବିଶ୍ୱ ରେକର୍ଡ କଲେ ବ୍ରହ୍ମପୁରର ଅଭିଜିତ୍

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବିରଳ ରେକର୍ଡ ହାସଲ କରିବାର ନିଆରା ପ୍ରୟାସ। ତାହା ପୁଣି ଲକ ଡାଉନ ଓ ସଟଡାଉନ ସମୟରେ। ଇଂରାଜୀ ଭାଷାରେ କବିତା ଲେଖି ବିଶ୍ବ ଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବ୍ରହ୍ମପୁର ଲାଞ୍ଜିପଲ୍ଳୀ ଅଞ୍ଚଳର ମେଧାବି ଛାତ୍ର ଅଭିଜିତ୍‌ ପାଢ଼ୀ। ସେ ଗୋଟିଏ କି ଦୁଇଟି ନୁହେଁ ଏକ ହଜାରଟି କବିତାକୁ ୧୧ଟି ଲେଖାଏଁ ଶବ୍ଦରେ ଲେଖିଛନ୍ତି। ଅଭିଜିତଙ୍କ ଦ୍ବାରା ରଚିତ କବିତା ବହି “କ୍ୟୁଟ୍ରି” ଏବେ ହାଇ ରେଞ୍ଜ ବୁକ୍‌ ଅଫ୍‌ ୱାର୍ଲଡ଼୍‌ ରେକର୍ଡ଼ରେ ସ୍ଥାନ ପାଇଛି।

ଏହି ରେକର୍ଡ଼ ଏକ ବିରଳ ରହିଥିବା ବେଳେ ପୂର୍ବରୁ ଏଭଳି ରେକର୍ଡ଼ କେହି ପାଇନଥିବା ଦାବି କରିଛନ୍ତି ଅଭିଜିତ୍‌ ପାଢୀ। ସିଭିଲ୍‌ ଇଞ୍ଜିନିୟରିଂ ପାଠ ପଢ଼ି ମୁମ୍ବାଇର ଏକ ଘରୋଇ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର୍‌ ଭାବେ ସେ ଚାକିରି କରୁଛନ୍ତି। କୋଭିଡ ଯୋଗୁଁ ଘରକୁ ଫେରିଥିବା ଅଭିଜିତ ଲକଡ଼ାଉନ୍‌ ସମୟରେ ଘରେ କାମ କରିବା ସହିତ ଲେଖି ଚାଲିଥିଲେ ଇଂରାଜୀ ଭାଷାରେ କବିତା। କବିତା ଗୁଡ଼ିକ କିଭଳି କମ୍‌ ଶବ୍ଦରେ ଅତି ସୁନ୍ଦର ହେବ ତାହା ଥିଲା ତାଙ୍କର ଏକ ମାତ୍ର ଲକ୍ଷ୍ୟ। ଲକଡ଼ାଉନ୍‌ ସମୟରେ ମାତ୍ର ତିନି ମାସ ମଧ୍ୟରେ ସେ ଲେଖିଛନ୍ତି ଏକ ହଜାର କବିତା। 

ବିଶ୍ୱ ରେକର୍ଡ କଲେ ବ୍ରହ୍ମପୁରର ଅଭିଜିତ୍

ପ୍ରେମ, ଜୀବନ, ସମାଜ, ପରିବେଶ ଭଳି ବିଭିନ୍ନ ବିଷୟକୁ ନେଇ ସେ ଲେଖିଛନ୍ତି ସମସ୍ତ କବିତା। ଏକ ହଜାର କବିତା ଲେଖିବା ପରେ ସେହି ବହିର ନାମ ଦେଇଛନ୍ତି "ଇଲେଭେନ କ୍ୟୁଟ୍ରି ନାନୋ"। ବର୍ତ୍ତମାନ ଏହି କ୍ୟୁଟ୍ରି ହାଇ ରେଞ୍ଜ ବୁକ୍‌ ଅଫ୍‌ ଓ୍ୱାର୍ଲଡ୍ ରେକର୍ଡ଼ରେ ସ୍ଥାନ ପାଇଛି। ଏଭଳି ସଫଳତା ପାଇବା ପରେ ବେଶ୍‌ ଖୁସୀ ବ୍ୟକ୍ତ କରିଛନ୍ତି ଅଭିଜିତ୍। କେବଳ ଏତିକି ନୁହେଁ ସେ ଇଂରାଜୀ ଭାଷାରେ ପୂର୍ବରୁ ୩୦ କ୍ଲୁ ତିନୋଟି ବହି ମଧ୍ୟ ଲେଖିସାରିଛନ୍ତି । ସେହି ବହି ଗୁଡ଼ିକ ସଂସ୍କରଣ ହୋଇ ଲୋକପ୍ରିୟତା ହାସଲ କରିସାରିଛି । ଏହି ତିନୋଟି ବହି ଗୁଡ଼ିକ ମଧ୍ୟ ଇଂରାଜୀ କବିତାକୁ ନେଇ ଲେଖାହୋଇଛି। 

ବିଶ୍ୱ ରେକର୍ଡ କଲେ ବ୍ରହ୍ମପୁରର ଅଭିଜିତ୍

ଅଭିଜିତ ଷଷ୍ଠ ଶ୍ରେଣୀରୁ ହିଁ ଇଂରାଜୀ ଭାଷାରେ କବିତା ଲେଖିବା ଆରମ୍ଭ କରିସାରିଥିଲେ। ଏହା ସହିତ ବକୃତା ଓ ରଚନା ଲେଖିବାରେ ମଧ୍ୟ ସେ ବେଶ୍ ମାହିର୍। ଯେଉଁଥିପାଇଁ ସେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି। ବାପା ନୀଳମଣି ପାଢୀ ଭାରତୀୟ ରେଳ ବିଭାଗର କର୍ମଚାରୀ ହୋଇଥିବା ବେଳେ ମାଁ ସଞ୍ଜୁକ୍ତା ଜଣେ ଗୃହିଣୀ। ତେବେ ପୁଅ ଅଭିଜିତକୁ ସବୁବେଳେ ପାଠ ପଢାଠାରୁ ଆରମ୍ଭ କରି ସମସ୍ତ ପ୍ରକାର କାର୍ଯ୍ୟରେ ସେମାନେ ସହଯୋଗ କରିଆସୁଛନ୍ତି। ଅଭିଜିତ୍‌ଙ୍କ ଏଭଳି ସଫଳତାକୁ ନେଇ ତାଙ୍କ ବାପା ଓ ମାଁ ବେଶ୍‌ ଖୁସୀ ଅଛନ୍ତି। ପିଲାଟି ଦିନରୁ ହିଁ ଅଭିଜିତ୍‌ଙ୍କ ଠାରେ କିଛି ନୂଆ କରିବା ପାଇଁ ଚେଷ୍ଟା କରୁଥିଲା । ଏଭଳି ଚେଷ୍ଟା ଯୋଗୁଁ ଆଜି ତାକୁ ସଫଳତା ମିଳିଛି ବୋଲି ସେମାନେ କହିଛନ୍ତି ।

ବିଶ୍ୱ ରେକର୍ଡ କଲେ ବ୍ରହ୍ମପୁରର ଅଭିଜିତ୍

ସେପଟେ ଅଭିଜିତ୍‌ଙ୍କ ଏଭଳି ସଫଳତା କେବଳ ଯେ ଲାଞ୍ଜିପଲ୍ଲୀ ନୁହେଁ ବରଂ ବ୍ରହ୍ମପୁର ସହର ପାଇଁ ଏକ ଗର୍ବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏଭଳି ସଫଳତା ସମ୍ପର୍କରେ ସହରବାସୀ ଜାଣିବା ପରେ ବିଭିନ୍ନ ସ୍ଥାନରୁ ଅଭିଜିତ୍‌ଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ।